ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେକରେ ଗାମୁଛା ବାନ୍ଧି ବ୍ୟକ୍ତି ଙ୍କ ଆତ୍ମହତ୍ୟା

ଡାବୁଗାଁ, ୨୧/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଗଲ୍ଲିଆଗୁଡା ଗ୍ରାମ ନିକଟ ଏକ ଜମିରେ ଥିବା କାଜୁ ଗଛରେ ବେକରେ ଗାମୁଛା ବାନ୍ଧି ଜଣେ ୫୫ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛି | ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ମୁର୍ତ୍ତୁମା ଗ୍ରାମର ଖଗପତି ହରିଜନ (୫୫) ସୋମବାର ଠାରୁ ଘରୁ କେଉଁ ଆଡେ ଚାଲିଯାଇଥିଲେ | ଖଗପତି ସନ୍ଧ୍ୟାରେ ନିଜ ଘରକୁ ନାଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜ ଖୋଜି କରିଥିଲେ | ଖୋଜ ଖୋଜି କରି ମଙ୍ଗଳବାର ସକାଳେ ଜାଣିବାକୁ ପାଇଥିଲେ ଯେ ଡାବୁଗାଁ ଥାନା ଅଧୀନ ଗଲ୍ଲିଆଗୁଡା ଗ୍ରାମ ନିକଟ ଏକ ଜମିରେ ଥିବା କାଜୁ ଗଛରେ ଜଣେ ଲୋକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି | ଖବର ପାଇ ପରିବାର ଲୋକେ ଶୀଘ୍ର ଉକ୍ତ ସ୍ଥାନରେ ପହଞ୍ଚି ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଖଗପତି ବୋଲି ଚିହ୍ନଟ କରିଥିଲେ | ପରେ ମୃତକେଆର ପୁତୁରା କେଶବ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ବିଜୟ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ସାବା ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ, ବିପୁଳ ପରିମାଣର ବିଦେଶୀ ମଦ ଓ ଲକ୍ଷାଧିକ ଟଙ୍କା ଜବତ

Sunil Chandra Nayak

ପଣ୍ଡକୁଳ ଠାରେ ବେଆଇନ ଭାବେ ଚାଲିଛି ବାଲି ଚାଲାଣ , ବିନା ନମ୍ବରରେ ଚାଲିଛି ଟ୍ରାକ୍ଟର ପୁଣି ବାଲି ଚାଲାଣ

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ଗୁଣି ସନ୍ଦେହରେ ହତ୍ୟା : ୩୦ କିମି ଦୂର ରେଳଧାରଣାରେ ଫିଙ୍ଗିଦେଲେ ଶବ ୪ ସନ୍ଦିଗ୍ଧ ଅଟକ, ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!