ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଡ୍ରାଇଭର ମହାସଂଘର ଜିଲା ସ୍ତରୀୟ ବୈଠକ 

ଓଡିଶା ଡ୍ରାଇଭର ମହାସଂଘର ଜିଲା ସ୍ତରୀୟ ବୈଠକ 

ଡାବୁଗାଁ, ୧୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ସଂକଳ୍ପ ବନ ପାର୍ଶ୍ଵରେ ଥିବା ଜଙ୍ଗଲରେ ଓଡିଶା ଡ୍ରାଇଭର ମହାସଂଘ ର ଜିଲା ସ୍ତରୀୟ ବୈଠକ ଜିଲା ସଭାପତି ଦିଲ୍ଲୀପ ସୁନା ଙ୍କ ସଭାପତିତ୍ଵରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ସଂଘକୁ କିପରି ଦୃଢ କରିବା, ଡ୍ରାଇଭର ମାନଙ୍କ ଦାବୀ କୁ ସରକାର ଶୀଘ୍ର ପୂରଣ କରିବା, ଜିଲା ର ୧୦ ଟି ବ୍ଲକରେ ଥିବା କୌଣସି ଡ୍ରାଇଭର ର କିଛି ସୁବିଧା ଅସୁବିଧା ହେଲେ ସଂଘ ସହଯୋଗ କରିବା, ସମସ୍ତ ଡ୍ରାଇଭର ଟ୍ରାଫିକ ନିୟମ ମାନି ଗାଡି ଚଳାଇବା, ସବୁବେଳେ ନିଜ ଡ୍ରାଇଭିଂ ଲାଇସେନ୍ସ ସହ ଗାଡି ର ସମସ୍ତ କାଗଜପତ୍ର ପାଖରେ ରଖି ଗାଡି ଚଳେଇବା, ଗାଡି ଚଳେଇବା ସମୟରେ ମଦ୍ୟପାନ ନକରିବା, ସମସ୍ତ ଡ୍ରାଇଭର ୟୁନିଫର୍ମ ପିନ୍ଧି ଗାଡି ଚଳାଇବା ଓ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା | ଏହି ବୈଠକରେ ମାଲକାନଗିରି ଜିଲା ସଂଘ ସଭାପତି ଚିତ୍ରସେନ ବେହେରା, ଜିଲା ସଂଘ ଉପସଭାପତି ରାଜୁ ଖୋସଲା, ସମ୍ପାଦକ ଶୁଭମ ରାଓ, ସହ ସମ୍ପାଦକ ସୁକାନ୍ତ ସିଂଦାସ, କୋଷାଧ୍ୟକ୍ଷ ଶୁଭେନ୍ଦୁ କର୍କରା ଯୋଗ ଦେଇଥିବା ବେଳେ ଡାବୁଗାଁ ବ୍ଲକ ସଭାପତି ସନ୍ତୋଷ ଭତ୍ରା, ଉପସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ଅମିରଅଲ୍ଲୀ ଖାନ, ସହ ସମ୍ପାଦକ ବିଶ୍ଵଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ଉତ୍ତମ ପ୍ରଧାନ, ପି. ଭୈରବ ରାଓ, ରାଜୁ ସାନ୍ତା, ପ୍ରଶାନ୍ତ ପଣ୍ଡା, କୃପାସିନ୍ଧୁ ଗୌଡ, ଧନିରାମ ବିଶୋଇ, ଯୋଗେଶ ହରିଜନ, ତାପସ ମଲ୍ଲିକ, ସୁବୋଧ ସାଗରିଆ, ବଳି ହରିଜନ, ବଳରାମ ଜାନୀ ଓ ଜିଲାର ୧୦ ଟି ବ୍ଲକରୁ ପ୍ରାୟ ୫୦ ରୁ ଊର୍ଦ୍ଧ୍ଵ ଡ୍ରାଇଭର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୁରାଳ ସମାଜର ସାଧାରଣ ସଭା 

masiha

ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ 

masiha

ସବଡେଗା ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Leave a Comment

error: Content is protected !!