ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗୁଜରାଟ ଗଲେ ୪୪ ପ୍ରତିନିଧି 

ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଗୁଜରାଟ ଗଲେ ୪୪ ପ୍ରତିନିଧି 

ରାଉରକେଲା, ୨୭ ଅକ୍ଟୋବର ୨୦୨୬: ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ‘ରାଷ୍ଟ୍ରୀୟ ଏକତା ଦିବସ’ ଅବସରରେ ଗୁଜରାଟର କେଭାଡିଆସ୍ଥିତ ଏକତା ନଗରଠାରେ ଆୟୋଜିତ ହେବାକୁ ଥିବା ଜାତୀୟସ୍ତରୀୟ ସମାରୋହରେ ଯୋଗଦେବା ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ୪୪ ଜଣିଆ ଏକ ପ୍ରତିନିଧି ଦଳ ଗୁଜରାଟ ଅଭିମୁଖେ ଯାତ୍ରା କରିଛନ୍ତି।

ସ୍ଥାନୀୟ ପୋଲିସ ରିଜର୍ଭ, ରାଉରକେଲା ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦୀନା ଦସ୍ତଗୀର ଓ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ସୁରଞ୍ଜନ ସାହୁ ପତାକା ଦେଖାଇ ପ୍ରତିନିଧି ଦଳର ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରମାକାନ୍ତ ସାହୁ ଓ ଶ୍ରାବଣୀ ନାୟକ ଉପସ୍ଥିତ ଥିଲେ।

ପ୍ରତିନିଧି ଦଳ ଟିଟିଲାଗଡ଼ ରେଳ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଗୁଜରାଟ ଯାତ୍ରା କରି ଆସନ୍ତା ୩୦ ଓ ୩୧ ଅକ୍ଟୋବରରେ ଆୟୋଜିତ ଜାତୀୟସ୍ତରୀୟ ସମାରୋହରେ ଅଂଶଗ୍ରହଣ କରିବେ। ଏହି ୪୪ ଜଣିଆ ପ୍ରତିନିଧି ଦଳ ସହ ନୋଡାଲ ଅଧିକାରୀ ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ଶୁଭେନ୍ଦୁ ମିଶ୍ର ଯାତ୍ରା କରିଛନ୍ତି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡିଶା ଡ୍ରାଇଭର ମହାସଂଘର ଜିଲା ସ୍ତରୀୟ ବୈଠକ 

masiha

ମତଦାନ କେନ୍ଦ୍ର ଦାବି ପୂରଣ ନ ହେବାରୁ ଭୋଟ ବର୍ଜ୍ଜନ ନିଷ୍ପତ୍ତି ନେଲେ ସିର୍ଲିଗୁଡା ଗ୍ରାମବାସୀ

masiha

ଶବ ରଖି ଥାନା ସମ୍ମୁଖରେ ଧାରଣା 

masiha

Leave a Comment

error: Content is protected !!