ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ
ବସ୍ତା,24/03 : ନିର୍ବାଚନକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ପୋଲିସର ନାକାବନ୍ଦୀ ଲଗାଯାଇଛି l ରାଜ୍ୟ ବାହାରକୁ ଆସୁଥିବା ଓ ଯାଉଥିବା ଯାନବାହାନ ଉପରେ ଦୁଇ ରାଜ୍ୟ ପୋଲିସର କଡା ନଜର ରଖାଯାଇଥିବା ଦେଖିବାକୁ ମିଳିଛି l ତେବେ ରବିବାର ମଧ୍ୟାହ୍ନ ସମୟରେ ଏକ ପଶ୍ଚିମବଙ୍ଗର ନମ୍ବର ଥିବା କାର ସନ୍ଦେହ ଜନକ ଭାବେ ଓଡ଼ିଶାରୁ ପଶ୍ଚିମବଙ୍ଗ ରାଜ୍ୟକୁ ପ୍ରବେଶ କରୁଥିବାର ଦେଖି ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଅଟକ ରଖାଯିଵା ସହିତ ଯାଞ୍ଚ କରାଯାଇଥିବାର ଦେଖିବାକୁ ମିଳିଥିଲା l କାର ମଧ୍ୟରେ କିଛି ପେଟିରେ ସନ୍ଦେହ ଜନକ ଜିନିଷ ଥିବାର ଦେଖି ପଶ୍ଚିମବଙ୍ଗ ପୋଲିସ କାରଟିକୁ ଅଟକ ରଖିବା ସହିତ ପଶ୍ଚିମବଙ୍ଗ ସଦର ଥାନାକୁ ନେଇଯାଇଥିବାର ଦେଖିବାକୁ ମିଳିଛି l ତେବେ ଉକ୍ତ କାରରେ ଟଙ୍କା ରହିଛି ବୋଲି ସନ୍ଦେହ କରାଯାଉଛି l ତେବେ ଏନେଇ ପଶ୍ଚିମବଙ୍ଗ ପକ୍ଷରୁ କୌଣସି ସୂଚନା ଦେବାପାଇଁ ମନା କରିଥିଲେ l