ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ   ଆତଙ୍କ ସୃଷ୍ଟିକାରୀ ୫ ଅଭିଯୁକ୍ତ ଗିରଫ ; ୨ପିସ୍ତଲ ଜବତ 

ଅପରାଧୀଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ  

ଆତଙ୍କ ସୃଷ୍ଟିକାରୀ ୫ ଅଭିଯୁକ୍ତ ଗିରଫ ; ୨ପିସ୍ତଲ ଜବତ 

ଭଞ୍ଜନଗର,୧୨/୬ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅପରାଧିକ ତତ୍ୱ ପ୍ରତି ପୁଲିସ ଶୂନ୍ୟ ସହନଶୀଳତା ନୀତି ଆପଣାଇଛି। ଅପରାଧୀ ତଥା ବନ୍ଧୁକ ସଂସ୍କୃତିରେ ବିଶ୍ୱାସ ରଖୁଥିବା ଅସାମାଜିକ ବ୍ୟକ୍ତି ମାନଙ୍କୁ ସାମାଜିକ ସ୍ରୋତରେ ସାମିଲ ହୋଇ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଆହ୍ୱାନ କରାଯାଉଛି। ନଚେତ୍ ପୁଲିସ ସେହି ଅପରାଧୀ ମାନଙ୍କୁ ସେମାନଙ୍କ ଭାଷାରେ ହିଁ ଜବାବ ଦିଆଯିବ ବୋଲି ଭଞ୍ଜନଗର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ଡ଼.ଦୀପକ କୁମାର ମିଶ୍ର ସାଧାରଣରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କୁ ଚେତାବନୀ ଦେଇଛନ୍ତି। ଗତକିଛି ଦିନ ଧରି ଗଞ୍ଜାମ ଜିଲ୍ଲାରେ ଆଇନ ଶୃଙ୍ଖଳା ଦିନକୁ ଦିନ ବିଗିଡିବାରେ ଲାଗିଥିବା ବେଳେ ଦିନ ଦ୍ୱିପ୍ରହରରେ ଦୃବୁର୍ତ୍ତ ମାନେ ଆତଙ୍କ ଖେଳାଇବାକୁ ପଛାଉ ନଥିଲେ। ଏହି ପରିପ୍ରେକ୍ଷୀରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପେସାଦାର ଅପରାଧୀଙ୍କୁ ନଜର ରଖିବା ସହ ବିଶୃଙ୍ଖଳା ସୃଷ୍ଟି କାରୀଙ୍କ ବିରୋଧରେ କଡା କାଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୁଲିସ ରଣନୀତି ପ୍ରସ୍ତୁତ କରିଥିବା ଏସଡିପିଓ ଶ୍ରୀ ମିଶ୍ର ସୂଚନା ଦେଇଥିଲେ। ସଦ୍ୟ ଏକ ଘଟଣାରେ ଜଣେ ଯୁବକକୁ ଦିନ ଦ୍ୱିପ୍ରହରରେ ମରଣାନ୍ତକ ଆକ୍ରମଣ କରିବା ସହ ଧମକ ଚମକ ଦେବା ଅଭିଯୋଗରେ ଜଣେ ପେସାଦାର ଅପରାଧୀ ସମେତ ମୋଟ ୫ଜଣଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ପ୍ରସାଦ ଥାନା ବିଡ଼ିପୁର ଗ୍ରାମର ଶତ୍ରୁଘନ ସ୍ୱାଇଁ ଓରଫ ବାପି,ସୋରିଷମୁଳିର ରାଜେନ୍ଦ୍ର ନାଇକ,ବିଡ଼ିପୁରର ଅନୀଲ ନାଇକ, ବାରୁଡ଼ା ଗ୍ରାମର ସାଗର ସାମନ୍ତରା,ଅନୁଗୋଳ ଜିଲ୍ଲା ସାଉଥ ବଲଣ୍ଡାର ରିତେଶ ସିଂଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବାରୁଡ଼ା ଗ୍ରାମର ସୁଶାନ୍ତ କୁମାର ସାହୁକୁ ଅଭିଯୁକ୍ତ ମାନେ ଗତ ୯ ତାରିଖ ଦିନ ମଧ୍ୟାହ୍ନ ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିଥିଲେ। ଏହା ପରେ ପୁଣି ସେମାନେ ସୁଶାନ୍ତର ଘରକୁ ଯାଇ କବାଟକୁ ଗୋଇଠା ମାରି ଜୀବନରେ ମାରିବାକୁ ଧମକ ଦେଇଥିଲେ। ଏହି ସମୟରେ ଆଖପାଖ ଲୋଜ ଜମା ହୋଇଥିଲେ ମଧ୍ୟ ଅଭିଯୁକ୍ତ ମାନେ ଧମକ ଦେବା ସହ ସୁଶାନ୍ତଙ୍କ ଭାଉଜ ଓ ତାର ଝିଆରୀକୁ ଅପହରଣ କରିବାକୁ ଧମକ ଦେଇଥିଲେ। ଏ ନେଇ ସୁଶାନ୍ତଙ୍କ ଭାଉଜ ଥାନାରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୫୭୧/୨୬ ରେ ଏକ ମାମଲା ରୁଜୁ କରି ଉପରୋକ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏଥି ସହିତ ସେମାନଙ୍କ ନିକଟରୁ ଗୋଟିଏ ୯ଏମଏମ ପିସ୍ତଲ, ଗୋଟିଏ ସିଙ୍ଗିଲ୍ ସଟ୍ ପିସ୍ତଲ,୩ଜୀବନ୍ତ ଗୁଳି ଜବତ କରାଯାଇଥିବା ଥାନାଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ବାପି ସ୍ୱାଇଁ ନାମରେ ବିଭିନ୍ନ ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ବୋମା ବିସ୍ଫୋରଣ, ବେଆଇନ ବନ୍ଧୁକ ଚାଲାଣ, ଦାଦାବଟି ଆଦାୟ କରିବା ଭଳି ୧୪ ଗୋଟି ମାମଲା ପୂର୍ବରୁ ରହିଥିବା ବେଳେ ୨ଥର ପୁଲିସ ସହ ଏକ୍ସଚେଞ୍ଜ ଅଫ ଫାୟାର ମଧ୍ୟ ହୋଇଥିବା ଏସଡିପିଓ ଶ୍ରୀ ମିଶ୍ର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଏସଆଇ ସମୀର କୁମାର ସେଠୀ, ଲଷ୍ମୀଧର ମହାନ୍ତି, ଜ୍ୟୋସ୍ନାମୟୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବିଷ ପଈ ଯୁବକଙ୍କ ଆତ୍ମହତ୍ୟା 

Sunil Chandra Nayak

ବେଆଇନ ମଦ କାରବାର ନେଇ ମହିଳାଙ୍କୁ ବାନ୍ଧିଲା ଅବକାରୀ ବିଭାଗ

masiha

ଚପରିଆ ଛକ ନିକଟରେ ବୋଲେରୋ ଧକ୍କା ରେ ଜଣେ ମୃତ

masiha

Leave a Comment

error: Content is protected !!