ଏକ ଭାରତ ଶ୍ରେଷ୍ଠ ଭାରତ କ୍ୟାମ୍ପ-୧ ରେ ଜୁନିଅର ରକ୍ଷକ ଟ୍ରେନିଙ୍ଗ
ରାଉରକେଲା: ଷ୍ଟେଟ ଟ୍ରାନ୍ସପୋର୍ଟ ଅଥରିଟି ଓ ନବମ ଓଡିଶା ଏନସିସି ବାଟାଲିୟନ ଆନୁକୂଲ୍ୟରେ ସାଇ ଭାଲ୍ଲୀ ୱାର୍ଲଡ ସ୍କୁଲ ପରିସରରେ ଏକ ରୋଡ ସେଫଟି ଓ ପ୍ରାଥମିକ ଚିକିତ୍ସା ଜୁନିୟର ରକ୍ଷକ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରର ମୁଖ୍ୟଅତିଥି ରାଉରକେଲାର ମୋଟର ଭେହୀକିଲ ଇନସ୍ପେକଟର ମାନସ ରଞ୍ଜନ ପୃଷ୍ଟି ଓ ସମ୍ମାନିତ ଅତିଥି ନବମ ଓଡିଶା ବାଟାଲିୟନର କମାଣ୍ଡିଙ୍ଗ ଅଫିସର କର୍ନେଲ ଶଶାଙ୍କ ଚନ୍ଦ୍ରକାନ୍ତ କୂଲକର୍ଣ୍ଣି ଓ ଡେପୁଟି କ୍ୟାମ୍ପ କମାଣ୍ଡାଣ୍ଟ ଲେଫ୍ଟନାଣ୍ଟ କର୍ନେଲ ଗଗନଦୀପ ସିଂହ ଓ ଅନ୍ୟତମ ଅତିଥି ଭାବେ ଆସିଷ୍ଟାଣ୍ଟ ଏମଭିଆଇ ଟି ସୌରଭ ଓ ଜୁନିଅର ଏମଭିଆଇ କୃତିବାସ ଜେନା ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ଓ ଏହି ଶିବିରକୁ ମାଷ୍ଟର ଟ୍ରେନେର ଶୁଭେନ୍ଦୁ ପଣ୍ଡା ସୁଚାରୁରୂପେ ପରିଚାଳନା କରିଥିଲେ ତଥା ସଞ୍ଜୟ ଖଡିଆ ସହଯୋଗ କରିଥିଲେ| ଏହି ଏକ ଭାରତ ଶ୍ରେଷ୍ଠ ଭାରତ କ୍ୟାମ୍ପ -୧ ଶିବିରରେ ଦିଲ୍ଲୀ
ଡିରେକଟର ରୁ ୧୫୦ ଜଣ ଓ ଓଡିଶା ଡିରେକଟର ରୁ ଯଥା ବ୍ରହ୍ମପୁର,ସମ୍ବଲପୁର, ବଲାଙ୍ଗୀର, କଟକ, ପୁରୀ, ସୁନ୍ଦରଗଡ଼, ଭଦ୍ରକ, ନବରଙ୍ଗପୁର, ଭବାନୀପାଟଣା ଓ କେନ୍ଦ୍ରାପଡ଼ା ଅଂଚଳ ରୁ ୪୫୦ ଜଣ ଓ ସର୍ବମୋଟ ୬୦୦ କ୍ୟାଡେଟ ଅଂଶ ଗ୍ରହଣ କରୁଛନ୍ତି | ଏହି ଶିବିର ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୭ ଅକ୍ଟୋବର ଦିନ ଉଦଯାପିତ ହେବ | ଆଜିର ଏହି ପ୍ରଶିକ୍ଷଣ ଶିବିରକୁ ଦୁଇଟି ପର୍ଯ୍ୟାୟରେ ପରିଚାଳନା ହୋଇଥିଲା ଏବଂ ଏଥିରେ ସର୍ବମୋଟ ୫୦୦ ପୁଅ ଓ ଝିଅ କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ | ସେମାନଙ୍କୁ ରୋଡ ଟ୍ରାଫିକ ସିଗନାଲ, ଟ୍ରାଫିକ ସାଇନେଜ, ବର୍ଷକୁ କେତେ ଲୋକ ରୋଡ ଦୁର୍ଘଟଣା ରେ ପ୍ରାଣ ହରାଉଛନ୍ତି, ଦୁର୍ଘଟଣା କଣ ପାଇଁ ହେଉଛି ତାର ଡାଟା ଓ ତାର ପ୍ରତିକାର କେମିତି ଉପାୟରେ ନେବା ଯାହା ପାଇଁ ଦୁର୍ଘଟଣା କମାଯାଇପାରିବ | ସେହିପରି ୪ ଇ ସମ୍ପର୍କରେ ଅବଗତ କରାଯାଇଥିଲା ଯାହା ଇଞ୍ଜିନୀୟରିଙ୍ଗ,ଏନଫୋର୍ସମେଣ୍ଟ, ଏଜୁକେସନ ଓ ଇଭାଲୁୟେସନ ଏବଂ ସେମିତି ୪ସି କେୟାର, କଟେସି, କନସିଡେରେସନ, କନସର୍ନ ବିଷୟରେ ବିସ୍ତୃତ ଭାବରେ କ୍ୟାଡେଟ ମାନଙ୍କୁ ଅବଗତ କରିଥିଲେ | ମାଷ୍ଟର ଟ୍ରନେର ଶୁଭେନ୍ଦୁ ପଣ୍ଡା ବିଗତ ବର୍ଷ ମାନଙ୍କର ଦୁର୍ଘଟଣର ଗ୍ରାଫିକ ଚାର୍ଟ, କେମିତି ଏହାକୁ ଆମେ ୨୫% କମାଇପାରିବା, ଗୁଡ଼ ସମାରିଟନ ରାଇଟ୍ସ, ପର୍ସନାଲ ସେଫଟି, ଗୋଲଡେନ ଆୱାର, ପ୍ଲାଟିନମ ମିନିଟ୍ସ ବିଷୟରେ ଆଲୋକପାତ କରିଥିଲେ।ରୋଡ ସେଫଟି ରୁଲସ ଯଥା କେମତି ଉପାୟରେ ଆମେ ଟ୍ରାଫିକ ସିଗନାଲ କୁ ବ୍ୟବହାର କରିବା, ରୋଡ କ୍ରସିଂ, ହେଲମେଟ ଓ ସିଟ ବେଲ୍ଟ ପିନ୍ଧିବା ଓ ଅନ୍ୟାନ୍ୟ ବିଷୟରେ କ୍ୟାଡେଟ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ | ଦୁର୍ଘଟଣା ସମୟରେ ଆମେ କେମିତି ଉପାୟରେ ଆହତ ବ୍ୟକ୍ତି ସୁରକ୍ଷା ଦେଇ ତା ଜୀବନ ବଞ୍ଚାଇପାରିବା ସେହି ବିଷୟରେ ଆଲୋକପାତ କରିଥିଲେ ଓ କେମତି ଉପାୟରେ ପଲସ ଚେକ କରିବା, ଡିଆରସିଏବି କଣ ଓ ତାକୁ ଦୁର୍ଘଟଣା ସମୟରେ କେମିତି ଉପଯୋଗ କରିବା, ସିପିଆର କେମିତି ଦେବା ଏହି ସବୁ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯାଇ ସେମାନଙ୍କୁ ପ୍ରାକଟିକାଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା | ଦୁର୍ଘଟଣା ସ୍ଥାନରୁ ତାକୁ କେମିତି ଉପାୟରେ ସ୍ଥାନାନ୍ତର କରିବା ସେହି ବିଷୟରେ ପ୍ରାକ୍ଟିକାଲ ମାଧ୍ୟମରେ ସେମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ ଯେମିତି ହହ୍ୟୁମାନ କ୍ରଚ, ଟୁ ହ୍ୟାଣ୍ଡ,ଥ୍ରୀ ହ୍ୟାଣ୍ଡ, ଫୋର ହ୍ୟାଣ୍ଡ, ହ୍ୟୁମାନ ଷ୍ଟ୍ରେଚର ମାଧ୍ୟମରେ ତାକୁ ସ୍ଥାନାନ୍ତର କରିବା, ଏମେରଜେନସି କଲ୍ ନମ୍ବର ୧୧୨,ଦୁର୍ଘଟଣା ଜାଗାରେ ଲୋକମାନଙ୍କର ସାହାଯ୍ୟ ଓ ସହଯୋଗ ସଠିକ ଭାବେ ଉପଯୋଗ କରି ଆହତ ବ୍ୟକ୍ତି ଜୀବନ ବଞ୍ଚାଇପାରିବ ସେହି ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା | ପରିଶେଷରେ ଏହି ଶିବିରରେ ଅଂଶ ଗ୍ରହଣ କରିଥବା ସମସ୍ତ କ୍ୟାଡେଟ ମାନଙ୍କୁ ଜୁନିଅର ରକ୍ଷକର ସାର୍ଟିଫିକେଟ ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା | ଏହି ଶିବିରକୁ କ୍ୟାମ୍ପ ଏଡ଼ଜୁଟାଣ୍ଟ ଲେଫ୍ଟନାଣ୍ଟ ମହମଦ ହମିଦ, କ୍ୟାମ୍ପ ଟ୍ରେନିଙ୍ଗ ଅଫିସର ଲେଫ୍ଟନାଣ୍ଟ ଆର୍ଯ୍ୟ ଜେନା, ସୁବେଦାର ମେଜର ଅଙ୍ଗଦ ମାହାତୋ, ଟ୍ରେନିଂ ଜେସିଓ ସୁବେଦାର ସୁଖବିନ୍ଦର ସିଂହ, ଏଡ଼ମ ଜେସିଓ ସୁବେଦାର ଶରତ କହ୍ନର , ନବମ ବାଟାଲିୟନର ସମସ୍ତ ଅଫିସର ବୃନ୍ଦ, ବିଭିନ୍ନ ଜାଗାରୁ ଆସିଥିବା ଏନସିସି ଅଫିସରଙ୍କ ତତ୍ୱାବଧାନରେ ଏହି ଟ୍ରେନିଂକୁ ସୁଚାରୁରୂପେ ପରିଚାଳନା କରିବାରେ ସାହାଯ୍ୟ ଓ ସହଯୋଗ କରିଥିଲେ |
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

