ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

ଜୀ-ସାର୍ଥକର ନୂଆ ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପିତ

ଜୀ-ସାର୍ଥକ ବ୍ୟାନରରେ ଆସୁଥିବା ଚଳଚ୍ଚିତ୍ର  ‘ସରଗପୁରରୁ ଆସିଚି ପ୍ରିୟା’ ର ଅଡିଓ ଲୋକାର୍ପଣ ଉତ୍ସବ ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଡିଓ ଲୋକାର୍ପଣ ଉତ୍ସବ ରେ ଚଳଚ୍ଚିତ୍ର ର ପ୍ରଯୋଜକ କବୀର ଦାସ, ଜୀ ସାର୍ଥକ ,ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ, କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ନେହା ନିହାରିକା, ଅଭିନେତା ଅଭିଜିତ ଦାସ ଯୋଗ ଦେଇ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଚଳଚ୍ଚିତ୍ର “ସରଗପୁରରୁ ଆସିଛି ପ୍ରିୟା’  ଭିନ୍ନ ଏକ କାହାଣୀକୁ ନେଇ ନିର୍ମାଣ ହୋଇଛି । ଇନ୍ଦ୍ରଲୋକର ଭୁଲ ପାଇଁ ପୃଥିବୀକୁ ଦଣ୍ଡ ଭୋଗିବାକୁ ଆସିଛି ଅପସରା ମେନକା । କିନ୍ତୁ ପ୍ରଥମରୁ ଆସିବାକୁ ଡରୁଥିବା ମେନକା ପୃଥିବୀ ଛାଡିବାକୁ ନାରାଜ । ପାତାଳ ଲୋକର ଜଣେ ଯୁବକ ପ୍ରେମରେ ମେନକା । ଆଉ ସେପଟେ ଥରହର ଦେବତାଗଣ । ଏମିତି କିଛି ନିଆରା କାହାଣୀକୁ ନେଇ ଇନ୍ଦ୍ରଲୋକ ଓ ପୃଥିବୀଲୋକ ସହ ଯୋଡା ଯାଇଛି ଚଳଚ୍ଚିତ୍ର ର କାହାଣୀ l ଆସନ୍ତା ୨୬ ତାରିଖ ସଂଧ୍ୟା ୬.୩୦ ରେ ଜୀ ସାର୍ଥକରେ ଆସିବାକୁ ଯାଉଛି ସଞ୍ଜୟ ନାୟକଙ୍କ ରୋମାଞ୍ଚଭରା ଚଳଚ୍ଚିତ୍ର ‘ସରଗପୁରରୁ ଆସିଚି ପ୍ରିୟା’।

‘ଉଡନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ପୁଣି ଜୀ-ସାର୍ଥକ ବ୍ୟାନର ରେ ଆସୁଛି ଆଉ ଏକ କାହାଣୀ ‘ସରଗପୁରରୁ ଆସିଚି ପ୍ରିୟା’ । ଲୋକପ୍ରିୟ ଅଭିନେତ୍ରୀ ନିଲାକ୍ଷୀ ପାତ୍ର ମେନକା ଚରିତ୍ରରେ ଅଭିନୟ କରୁଥିବା ବେଳେ ନାୟକ ଭୂମିକାରେ ଆସୁଛନ୍ତି ଅଭିନେତା ଅଭିଜିତ୍ ଦାସ । ନିର୍ଦ୍ଦେଶନା ଓ ସ୍କ୍ରିପ୍ଟ ଦାୟିତ୍ୱ ସଞ୍ଜୟ ନାୟକଙ୍କ ଥିବାବେଳେ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି କବିର ଦାସ । ଗୀତ ଲେଖିଛନ୍ତି ଲୋକପ୍ରିୟ ଲେଖକ ନିର୍ମଳ ନାୟକ ଓ ତାଙ୍କ ସହିତ ନିହାର ପ୍ରିୟାଶିଷ୍ । ଗୀତଗୁଡିକୁ ସଙ୍ଗୀତରେ ସଜାଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ଏବଂ ନୃତ୍ୟ ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି ଲୁବୁନ ଟୁବୁନ l 

ପିଲ୍ମରେ ଗୀତକୁ ଗାଇଛନ୍ତି ଓଡ଼ିଶାର ଅନେକ ନାମୀଦାମୀ କଣ୍ଠଶିଳ୍ପୀ- ହ୍ୟୁମାନ ସାଗର, ନେହା ନିହାରିକା, ସତ୍ୟଜିତ, ଅନ୍ତରା ଚକ୍ରବର୍ତ୍ତୀ ଓ ସୁଭାଶିଷ ସାହୁ l ସେହିପରି ଆରେଞ୍ଜମେଣ୍ଟରେ ରହିଛନ୍ତି ରାଜା ଓ ଅନୀଲ । କାହାଣୀଟି ଯେତିକି ଉତ୍ସାହରେ ଭରି ରହିଛି ସେତିକି ଉତ୍କଣ୍ଠାପୂର୍ଣ୍ଣ ମଧ୍ୟ l ତେବେ ଦର୍ଶକଙ୍କୁ ନିଶ୍ଚୟ ଏହି କାହାଣୀ ଛୁଇଁବ ବୋଲି ଆଶା ପ୍ରକଟ କରିଛନ୍ତି ଜୀ-ସାର୍ଥକ ଚ୍ୟାନେଲର ବିଜିନେସ୍ ହେଡ୍ ପ୍ରତୀକ ସିଲ୍ l

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ଭାରତର ଅଗ୍ରଣୀ ଓଡିଆ ମନୋରଞ୍ଜନ ଚ୍ଯାନେଲ ଜୀ-ସାର୍ଥକ ଲଞ୍ଚ କରିଛି ତା’ର ନୂତନ ଟ୍ୟାଗଲାଇନ୍ “ରଚିବା ନିତି କାଲିର ଭିତ୍ତି”

ଡେଲିଭରୀ ବୟ’ ଟିମ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

Sunil Chandra Nayak

“ଖଇରୀ” ନୂଆ ଓଡ଼ିଆ ଚଳଚ୍ଚିତ୍ରର ନାମକରଣ ଘୋଷଣା

Leave a Comment

error: Content is protected !!