ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋବାଇଲ ଦୋକାନ ରେ ଚୋରି, ସିସିଟିଭି ଫୁଟେଜରେ କଏଦ୍ ହେଲା ଚୋରର ଗତିବିଧି

ନବରଙ୍ଗପୁର:-(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ଚାଟିଗୁଡାରେ ଗୋଟିଏ ମୋବାଇଲ ଦୋକାନରୁ ତାଲା ଭାଙ୍ଗି ମୋବାଇଲ ଫୋନ, ମୋବାଇଲ ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି । ଯିବା ସମୟରେ ଦୋକାନରେ ଲାଗି ଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଭାଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ:- ଚାଟିଗୁଡା ଗ୍ରାମର ଅଭୟ ଦତ୍ତଙ୍କ ମୋବାଇଲ ଦୋକାନରେ କିଛ ଦୁବୃର୍ତ୍ତ ମୋବାଇଲ ଦୋକାନର ସଟର ତାଲା ଭାଙ୍ଗି ଦୋକାନରେ ବିକ୍ରିପାଇଁ ରଖାହେଇଥିବା ମୋବାଇଲ ଗୁଡିକ ଓ ମୋବାଇଲ ର ସାମଗ୍ରୀ ଗୁଡିକ ନେଇ ଯାଇଛନ୍ତି।ଅଭୟ ଦତ୍ତ ଙ୍କ କହିବା ଅନୁଯାୟୀ ସମସ୍ତ ସାମଗ୍ରୀ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ। ଏ ସବୁ ଚୋରି କରି ନେଇଯାଇଥିବା ସିସିଟିଭି ଫୁଟେଜ ରେ ଚୋର ମାନଙ୍କ ଗତିବିଧି ଦେଖିବାକୁ ମିଳିଛି। ଏ ନେଇ ଅଭୟ ଦତ୍ତ ପ୍ରଥମେ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲେ। ପରେ ଆଜି ଡାବୁଗାଁ ଥାନା କୁ ଆସି ଲିଖିତ ଭାବେ ଅଭିଯୋଗ ପତ୍ର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡାବୁଗାଁ ପୋଲିସର ତଦନ୍ତ ଆରମ୍ଭ ହେଇନଥିବା ସୂଚନାମିଳିଛି ।ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ,ଚୋରି ର ସାମଗ୍ରୀ ମିଳିପାରିବା ସହ ଦୋକାନୀ ତାର କ୍ଷତି ହୋଇଥିବା ରାଶି ରୁ କିଛି ପରିମାଣର ପାଇପାରିବ ବୋଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି ।ଚୋରକୁ ଧରି ଦଣ୍ଡ ବିଧାନ କରିବା ସହ ଚୋରି ଯାଇଥିବା ଜିନିଷ ଓ ନଗଦ ଟଙ୍କା ମିଳାଇ ଦେବା ପାଇଁ ଜନସାଧାରଣରେ ଦୃଢ ଦାବୀ ହେଉଛି l

ନବରଙ୍ଗପୁର ଜିଲ୍ଳାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

ଭିଜିଲାନ୍ସ ଜାଲରେ ନୂଆପଡା ପରିବହନ ଅଧିକାରୀ 

masiha

କିଓସ୍କ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ୩ଲାପଟପ୍ ଓ ୧ଲକ୍ଷ ୧୮ହଜାର ଟଙ୍କା ଲୁଟି ନେଲେ ଦୃର୍ବୁତ୍ତ

Sunil Chandra Nayak

Leave a Comment

error: Content is protected !!