ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ମଞ୍ଚ ପ୍ରସ୍ତୁତି ପାଇଁ ସ୍ଥାପନ ହେଲା ଶୁଭ ଖୁମ୍ବ  ଏ ବର୍ଷ ମଞ୍ଚ ରୂପେ ଝଲସିବ ଘୁମର ଜଳ ପ୍ରପାତ ଓ ଘୁମେଶ୍ୱର ଶୈବ ପୀଠ 

କଳାହାଣ୍ଡି ଉତ୍ସବ ମଞ୍ଚ ପ୍ରସ୍ତୁତି ପାଇଁ ସ୍ଥାପନ ହେଲା ଶୁଭ ଖୁମ୍ବ 

ଏ ବର୍ଷ ମଞ୍ଚ ରୂପେ ଝଲସିବ ଘୁମର ଜଳ ପ୍ରପାତ ଓ ଘୁମେଶ୍ୱର ଶୈବ ପୀଠ 

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୪ ଧର୍ମଗଡ ଠାରେ ମଞ୍ଚ ନିର୍ମାଣ ପାଇଁ ଶୁଭ ଖୁମ୍ବ ସ୍ଥାପନ ହୋଇ ଯାଇଛି । ଚଳିତ ବର୍ଷ ଧର୍ମଗଡ ଉପଖଣ୍ଡ ଜୟପାଟଣା ବ୍ଲକ ର ଘୁମର୍ ଜଳ ପ୍ରପାତ ଓ ଘୁମେଶ୍ଵର୍ ଶିବ ପୀଠ ର ପ୍ରତିକୃତି କୁ ମୂଖ୍ୟ ମଞ୍ଚ ରୂପ ଦିଆ ଯିବ । ଧର୍ମଗଡ ର ଅଧିଷ୍ଠାତ୍ରୀ ଦେବୀ ମା ଭଣ୍ଡାର ଘରଣୀ ଙ୍କ ପୂଜକ ପୁଜା ଅର୍ଚ୍ଚନା ପରେ ଶୁଭଖୁମ୍ବ ସ୍ଥାପନ କରି ଥିଲେ। ଏହି ସମୟ ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ସିଂ,ମଞ୍ଚ ପ୍ରସ୍ତୁତି କମିଟିର ଅଧ୍ୟକ୍ଷ ହଳଧର ନିଆଲ, ଉପାଧ୍ୟକ୍ଷ ଅଲେଖ ମହାରଣା, ପ୍ରଚାର ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ଜାଲ, ଗ୍ରାଉଣ୍ଡ ମେନେଜ୍ ମେଣ୍ଟ କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ମୁନି, କ୍ରୀଡା କମିଟି ଅଧ୍ୟକ୍ଷ ସନ୍ତୋଷ ପାଣିଗ୍ରାହୀ, ଅଭୟ ବାଗ,ପୁରସ୍କାର ବିତରଣ କମିଟି ଅଧ୍ୟକ୍ଷ ମାଧବ ଲହଜଲ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ ।ଏଠାରେ ସୂଚନା ଯୋଗ୍ୟ ଯେ ଧର୍ମଗଡ ଉତ୍ସବ ମଞ୍ଚ ରେ ବିଭିନ୍ନ ସମୟ ରେ ଲୋକ ଲୋଚନ କୁ ଆସି ପାରି ନ ଥିବା କଳାହାଣ୍ଡି ଜିଲ୍ଲା ର କଳା , ସଂସ୍କୃତି,ଐତିହ୍ୟ ଓ ପରମ୍ପରା କୁ ନେଇ ସଦୃଶ୍ୟ ମଞ୍ଚ ପ୍ରସ୍ତୁତ କରାଯାଇ ଲୋକ ଲୋଚନକୁ ଅଣାଯାଇ ଥାଏ ଓ ଉତ୍ସବ ସମୟ ରେ ଏହି ମଞ୍ଚ ହିଁ ଅତିଥି, କଳାକାର ଓ ଦର୍ଶକ ଙ୍କୁ ବେଶ୍ ଆକୃଷ୍ଟ କରିଥାଏ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ, କ୍ଷତିପୂରଣ ମିଳିବା ପରେ ହଟିଲା ରାସ୍ତା ଅବରୋଧ

Sunil Chandra Nayak

ଯୁବ କଳାକାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା 

masiha

ଭାଲୁ ଆକ୍ରମଣ ଜଣେ ଗୁରୁତର

Sunil Chandra Nayak

Leave a Comment

error: Content is protected !!