ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ମେଗା ବୃକ୍ଷରୋପଣ କାର୍ଯକ୍ରମ

ଧର୍ମଗଡ ଠାରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ମେଗା ବୃକ୍ଷରୋପଣ କାର୍ଯକ୍ରମ

ଧର୍ମଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପକ୍ଷରୁ ଧର୍ମଗଡ ବ୍ଲକ ମୁଖ୍ୟ ରାସ୍ତା କଡ଼ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି।ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଓ ଛାତ୍ରୀ ମାନେ ଧର୍ମଗଡ ନିକଟସ୍ଥ ବଡବସୁଲ ଗ୍ରାମ ଠାରୁ କାଶୀବାହାଲ ଓ ଗୋଡ଼ଭଞ୍ଜା ଗ୍ରାମ ଠାରୁ ପର୍ଲା ଗ୍ରାମ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ର ଉଭୟ ପାର୍ଶ୍ଵରେ ପ୍ରାୟ ପାଞ୍ଚ ହଜାର ବୃକ୍ଷରୋପଣ କରିଥିଲେ ।ଏହି କାର୍ଯକ୍ରମ କୁ ଧର୍ମଗଡ ଉପଜିଲ୍ଲାପାଳ ଧିମାନ୍ ଚକମା ବଡବସୁଲ ଠାରେ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ କୁମାର ଚୋପଦାର,ଧର୍ମଗଡ ତହସିଲଦାର ସଞ୍ଜୟ ସାମନ୍ତରା ,ସହ ଜିଲ୍ଲାପାଳ ଅଜିତ ଶବର ଓ ଗୋଷ୍ଠୀ ଶିକ୍ଷାଧିକାରି ପଙ୍କଜିନି ମାଝି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ବଢାଇଥିଲେ।ଏହି କାର୍ଯକ୍ରମ ରେ ଛିଲିପା ଉଚ୍ଚ ବିଦ୍ୟାଳୟ, ପର୍ଲା ଉଚ୍ଚ ବିଦ୍ୟାଳୟ, ଗୁରୁଜୀ ମଧୁସୂଦନ ଉଚ୍ଚ ବିଦ୍ୟାଳୟ, ଏଲ୍ ନିଶି ମିସନ ସ୍କୁଲ, ମଡର୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଡିଆଯୋର ଉଚ୍ଚ ବିଦ୍ୟାଳୟ ସହିତ ଆଖପାଖ ଅନ୍ୟ ବିଦ୍ୟାଳୟ ର ଛାତ୍ର ଓ ଛାତ୍ରୀ ମାନେ ଯୋଗଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମ କୁ ଧର୍ମଗଡ ଗୋଷ୍ଠୀ ଶିକ୍ଷାଧିକାରୀ ପଙ୍କଜିନି ମାଝୀ ପରିଚାଳନା କରିଥିବା ବେଳେ ଜଙ୍ଗଲ ବିଭାଗ ଗଛ ଯୋଗାଇବା ସହ ଅନ୍ୟାନ୍ୟ ଅନ୍ୟାନ୍ୟ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇଥିଲେ। ଧର୍ମଗଡ ସହ ଗୋଷ୍ଠୀ ଅଧିକାରୀ ଅରୁପାନନ୍ଦ ଭୋଇ, ଗଣେଶ୍ଵର ନାୟକ,ପ୍ରଧାନଶିକ୍ଷକ ଜୟନ୍ତ କୁମାର ମୁଣ୍ଡ ସମେତ ନିରଞ୍ଜନ ମୁଦୁଲି, ସନ୍ତୋଷ ପାଣିଗ୍ରାହୀ, ଅମିତ କୁମାର ମୁଣ୍ଡ, ରାଜେନ୍ଦ୍ର ଆଚାର୍ଯ୍ୟ, ଦେବେଶ କୁମାର ପଣ୍ଡା, ବୀଣାପାଣି ନାୟକ, ରବୀନ୍ଦ୍ର ପଣ୍ଡା, ଉଦ୍ଧବ ପ୍ରଧାନୀ , ଅଜାମ୍ବିଳ ପଟେଲ, ସପନ ଦାସ, ତଥା ଅନ୍ୟ ବିଦ୍ୟାଳୟର ସହକାରୀ ଶିକ୍ଷକ, ଖେଳ ଶିକ୍ଷକ ଓ ସିଆରସିସି ମାନେ ସହଯୋଗ କରିଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଇରଙ୍ଗପୁର; ଗର୍ଭବତୀ ମହିଳାଙ୍କ ମୃତ୍ୟୁ

masiha

ଅସହାୟ ଲୋକ ମାନଙ୍କୁ ଭେଟି ସମବେଦନା ଜଣାଇଲେ ବିଜେଡି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା 

ସାମୁହିକ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ପାଇଁ ସିନାପାଲିରେ ପ୍ରସ୍ତୁତି 

Sunil Chandra Nayak

Leave a Comment

error: Content is protected !!