ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିସର ରେ ବାସନ୍ତିକ ସାହିତ୍ୟ ଆସର : ଝଡ଼ ଓ ଉଷା ର କାହାଣୀ ପୁସ୍ତକ ଉନ୍ମୋଚିତ

ଖାତିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିସର ରେ ବାସନ୍ତିକ ସାହିତ୍ୟ ଆସର : ଝଡ଼ ଓ ଉଷା ର କାହାଣୀ ପୁସ୍ତକ ଉନ୍ମୋଚିତ

ତେନ୍ତୁଳିଖୁଣ୍ଟି ୨୪/୦୩/୨୪  // ଆଜି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପରିସରରେ ଏକ ବାସନ୍ତିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଦିବା 10 ଘଟିକା ସମୟରେ ଶ୍ରୀ ଅରବିନ୍ଦ ଙ୍କ ଦେହାଂଶ ପୀଠ ରେ ଧ୍ୟାନ ପରେ ମଞ୍ଚ ନିକଟରେ ଶ୍ରୀମା ଓ ଶ୍ରୀ ଅରବିନ୍ଦ ଙ୍କ ଫୋଟ ନିକଟରେ ପୁଷ୍ପ ଅର୍ପଣ ଓ ଧୂପ ପ୍ରଦାନ କରା ଯାଇଥିଲା । ପରେନିରବ ପ୍ରାର୍ଥନା ପରେ ସାହିତ୍ୟ ଆସର ଆରମ୍ଭ ହୋଇଥିଲା। ସାହିତ୍ୟ ଆସର ର ପ୍ରଥମ ପର୍ଯ୍ୟାୟ ରେ ମୁଁ କାହିଁକି ଲେଖେ ଶୀର୍ଷକ ରେ ସାରସ୍ୱତ ସାଧକ ମାନେ ନିଜ ବକ୍ତବ୍ୟ ରଖିଥିଲେ। ବିଜୟ ଚୌଧୁରୀ ,ନାରାୟଣ ପଣ୍ଡା ବଲ୍ଲଭ ରାଉତ ଜାହ୍ନବୀ ପଣ୍ଡା ପ୍ରମୁଖ ସାରସ୍ୱତ ସାଧକ ମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ର ସଂଯୋଜନା ରତିକାନ୍ତ ଦୁବେ କରିଥିଲେ। 

ପରବର୍ତ୍ତି କାର୍ଯ୍ୟକ୍ରମ ଝଡ଼ ଓ ଉଷାର କାହାଣୀ ପୁସ୍ତକ ର ଉନ୍ମୋଚନ କାର୍ଯ୍ୟକ୍ରମ। ପ୍ରାରମ୍ଭ ରେ ଶ୍ରୀଧର ଶତପଥୀ ଉପକ୍ରମଣିକା କରିଥିବା ବେଳେ ମଞ୍ଚକୁ ଇଂ ସନ୍ତୋଷ ଗାହଣ ,ଡ଼ଃ ସୁଦର୍ଶନ ଦାସ , ଡ଼ଃ ବିଜୟ ମିଶ୍ର ମଞ୍ଚ ରେ ବସିଥିଲେ।ମଞ୍ଚ ପରିଚାଳନା ବିଜୟଲକ୍ଷ୍ମୀ ପାଣିଗ୍ରାହୀ କରିଥିଲେ। ପ୍ରାରମ୍ଭ ରେ ଡ଼ଃ ମିଶ୍ର ପୁସ୍ତକ ସମ୍ପର୍କରେ ସମୀକ୍ଷା କରି 6 ଭାଗରେ ପୁସ୍ତକ ର ପ୍ରତି ଗଳ୍ପ ର ଆଲେଖ୍ୟ ବର୍ଣ୍ଣନା କରିଥିଲେ। ପରେ ପୁସ୍ତକ ର ଉନ୍ମୋଚନ ଗାଳ୍ପିକସୁଧିରାଜ ଓ ତା ଙ୍କ ମା ,ଭାଇ ତୃପ୍ତି ,ସ୍ୱର୍ଣ୍ଣ ପ୍ରଭା ମହାଙ୍କୁଡ ,ସନ୍ତୋଷ ଗାହଣ ,ସୁଦର୍ଶନ ଦାସ ,ସୁରେଶ ବନ୍ଧୁ ପ୍ରଦୀପ ପାଢ଼ୀ ଉପସ୍ଥିତି ରେ ଉନ୍ମୋଚିତ ହୋଇଥିଲା। ଗାଳ୍ପିକ ସୁଧିରାଜ ନିଜ ଗଳ୍ପ ସଂକଳନ ରେ ଲିଖିତ ବଗ ଶୀର୍ଷକ ଗଳ୍ପ ନିଜେ ଦେଖିଥିବା ପରେ ଲେଖିଥିବା ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ ଏବଂ କହିଥିଲେ ବଗ ମାନେ କିଭଳି ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ପୁସ୍ତକର ସମୀକ୍ଷା ଅର୍ଥାତ ସମୀକ୍ଷକ ସୁଦର୍ଶନ ଦାସ ଙ୍କ ଭାଷା ରେ ବ୍ୟବଛେଦ କରିଥିଲେ। ସାରସ୍ୱତ ସାଧକ ସନ୍ତୋଷ ଗାହଣ ମଧ୍ୟ ସମୀକ୍ଷା କରିବ ସହ କିଛି ବୌଦ୍ଧିକ ପରାମର୍ଶ ଦେଇଥିଲେ। ଶେଷରେ ପାଠକୀୟ ମତ କୋଟପଡ଼ ର ବିନୋଦ କବିତା ଛଳରେ ଆବୃତ୍ତି କରିଦେଇଥିଲେ। ସମୀକ୍ଷା କାର୍ଯ୍ୟକ୍ରମ ପରେ ଉପସ୍ଥିତ ସାରସ୍ୱତ ସାଧକ ସ୍ଵକୀୟ ଲେଖା ଆବୃତ୍ତି କରିଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଆତ୍ମନିର୍ଭରଶୀଳ ଭିତ୍ତିଭୂମି ଉପରେ ତାଲିମ 

masiha

ଆସନ୍ତା ୧୯ରେ ମାଣିକେଶ୍ବରୀ ମହୋତ୍ସବ  ସଫଳ ଆୟୋଜନ ପାଇଁ ସରିଲା ଶେଷ ପ୍ରସ୍ତୁତି ବୈଠକ

Sunil Chandra Nayak

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ପ୍ରସ୍ତୁତି 

masiha

Leave a Comment

error: Content is protected !!