ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ

ଡାବୁଗାଁ, ୨୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧିନ ଛେରାଗୁଡ଼ା ଗ୍ରାମ ନିକଟ ରାସ୍ତା ଉପରେ ରେ ମଙ୍ଗଳବାର ସକାଳ ୧୦ ଘ. ସମୟରେ କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଟି ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଦୃର୍ବୁତ୍ତ ମାନେ ଲୁଟି ନେଇଥିବା ନେ଼ଇ ମଙ୍ଗଳବାର ଅପରାହ୍ନରେ ଡ଼ାବୁଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନଯୋଗ୍ୟ:- ଡ଼ାବୁଗାଁ ବ୍ଲକ ଅଧିନ ବଡଓଲମା ଗ୍ରାମର ବସନ୍ତ ବିଷୋୟୀ (୩୩) ଜବାଗୁଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ନିକଟରେ ଏକ କିଓସ୍କ ବ୍ୟାଙ୍କ କୁ ମଙ୍ଗଳବାର ସକାଳ ପ୍ରାୟ ୧୦ଘ ସମୟରେ ଯାଉଥିବା ବେଳେ ବଡଓଲମା – ଜବାଗୁଡା ମୁଖ୍ୟ ରାସ୍ତାରେ ଛେରାଗୁଡ଼ା ଗ୍ରାମ ଛକ ନିକଟରେ ୩ ଜଣ ଦୃର୍ବୁତ୍ତ ମାନେ ବସନ୍ତ ଙ୍କୁ ଅଟକାଇ ଆଖିରେ ଲଙ୍କାଗୁଣ୍ଡ ମିଶା ପାଣି ସ୍ପ୍ରେ କରି ତାଙ୍କ ପାଖରେ ଥିବା ବ୍ୟାଗ ରେ ରଖିଥିବା ୩ଟି ଲାପଟପ୍ ଓ ୧ ଲକ୍ଷ୧୮ ହଜାର ଟଙ୍କା ଲୁଟିନେଇ ଥିଲେ । ଏହାପରେ ବସନ୍ତ ପାଟି କରି ଥିଲେ ପାଟି ଶୁଣି ଆଖପାଖ ର ଲୋକ ଜମା ହୋଇଥିଲେ | ଗ୍ରାମର ପିଲାମାନେ ମୋଟରସାଇକେଲ ଧରି ବିଭିନ୍ନ ସ୍ଥାନରେ ଖଜାଖୋଜି କରି ପାଇନ ଥିଲେ | ପରେ ଅପରାହ୍ନରେ ବସନ୍ତ ଡ଼ାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୨୨୩/୨୫ରେ ଏକ ମାମଲା ରୁଜୁ କରାଯାଇଛି । ସବଇନକ୍ସପେକ୍ଟର ଚନ୍ଦନ ସାହୁ ଘଟଣାର ତଦନ୍ତ କରୁଛନ୍ତି।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ : ସ୍କୁଲରେ ତାଲା ପକାଇଲେ ଲୋକେ, ଉଦ୍ଧାର ପାଇଁ ଯାଇଥିବା ପୋଲିସକୁ ଘେରାଉ କଲେ ଲୋକେ

Sunil Chandra Nayak

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

ବେଆଇନ ଭାବେ ଚଲାଇ ଆସୁଥିବା ଏକ ଘରୋଇ କ୍ଲିନିକ୍ ଉପରେ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ଚଢ଼ାଉ କରି ସିଲ୍ କଲେ

masiha

Leave a Comment

error: Content is protected !!