ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗା ଘାଟିରେ ଭୂ-ସ୍ଖଳନ ଘଟଣା: ମରାମତି କାମ ପରିଦର୍ଶନ କଲେ କନ୍ଧମାଳ ଜିଲାପାଳ

କଳିଙ୍ଗା ଘାଟିରେ ଭୂ-ସ୍ଖଳନ ଘଟଣା: ମରାମତି କାମ ପରିଦର୍ଶନ କଲେ କନ୍ଧମାଳ ଜିଲାପାଳ

 କନ୍ଧମାଳ, ତା, ୧୮/୦୯ :(ମନିସ): କନ୍ଧମାଳ ଜିଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର ବିରାଟ ଖାଲ ହୋଇଛି। ବୁଧବାର ଠାରୁ ଜାତୀୟ ରାଜପଥ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପରେ କାମ ଆରମ୍ଭ ହୋଇଛି। କନ୍ଧମାଳ ଜିଲାବାସୀଙ୍କ ପାଇଁ ଏହି ଘାଟି ରାସ୍ତାଟି ଜୀବନ ଜୀବିକା ହୋଇଥିବା ବେଳେ ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟରେ ଗଞ୍ଜାମ ଜିଲା ସହ କନ୍ଧମାଳ ଜିଲା ବିଚ୍ଛିନ୍ନ ହୋଇଛି। ଘଟଣା ଘଟିବାର ୪୨ ଘଣ୍ଟା ପରେ ଗୁରୁବାର ମଧ୍ୟାହ୍ନ ରେ କନ୍ଧମାଳ ଜିଲାପାଳ ବେଦଭୂଷଣ କଳିଙ୍ଗାଘାଟିର ଭୂସ୍ଖଳନ ହୋଇଥିବା ସ୍ଥାନରେ ପହଞ୍ଚି ଜାତୀୟ ରାଜପଥ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚଳିତବର୍ଷ ଅଧିକ ବର୍ଷା ହୋଇଥିବାବେଳେ ଲଗାଣ ବର୍ଷା ଯୋଗୁ ଏପରି ଭୂସ୍ଖଳନ ହୋଇଥିବା ବେଳେ ସୌଭାଗ୍ୟ ବଶତଃ ଧନ ଜୀବନ କ୍ଷତି ହୋଇନାହିଁ। ବର୍ତ୍ତମାନ ବ୍ରହ୍ମପୁର ଯିବା ପାଇଁ ବିକଳ୍ପ ରାସ୍ତା ଭାବେ ଟିକାବାଲି, ଚକାପାଦ ରାସ୍ତାକୁ ବ୍ୟବହାର କରାଯିବ। ଯଥା ସମ୍ଭବ ଚେଷ୍ଟା କରି ପାଣିପାଗ ଓ ବର୍ଷା ପରିସ୍ଥିତିକୁ ଅନୁଧ୍ୟାନ କରି ୭ରୁ ୧୦ ଦିନ ମଧ୍ୟରେ ଗାଡ଼ିମୋଟର ଯାତାୟାତ ପାଇଁ ପ୍ରଥମେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ। ପରେ ସ୍ଥାୟୀ ରାସ୍ତା କାମ ପରିସ୍ଥିତି ଅନୁକୂଳ ଦେଖି କରାଯିବ। ଏହି ଘାଟି ରାସ୍ତା ନିର୍ମାଣ ନିମନ୍ତେ ଏନ୍‌ଏଚ୍‌ ବିଭାଗ ଅଧିକାରୀଙ୍କୁ ଯେଉଁ ସବୁ ଅନୁମତିର ଆବଶ୍ୟକ ସେ ସବୁକୁ ପ୍ରଶାସନ ତରଫରୁ ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ର ଏକ ଜରୁରୀ ବୈଠକ

masiha

ମୁଗକଣି ଗ୍ରାମରେ ମହିମା ଅଲେଖଙ୍କ ଯଜ୍ଞରେ ଯୋଗ ଦେଇ ଆଶୀଷ ନେଲେ ପ୍ରାକ୍ତନ ଵିଧାୟକ ଅଂଶୁମାନ

masiha

ପବିତ୍ର ଚାରି ବେଦ ଅନୁସାରେ ବ୍ରହ୍ମା, ବିଷ୍ଣୁ ଓ ଶିବ ସୃଷ୍ଟିର ସର୍ଜନା ପାଇଁ ସୃଷ୍ଟି 

Leave a Comment

error: Content is protected !!