ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଦର୍ଶନୀୟ ସ୍ଥାନ, ସରକାରୀ ମାନ୍ଯତା ଓ ପାରିପାର୍ଶ୍ବିକ ବିକାଶ ପାଇଁ ଜନସାଧାରଣରେ ଦାବି

ସରକାରଙ୍କ ଦୃଷ୍ଟି ଆଢୁଆଳରେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଦର୍ଶନୀୟ ସ୍ଥାନ, ସରକାରୀ ମାନ୍ଯତା ଓ ପାରିପାର୍ଶ୍ବିକ ବିକାଶ ପାଇଁ ଜନସାଧାରଣରେ ଦାବି

ଥୁଆମୂଳ ରାମପୁର:୩୦/୧୦ – (ମନିସ) :- ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟ ତଥା ଐତିହାସିକ ଗୁରୁତ୍ୱ ବହନ କରୁଥିବା ଥୁଆମୂଳ ରାମପୁର ଅଞ୍ଚଳର ପ୍ରମୁଖ ଦର୍ଶନୀୟ ଯଥା, କର୍ଲାପାଟ ଘୁସୁରୀ ଗୁଡି, କର୍ଲାପାଟ, ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ପୋଇଗୁଡା ନିକଟସ୍ଥ ଘୁମର, ସିନ୍ଧେର ଜଳପ୍ରପାତ, ବଡ ସିନ୍ଧେର ଜଳ ପ୍ରପାତ ଭଳି ଅନେକ ଦର୍ଶନୀୟ ସ୍ଥାନଟି ଆଜି ସରକାର ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢୁଆଳରେ ରହିଯାଇଛି। ସ୍ଥାନୀୟ ଅଞ୍ଚଳରେ ପର୍ଯ୍ୟଟନର ବ୍ଯାପକ ସୁଯୋଗ ଥିଲେ ହେଁ, ପ୍ରଶାସନିକ ଉଦାସୀନତା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହି ସ୍ଥାନ ଗୁଡିକର ଆଶାନୁରୂପ ବିକାଶ ହୋଇପାରୁନାହିଁ।ଏହାକୁ ନେଇ ଅଞ୍ଚଳବାସୀ ଓ ପର୍ଯ୍ୟଟନପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସମସ୍ୟା ଓ ଅବହେଳା: ସୂଚନା ଅନୁସାରେ, ପ୍ରତିଦିନ ଏବଂ ବିଶେଷ କରି ଶୀତ ଋତୁ ତଥା ପର୍ବପର୍ବାଣି ସମୟରେ ଏଠାକୁ ଶତାଧିକ ପର୍ଯ୍ୟଟନ ଆସିଥାନ୍ତି। ମାତ୍ର ସେମାନଙ୍କ ପାଇଁଏଠାରେ କୌଣସି ମୌଳିକ ସୁବିଧା ସୁଯୋଗ ନାହିଁ। ଯୋଗାଯୋଗ ଅଭାବ: ସ୍ଥାନଟିକୁ ଯିବାପାଇଁ ରାସ୍ତାଘାଟର ଅବସ୍ଥା ଅତ୍ଯନ୍ତ ଶୋଚନୀୟ ହୋଇପଡିଛି।: ମୌଳିକ ସୁବିଧା ଶୂନ୍ଯ: ପର୍ଯ୍ୟଟନଙ୍କ ପାଇଁ ବିଷୁଦ୍ଧ ପାନୀୟ ଜଳ, ଶୌଚାଳୟ ବିଶ୍ରାମାଗାର କିମ୍ବା ଆଲୋକୀକରଣ କୌଣସି ବ୍ଯବସ୍ଥା କରାଯାଇନାହିଁ। ସୁରକ୍ଷାର ଘୋର ଅଭାବ: ଏହି ସ୍ଥାନଟିର ଚତୁଃପାଶ୍ୱର୍ରେ ସୁରକ୍ଷା ପ୍ରାଚୀର ନଥିବାରୁ ଏବଂ ଜଙ୍ଗଲିଆ ପରିବେଶ ଯୋଗୁଁ ଅନେକ ସମୟରେ ଅସାମାଜିକ ବ୍ଯକ୍ତିଙ୍କ ଆଡ୍ଡା ଜମୁଛି, ଯାହା ପର୍ଯ୍ୟଟନଙ୍କ ପାଇଁ ଅସୁରକ୍ଷିତ ପରିବେଶ ସୃଷ୍ଟି କରୁଛି। ସ୍ଥାନୀୟ ଲୋକଙ୍କ ଦାବି: ଏହି ସବୁ ପର୍ଯ୍ୟଟନ ସ୍ଥଳୀ ଗୁଡିକୁ ତୁରନ୍ତ ସରକାରୀ ପର୍ଯ୍ୟଟନ ସ୍ଥଳୀର ମାନ୍ଯତା ପ୍ରଦାନ କରିବା ସହ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି। ଯଦି ଏହି ସ୍ଥାନଗୁଡ଼ିକର ସଠିକ ବିକାଶ କରାଯାଏ, ତେବେ ଏହା କେବଳ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ନାହିଁ ବରଂ ସ୍ଥାନୀୟ ବେକାର ଯୁବକଯୁବତୀଙ୍କ ପାଇଁ ରୋଜଗାରର ଏକ ନୂଆ ମାଧ୍ୟମ ସାଜିବ ଏବଂ ଅଞ୍ଚଳର ଅର୍ଥନୀତି ସୁଦୃଢ ହୋଇପାରିବ। ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ସ୍ଥାନ ଗୁଡିକକୁ ପରିଦର୍ଶନ କରିବା ସହ ଉନ୍ନୟନମୁଳକ କାର୍ଯ୍ୟ ହାତକୁ ନେବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଅନୁରୋଧ କରିଛନ୍ତି। ନଚେତ ଆଗାମୀ ଦିନରେ ଏହାକୁ ନେଇ ବଡ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଚେତାବନୀ ଦିଆଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

masiha

ହମିରପୁର ଉନ୍ନୟନ ପରିଷଦ ତରଫରୁ ବଡଦିନ ପାଳନ

Sunil Chandra Nayak

ତେନ୍ତୁଳୀ ଗଛରୁ ପଡି ଜଣେ ବ୍ୟକ୍ତି ମୃତ 

masiha

Leave a Comment

error: Content is protected !!