ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସ୍ତା ନିର୍ମାଣ ନିମ୍ନମାନର, ବଢୁଛି ଅସନ୍ତୋଷ , ଯନ୍ତ୍ରୀ ତଦାରଖା ନେଇ ସମୟ ନାହିଁ

ରାସ୍ତା ନିର୍ମାଣ ନିମ୍ନମାନର, ବଢୁଛି ଅସନ୍ତୋଷ , ଯନ୍ତ୍ରୀ ତଦାରଖା ନେଇ ସମୟ ନାହିଁ

 ସୁଚନାଫଳକ ନଲଗାଇ ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି । ଯାହା ଚାଲିଛି ତାହାପୁଣି ନିମ୍ନମାନର ରହିଛି । ବିଭାଗୀୟ ଯନ୍ତ୍ରୀ ଓ ଅଧୁକାରୀଙ୍କ ତଦାରଖ ହେଉନଥିବାରୁ ଏଭଳି କାମ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକ୍ ଗଣ୍ଡଳା ପଞ୍ଚାୟତର ସଦାଶିବପୁର ଗାଁ ନିକଟସ୍ଥ ରାସ୍ତାରେ । ବିଭାଗୀୟ କର୍ମଚାରୀଙ୍କ ତଦାରଖ କରୁନାହାନ୍ତି କି ଯନ୍ତ୍ରୀ ମହୋଦୟ ଙ୍କ ସମୟ ଅଭାବ ରହିଛି। ରାସ୍ତା ନିର୍ମାଣ କାର୍ଯ୍ୟରେ ସରକାରୀ ନିୟମ ଅନୁଯାୟୀ ସିମେଣ୍ଟ , ବାଲି , ଗୁଡି ପଡିବା ଦେଖାଯାଏ ନାହିଁ ।ସେହିଭଳି ବିନା ଭାଏବେଟର ମେସିନରେ କାର୍ଯ୍ୟ କରୁଥିବା ବେଳେ କାଠ ଭାଏବେଟର ମେସିନରେ କାର୍ଯ୍ୟ ହେଉଥିବା ଦେଖିବା ମିଳିଛି । ସବୁଠୁ ଗୁରୁତ୍ବପୂର୍ଣ ବିଷୟ, ଏଠାରେ କୌଣସି ସୂଚନା ଫଳକ ଲାଗିନି। ପ୍ରକଳ୍ପର ମୋଟ ଖର୍ଚ୍ଚ, କାର୍ଯ୍ୟ କାଳ, ଠିକାଦାର ଓ ବିଭାଗୀୟ ବିବରଣୀ ସମ୍ପର୍କରେ ସାଧାରଣ ଲୋକଙ୍କୁ କୌଣସି ତଥ୍ୟ ମିଳୁନାହିଁ । ସରକାରୀ ନିୟମକୁ ଏଠାରେ ଉଲଂଘନ କରାଯାଇଥିବା ହିଞ୍ଜିଳି ଗ୍ରାମ୍ଯ ଉନ୍ନୟନ ବିଭାଗ ସହକାରୀ କାର୍ଯ୍ଯଳୟ ଅଧିନରେ ଦେଖିବା ପାଇଁ ମିଳିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ଏଭଳି କାମ କରାଯାଉଛି। ଏପରି ଯଦି ଠିକାଦାରମାନେ ଏହାର ନିର୍ମାଣ ଦାୟିତ୍ୱ ନେଇଛନ୍ତି ଯାହାକି ବିଭାଗୀୟ ଯନ୍ତ୍ରୀ ଏହାର ତଦାରଖ କରୁନାହାନ୍ତି। ଆଗାମୀ ଦିନରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କ ସୁଚନାନୁଯାଇ ଗୁଣମାନତା ଉପରେ ଦୀର୍ଘସ୍ଥାୟୀ ପରିବର୍ତ୍ତେ ବହୁତ କମ ଦିନରେ ରାସ୍ତା ଉପରେ ଯାତ୍ରାରେ ଅସୁବିଧା ହେବାର ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାରେ ମିଳେ। ରଞ୍ଜିତ କୁମାର ପଲେଇ 

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

“ଗୋପବନ୍ଧୁ ସେବା ସଂଗଠନ” ପକ୍ଷରୁ ଉତ୍କଳ ଦିବସ ପାଳନ

Sunil Chandra Nayak

ଧର୍ମପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!