ନବରଙ୍ଗପୁର:-(ମସିହା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ଚାଟିଗୁଡାରେ ଗୋଟିଏ ମୋବାଇଲ ଦୋକାନରୁ ତାଲା ଭାଙ୍ଗି ମୋବାଇଲ ଫୋନ, ମୋବାଇଲ ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି । ଯିବା ସମୟରେ ଦୋକାନରେ ଲାଗି ଥିବା ସିସିଟିଭି କ୍ୟାମେରା ଗୁଡ଼ିକ ଭାଙ୍ଗି ଦେଇଛନ୍ତି । ସୂଚନା ଅନୁଯାୟୀ:- ଚାଟିଗୁଡା ଗ୍ରାମର ଅଭୟ ଦତ୍ତଙ୍କ ମୋବାଇଲ ଦୋକାନରେ କିଛ ଦୁବୃର୍ତ୍ତ ମୋବାଇଲ ଦୋକାନର ସଟର ତାଲା ଭାଙ୍ଗି ଦୋକାନରେ ବିକ୍ରିପାଇଁ ରଖାହେଇଥିବା ମୋବାଇଲ ଗୁଡିକ ଓ ମୋବାଇଲ ର ସାମଗ୍ରୀ ଗୁଡିକ ନେଇ ଯାଇଛନ୍ତି।ଅଭୟ ଦତ୍ତ ଙ୍କ କହିବା ଅନୁଯାୟୀ ସମସ୍ତ ସାମଗ୍ରୀ ଦୁଇ ଲକ୍ଷ ରୁ ଉର୍ଦ୍ଧ୍ବ ହେବ। ଏ ସବୁ ଚୋରି କରି ନେଇଯାଇଥିବା ସିସିଟିଭି ଫୁଟେଜ ରେ ଚୋର ମାନଙ୍କ ଗତିବିଧି ଦେଖିବାକୁ ମିଳିଛି। ଏ ନେଇ ଅଭୟ ଦତ୍ତ ପ୍ରଥମେ ଅନଲାଇନ ମାଧ୍ୟମରେ ଅଭିଯୋଗ ଦାଖଲ କରିଥିଲେ। ପରେ ଆଜି ଡାବୁଗାଁ ଥାନା କୁ ଆସି ଲିଖିତ ଭାବେ ଅଭିଯୋଗ ପତ୍ର ଦେଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଡାବୁଗାଁ ପୋଲିସର ତଦନ୍ତ ଆରମ୍ଭ ହେଇନଥିବା ସୂଚନାମିଳିଛି ।ଜିଲ୍ଲାପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ,ଚୋରି ର ସାମଗ୍ରୀ ମିଳିପାରିବା ସହ ଦୋକାନୀ ତାର କ୍ଷତି ହୋଇଥିବା ରାଶି ରୁ କିଛି ପରିମାଣର ପାଇପାରିବ ବୋଲି ସ୍ଥାନେ ସ୍ଥାନେ ଆଲୋଚନା ହେଉଛି ।ଚୋରକୁ ଧରି ଦଣ୍ଡ ବିଧାନ କରିବା ସହ ଚୋରି ଯାଇଥିବା ଜିନିଷ ଓ ନଗଦ ଟଙ୍କା ମିଳାଇ ଦେବା ପାଇଁ ଜନସାଧାରଣରେ ଦୃଢ ଦାବୀ ହେଉଛି l