ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁଡହାଣ୍ଡି ଡୋକରୀଚଞ୍ଚରା ଜଗୁଆଳି ବୃଦ୍ଧା ମୃତ, ଶବ ସତ୍କାର କଲେ ଉନ୍ନୟନ ସମିତି 

କୋକସରା,୧୭/୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନ ସ୍ଥଳି ଗୁଡହାଣ୍ଡି ଡୋକରିଚଞ୍ଚରାରେ ଦୀର୍ଘବର୍ଷ ୧୦ ବର୍ଷ ହେବ ବୃଦ୍ଧ ଦମ୍ପତି ଘେନୁ ମାଝୀ (୭୭) ଓ ତାଙ୍କ ସ୍ତ୍ରୀ ମଙ୍ଗଳ ଦେଇ ମାଝୀ (୭୦) ଜଗୁଆଳି ଭାବେ ରହି ଆସୁଥିଲେ। ସେମାନଙ୍କ ପୁଅ ଓ ଝିଅ ଅନ୍ୟ ଜାତିରେ ବିବାହ କରିଥିବା ବେଳେ ଆଜିକୁ ଦୀର୍ଘବର୍ଷ ହେବ ବୃଦ୍ଧା ବାପା ଓ ମା ଙ୍କ ସହ କୌଣସି ସମ୍ପର୍କ ନାହିଁ। ସେହି କାରଣରୁ ବୃଦ୍ଧା ଦମ୍ପତିଙ୍କୁ ସାମାଜିକ ବାସନ୍ଦ ମଧ୍ୟ କରା ଯାଇଥିବା ଜଣାପଡିଛି। ଏଣୁ ବୃଦ୍ଧାଙ୍କ ମୃତ୍ୟୁ ପରେ ମଧ୍ୟ କେହି ଶବ ପାଖକୁ ଆସିନଥିଲେ। ତେବେ ପଞ୍ଚାୟତରୁ ବାର୍ଦ୍ଧକ୍ୟ ଭତ୍ତା ଓ ରାସନ ପାଉଥିଲେ ଓ ଉନ୍ନୟନ ସମିତି ପକ୍ଷରୁ ମଧ୍ୟ ସହାୟତା ପାଉଥିଲେ । ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ତାଙ୍କୁ କିଛି କିଛି ସାହାଯ୍ୟ କରୁଥିଲେ । ପର୍ଯ୍ୟଟନ ସ୍ଥଳୀ ଭରସାରେ ଜୀବନ ଅତିବାହିତ କରୁଥିଲେ। ତେବେ ବାର୍ଦ୍ଧକ୍ୟ ହେତୁ ରବିବାର ମଧ୍ୟାହ୍ନରେ ବୃଦ୍ଧାମଙ୍ଗଳ ଦେଇ ଙ୍କ ମୃତ୍ୟୁ ହୋଇଥିବା ବେଳେ ଆତ୍ମୀୟ ପରିଜନ ନିକଟସ୍ଥ ଖଲିଗଡ଼ ଗାଁରେ ରହୁଥିଲେ ମଧ୍ୟ କେହି ଶବ ନିକଟକୁ ଆସି ନଥିଲେ। ଏନେଇ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ ସୂଚନା ପାଇ ବୃଦ୍ଧ ଦମ୍ପତି ରହୁଥିବା ଘରକୁ ପହଞ୍ଚି ଥିଲେ ।ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଅଇରୀ ନାସନ ଚିନ୍ଦା, ଆଦିତ୍ୟ ପଣ୍ଡା, ନିଲାମ୍ବର ନାଏକ, ଘନଶ୍ୟାମ ନାଏକ, ଜିତେନ୍ଦ୍ର ପ୍ରଧାନୀ,ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ ପ୍ରମୁଖ ସ୍ବେଚ୍ଛାସେବୀଙ୍କ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ପହଞ୍ଚି ବୃଦ୍ଧା ଦମ୍ପତ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ଡାକିଥିଲେ। ପରେ ବ୍ଲକ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ଓ ଉପସ୍ଥିତ କର୍ମକର୍ତ୍ତା ମାନେ ବୃଦ୍ଧାଙ୍କ ଶବକୁ ଶେଷ ସମ୍ମାନ ଦେଇ ଶେଷ କୃତ୍ୟ କରିଥିଲେ। ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ଘେନୁ ମାଝୀଙ୍କୁ ପ୍ରଦାନ କରିଥିଲେ ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ରେ ସ୍ୱାଗତ ସମାରୋହ ଆୟୋଜିତ 

Sunil Chandra Nayak

ବଡ଼ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସାପ୍ତାହିକ କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ

masiha

Leave a Comment

error: Content is protected !!