ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟାର ପ୍ରଭାବରେ ଜୁନାଗଡ଼ରେ ଭାଙ୍ଗିଲା ଗଜଲକ୍ଷ୍ମୀ ପୂଜା ତୋରଣ

ବାତ୍ୟାର ପ୍ରଭାବରେ ଜୁନାଗଡ଼ରେ ଭାଙ୍ଗିଲା ଗଜଲକ୍ଷ୍ମୀ ପୂଜା ତୋରଣ

ଦୁଇ ଜଣ ଆହତ, ତିନିଟି ଗାଡ଼ି ଚାପି ହୋଇ ରହିଲା; ଅଗ୍ନିଶମ ବିଭାଗ ଓ ପୋଲିସର ଉଦ୍ଧାର କାର୍ଯ୍ୟ ଜାରି

ଜୁନାଗଡ଼,୨୮/୧୦ (ମନୀସ) ବାତ୍ୟାର ପ୍ରଭାବରେ ଜୁନାଗଡ଼ ସହରରେ ଦେଖିବାକୁ ମିଳିଛି ପ୍ରକୃତିର ତାଣ୍ଡବ। ପ୍ରବଳ ପବନ ଯୋଗୁଁ ସହରର ପୁରୁଣା ବସଷ୍ଟାଣ୍ଡ ଓ ମଧ୍ୟମପଡ଼ା ଅଞ୍ଚଳରେ ଗଜଲକ୍ଷ୍ମୀ ପୂଜା ପାଇଁ ନିର୍ମିତ ଆଲୋକସଜ୍ଜିତ ତୋରଣ ଭାଙ୍ଗି ପଡ଼ିଛି। ଏହି ଘଟଣାରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତୋରଣ ତଳେ ତିନୋଟି ଗାଡ଼ି ଚାପି ହୋଇ ରହିଯାଇଛି।

ଗଜଲକ୍ଷ୍ମୀ ପୂଜାକୁ ନେଇ ସହରର ବିଭିନ୍ନ ମଣ୍ଡପରେ ଆକର୍ଷଣୀୟ ଆଲୋକସଜ୍ଜା ଓ ସୁନ୍ଦର ତୋରଣ ନିର୍ମାଣ କରାଯାଇଥିଲା। ହେଲେ ବାତ୍ୟାର ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଏହି ତୋରଣ ଭାଙ୍ଗି ପଡ଼ିବାରୁ ଅଞ୍ଚଳରେ ଆତଙ୍କ ଓ ଚିନ୍ତାର ପରିସ୍ଥିତି ସୃଷ୍ଟି ହୋଇଛି। ତୋରଣ ଭୁଶୁଡ଼ି ପଡ଼ିବା ଫଳରେ ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭାଙ୍ଗି ପଡ଼ିଥିବା ତୋରଣ ତଳେ ଚାପି ହୋଇଥିବା ଗାଡ଼ିଗୁଡ଼ିକୁ ବାହାର କରିବା ସହ ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ବାତ୍ୟାର ପ୍ରଭାବ ଜୁନାଗଡ଼ ସହରରେ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିବା ବେଳେ ଏଭଳି ଘଟଣା ପରେ ପୂଜା ମଣ୍ଡପ ଓ ଅସ୍ଥାୟୀ ତୋରଣଗୁଡ଼ିକର ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗୁଡହାଣ୍ଡି ଡୋକରୀଚଞ୍ଚରା ଜଗୁଆଳି ବୃଦ୍ଧା ମୃତ, ଶବ ସତ୍କାର କଲେ ଉନ୍ନୟନ ସମିତି 

Sunil Chandra Nayak

କରଚଳା କଲେଜରେ ଆତ୍ମ ରକ୍ଷା ତାଲିମ ଶିବିର ଉଦଯାପିତ 

masiha

ରାୟଗଡାରେ ବିଦ୍ୟାର୍ଥୀ ସଂସ୍କାର ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!