ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷକଙ୍କ ଉଦ୍ୟମ କ୍ରମେ ଗାୟତ୍ରୀ ପିଠିରେ ନଳକୂପ ଖନନ

ଗୋଳାମୁଣ୍ଡା/୮/୫/ନିର୍ଭୟ, ନିରପେକ୍ଷ ମସିହା/କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ବୃନ୍ଦାବାହାଲ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଗଇନ୍ଦିମୁଣ୍ଡା ଗ୍ରାମରେ ଗାୟତ୍ରୀ ଚରଣ ପୀଠ ପାଇଁ  ପୂର୍ଵତନ ଗୃହ ରାଷ୍ଟ୍ର ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କ ଅନୁଦାନ କ୍ରମେ କମୁନିଟି ଗୃହ ନିର୍ମାଣ କରାଯାଇଥିଲା,ଓ ସେହି ଗୃହରେ ବେଦମୂର୍ତି ତପନିଷ୍ଟ ଶ୍ରୀ ରାମଶର୍ମା ଆଚାର୍ଯ୍ୟ, ଭଗବତୀ ଦେବୀ ଓ ବିଶ୍ୱ ମାତା ଗାୟତ୍ରୀ ମାତାଙ୍କ ଫଟୋ ଚିତ୍ର ରେ ଦୈନିକ ଗାୟତ୍ରୀ ପୂଜା ପଦ୍ଧତି ହୋଇ ଆସୁଛି।ଗତ ଚୈତ୍ରମାସ ନବରାତ୍ରର ପୂର୍ଣାହୁତି ସମୟରେ ରାମକୁମାର ସେନାପତିଙ୍କ ଉପସ୍ଥିତରେ ବରିଷ୍ଠ ଗାୟତ୍ରୀ ପରିଜନ ଅକ୍ଷୟ କୁମାର ମାଝୀ ଗାୟତ୍ରୀ ପିଠିରେ ଏକ ନଳକୂପ ଯୋଗାଇ ଦେବାକୁ କହିବାରୁ ଶ୍ରୀ ସେନାପତି ସଙ୍ଗେ ସଙ୍ଗେ ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀ  ବିନ୍ଦୁ ମହାନନ୍ଦ ଙ୍କୁ ଜଣାଇବାରୁ ଅଳ୍ପ ଦିନ ମଧ୍ୟରେ ନଳକୂପ ଖନନ କାର୍ଯ୍ୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ପ୍ରତିଶ୍ରୁତି ଦେଇଥିଲେ ଓ ସେହି ପ୍ରତିଶ୍ରୁତିରେ ଗତକାଲି ରବିବାର ଦିନ ନଳକୂପ ଖନନ କାର୍ଯ୍ୟ ଶେଷ ହୋଇଥିଲା । ଏଥିରେ ଗଇନ୍ଦିମୁଣ୍ଡା ଗାୟତ୍ରୀ ପରିବାର ସଦସ୍ୟା ରୁକ୍ମଣୀ ମାଝୀ, ମାଧୁରୀ ମାଝୀ, ଜୋସଦା ବଗର୍ତ୍ତି, ଜୁତିମଞ୍ଜୁରୀ,ଜଗନ୍ନାଥ ବଗର୍ତ୍ତି,କୈଳାସ ମାଝୀ, ଲବମାଝୀ ଓ ରଥ ମାଝୀ ପ୍ରମୁଖ ଉପସ୍ଥିତ ରହି ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,ଓ  ତୁରନ୍ତ ନଳକୂପ ଆବଶ୍ୟକ ଜିନିଷ ପୂର୍ଣାଙ୍ଗ କରି ମନ୍ଦିରରେ ପାଚେରୀ ନିର୍ମାଣ କାର୍ଯ୍ୟ ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତି ଶୀଳ ମସିହା

Related posts

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

ବାତ୍ୟା ପରେ ବଢ଼ିଲା ନାଳରେ ଭାସିଗଲେ ଗରିବ ଚାଷୀ

masiha

ଓଡ଼ିଆ ସାହିତ୍ୟରେ ବୌଦ୍ଧ ସଂସ୍କୃତି ପ୍ରଭାବ ଶୀର୍ଷକ ଆଲୋଚନା ଚକ୍ର

Sunil Chandra Nayak

Leave a Comment

error: Content is protected !!