ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥକୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ

କାଉଡୋଳା ପଞ୍ଚାୟତରେ ବିକଶିତ ଭାରତ ରଥକୁ ସ୍ୱାଗତ କଲେ କଳାହାଣ୍ଡି ସାଂସଦ

କୋକସରା,୨୮/୧୨ // କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବିକଶିତ ଭାରତ ସଂକଳ୍ପ ରଥ ପରିକ୍ରମା କରୁଛି । ବୁଧବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ପଞ୍ଚାୟତ ଠାରେ ବ୍ଲକ ପ୍ରଶାସନ ଓ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇ ଏହି ରଥକୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଶ୍ରୀ ପଣ୍ଡା, ବିଡ଼ିଓ କୋକସରା ସ୍ନେହାପ୍ରଭା ମାଝୀ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ବଲାଙ୍ଗୀର ଯୁବ ମୋର୍ଚ୍ଚା ପ୍ରଭାରୀ ହିମାଂଶୁ ପଣ୍ଡା, ସରପଞ୍ଚ ଦେବିସିଂ ତାଣ୍ଡି, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି ସମେତ ପଞ୍ଚାୟତର ୱାର୍ଡ଼ ସଭ୍ୟ ସଭ୍ୟା, ମିଶନ ଶକ୍ତିର ମହିଳା କର୍ମଚାରୀ ଉପସ୍ଥିତ ରହିଥିଲେ। କେନ୍ଦ୍ର ସରକାରଙ୍କ ଜନ ହିତକର ଯୋଜନାକୁ ନେଇ ଭିଡ଼ିଓ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଚକ୍ରଧର ବେଶ୍ରା ମଞ୍ଚ ପରିଚାଳନ କରିଥିବା ବେଳେ ପଂଚାୟତ ପିଇଓ ରୋହିତ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ସାଧାରଣତନ୍ତ୍ର ଦିବସ    

masiha

ରାଜ୍ୟସ୍ତରୀୟ ମେଘ ଉତ୍ସବ ଉଦଘାଟିତ

masiha

ରାଇଘର ଲ୍ୟାମ୍ପ ଏମଡି ନିରାକାର ରାଉତ ନିଲମ୍ବିତ  ମଣ୍ଡିରେ ଧାନ ଦେଇ ଚାଷୀ ଟଙ୍କା ନପାଇବା ଘଟଣା

masiha

Leave a Comment

error: Content is protected !!