ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ
କର୍ଲାମୁଣ୍ଡା, (ସୁଶାନ୍ତ ରଣା): ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସେବା ଯୋଜନା ତରଫରୁ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅଧ୍ଯକ୍ଷ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ନିଶାମୁକ୍ତି ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ଶୁଭସ୍ମିତା ବେହେରା, ଅଧ୍ୟାପକ ବାବୁଲାଲ ଗହୀର ମଂଚାସୀନ ଥିବାବେଳେ କାର୍ଯ୍ୟକ୍ରମ ଅଧିକାରୀ ମୁକେଶ ବହିଦାର ସଭା କାର୍ଯ୍ୟ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର ପ୍ରମୁଖ ସହଯୋଗ କରିଥିଲେ ।

