ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାରହା ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ 

ବାରହା ଶିକାର ଅଭିଯୋଗରେ ୪ ଶିକାରୀ ଗିରଫ 

ନୂଆପଡ଼ା,୧୨.୦୭.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା କୋମନା ବନ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିଛି l ବିଦ୍ୟୁତ୍ ତାର ଲଗାଇ ବାରହା ଶିକାର କରିଥିବା ଅଭିଯୋଗରେ ଭାଲୁକୋନା ଗାଁର ୪ ଶିକାରୀଙ୍କୁ ଗିରଫ କରା ଯାଇଛି l ବିଶେଷ ସୂତ୍ରରୁ ସୂଚନା ପାଇ କୋମନା ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଭାଲୁକୋନା ଗାଁରେ ଚଢାଉ କରି ଥିଲେ l ଏକ ଧାନ ଖଳାରେ ବାରହା ମାଂସ କାଟୁ ଥିବା ବେଳେ ସୋମନାଥ ସାହୁ( ୫୧)ମାଧବ ମାଝୀ (୨୬)ଭୁବନ ମାଝୀ( ୪୦) ଓ ଦିଲୀପ ମାଝୀ (୨୮)ଙ୍କୁ ଘଟଣା ସ୍ଥଳରୁ ଗିରଫ କରିଥିଲା ବନ ବିଭାଗ l ତାଙ୍କ ପାଖରୁ ୨ କିଲୋଗ୍ରାମ ୨୦୦ ଗ୍ରାମ ବାରହା ମାଂସ ଜବତ ହୋଇଛି lଏହି ଶିକାରୀମାନେ ଜଙ୍ଗଲରେ ବିଦ୍ୟୁତ୍ ତାର ଲଗାଇ ବାରହା ଶିକାର କରୁ ଥିଲେ l ଗତ ୬ ମାସ ତଳେ ମଧ୍ୟ ବାରହା ଶିକାର ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇ ଥିଲେ l ଆଜି ସମସ୍ତ ୪ ଶିକାରୀଙ୍କୁ କୋର୍ଟ ଚାଲାଣ କରା ଯାଇଛି l

Related posts

ଦୁର୍ଘଟଣାରେ ମାମୁ ଭଣଜା ମୃତ

Sunil Chandra Nayak

ଆଲୋମଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ଝୁଲନ୍ତା ମୃତ୍ୟୁ ଦେହ ଉଦ୍ଧାର 

masiha

ବାପା ଶିକ୍ଷକ ପୁଅ ଡାକ ସେବକ, କିନ୍ତୁ କାମ ଜାଲ ସାର୍ଟିଫିକେଟ୍ ଯୋଗାଇବା , ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା

masiha

Leave a Comment

error: Content is protected !!