ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୦ ଦିନ ହେଲା ଆଉ ଜଣେ ନାବାଳିକାର ପତ୍ତା ମିଳୁନି?  ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ଗୁମର କଥା ପଦାରେ ପଡ଼ିଲା !

୫୦ ଦିନ ହେଲା ଆଉ ଜଣେ ନାବାଳିକାର ପତ୍ତା ମିଳୁନି? ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ଗୁମର କଥା ପଦାରେ ପଡ଼ିଲା !

ଜଳେଶ୍ଵର,୨୯/୧୦(ମନିସ)- ଜଳେଶ୍ଵର ବ୍ଲକ ଅନ୍ତର୍ଗତ ପଶ୍ଚିମବାର୍ଡ ଅଞ୍ଚଳର ବହୁ ଚର୍ଚ୍ଚିତ ନାବାଳିକା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ବେଳେ ସେହି ନାବାଳିକା ପଢୁଥିବା ଆନନ୍ଦମୟୀ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀର ଅନ୍ୟ ଏକ ୧୫ ବର୍ଷ ଛାତ୍ରୀର ପତ୍ତା ଆଜକୁ ୫୦ ଦିନ ହେଲା ନ ମିଳିବା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଗତ ସେପଟେମ୍ବର ୪ ତାରିଖ ସକାଳ ୬.୩୦ ମିନିଟ୍ ସମୟରେ ସମ୍ପୃକା ଛାତ୍ରୀ ଟିଉସନ୍ ପଢ଼ିବା ପାଇଁ ଘରୁ ବାହାରି ଆସିଥିଲେ।ମାତ୍ର ପୂର୍ବାହ୍ନ ୧୦.୩୦ ମିନିଟ୍ ପର୍ଯ୍ୟନ୍ତ ସେହି ଛାତ୍ରୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକ ଆଶଙ୍କା ପ୍ରକାଶ କରିଥିଲେ।ପରେ ସେଦିନ ଜନ୍ମାଷ୍ଟମୀ ପାଇଁ ଟିଉସନ୍ ଛୁଟି ଥିଲା ବୋଲି ଜାଣି ବିଭିନ୍ନ ସ୍ଥାନରେ ଝିଅକୁ ପିତାମାତା ଖୋଜା ଖୋଜି କରିଥିଲେ।ମାତ୍ର ସେମାନେ ତାଙ୍କ ଝିଅକୁ ଭୋଗରାଇ ଥାନା ଅନ୍ତର୍ଗତ ଜୟରାମପୁର ଗ୍ରାମର ଜୈନକ ଯୁବକ ଆଦି କୁମାର ଅପହରଣ କରି ନେଇଛି ବୋଲି ଜାଣିବାକୁ ପାଇଲେ।ଶେଷରେ ଝିଅର ମାଆ ଘଟଣା ସମ୍ପର୍କରେ ନାମ୍ପୋ ଫାଣ୍ଡିରେ ୫/୯/୨୬ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ୫୧୧/୨୬ ମୂଳେ ରୁଜୁ କରିଥିଲା।ମାତ୍ର ସେହି ଦିନ ଠାରୁ ବାରମ୍ବାର ଫାଣ୍ଡି ଅଧିକାରୀ କରନ୍ ମାରାଣ୍ଡିଙ୍କୁ ପିତା ମାତା ଗୁହାରୀ କଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଇ ନ ଥିଲେ ।ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ବୋଲି ଶ୍ରୀ ମାରାଣ୍ଡି ସମୟ ଗଡେଇ ଚାଲିଥିଲେ।ଶେଷରେ ଜଳେଶ୍ଵର ଥାନା ଆଇ.ଆଇ.ସି ଅଶୋକ କୁମାର ବାରିକଙ୍କୁ ସେମାନେ ଅଭିଯୋଗ କରି ସେମାନଙ୍କ ଝିଅକୁ ଅଭିଯୁକ୍ତ ଯୁବକ ଅପହରଣ କରି ହାଇଦ୍ରାବାଦରେ ରଖିଛି ବୋଲି ସୂଚନା ଦେଇଥିଲେ।ସେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ।ପରେ ସେମାନେ ମାମଲା ସମ୍ପର୍କରେ ଜଳେଶ୍ଵର ଏସ. ଡି.ପି.ଓ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଆଜକୁ ୫୦ ଦିନ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ ବୋଲି ଉଭୟ ପିତା ମାତା ଆଜି ଗଣ ମାଧ୍ୟମ ନିକଟରେ ଅଭିଯୋଗ କରିବା ସହିତ ଆନନ୍ଦମୟୀ ଉଚ୍ଚ ବିଦ୍ୟାଳୟକୁ ଆସିଥିବା ଡି.ଏସ.ପି ଚାନ୍ଦମଣି ସିଂଙ୍କ ନିକଟରେ ଅଭିଯୋଗ କରିବା ସହିତ ସେମାନଙ୍କ ଝିଅର ଜୀବନ ପ୍ରତି ବିପଦ ଥିବାରୁ ତୁରନ୍ତ ତାକୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବାରହା ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ 

Sunil Chandra Nayak

MINERAL SMUGGLING AND ILLEGAL QUARRYING ON THE RISE IN RAYAGADA*

masiha

*POLICE CRACKDOWN: 2 ACCUSED ARRESTED, 10 STOLEN MCs RECOVERED IN RAYAGADA*

masiha

Leave a Comment

error: Content is protected !!