ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ମନୋରଞ୍ଜନ

‘ମହର୍ଷି’ ପାଇଁ ରାଜ୍ୟପାଳଙ୍କ ଆଶୀର୍ବାଦ ଲାଭ କଲେ ଅଭିନେତା ଚନ୍ଦନ

ଭୁବନେଶ୍ୱର (୪/୭) : ଭାରତବର୍ଷର ପ୍ରଥମ ସହିଦ୍ ଜୟୀ ରାଜଗୁରୁଙ୍କ ଜୀବନ ଉପରେ ଆଧାରିତ ଏସ୍.ଡି.ଡି. ଏଣ୍ଟରଟେନମେଣ୍ଟର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ମହର୍ଷି” ଅଗଷ୍ଟ ୪ ତାରିଖରେ ସାରା ଓଡିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ଆଜି ଉକ୍ତ ଚଳଚ୍ଚିତ୍ରର ଅଭିନେତା ଚନ୍ଦନ କର, ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରଦୀପ କୁମାର ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ଚଳଚ୍ଚିତ୍ର ସମ୍ବନ୍ଧରେ ଜଣାଇବା ସହ ଚଳଚ୍ଚିତ୍ରର ସଫଳ ପାଇଁ ଆଶୀର୍ବାଦ ଲାଭ କରିଥିଲେ । ଚଳଚ୍ଚିତ୍ରଟି ସହିଦ୍ ଜୟୀ ରାଜଗୁରୁଙ୍କ ଜୀବନ କାହାଣୀ ଉପରେ ଆଧାରିତ ଓ ଏହା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଜାଣି ମହାମହିମ ରାଜ୍ୟପାଳ ମହୋଦୟ ଅଭିନେତା ଚନ୍ଦନକୁ ଶୁଭେଚ୍ଛା ଜଣାଇଥିଲେ। ଏଠାରେ କହିରଖୁ ଯେ, ଅନେକ ଅବତାରରେ ଦେଖିଥିବା ଦର୍ଶକ ଏଥର ଚନ୍ଦନ କରଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ପାଇବେ। ଫିଲ୍ମର ଗୀତଗୁଡିକ ଅତି ହୃଦୟସ୍ପର୍ଶୀ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି। ସାମାଜିକ ଗଣମାଧ୍ୟମରେ ଏହି ଚଳଚ୍ଚିତ୍ରକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି। 

ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମଳୟ ମିଶ୍ର, ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ। ଏହି ଚଳଚ୍ଚିତ୍ର ରେ ଅଭିନୟ କରିଥିବା ଅନ୍ୟମାନେ ହେଲେ ଛତିଶଗଡ଼ର ଅଜୟ ପଟେଲ, ଶ୍ରୀତମ ଦାସ, ଦେବୀ ବାରିକ, ମୁକେଶ, ଜୀବନ ପଣ୍ଡା, ପ୍ରତିଭା ପଣ୍ଡା, ସରୋଜ ଦାସ, ମହିମା, ପ୍ରଶାନ୍ତ ନାୟକ ପ୍ରମୁଖ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ମଦଦ୍’ ଅଭିଯାନରେ ସାମିଲ୍ ହେଲେ ଅଭିନେତା ଚନ୍ଦନ କର

masiha

ମହମହିମା ରାଜ୍ୟପାଳ ଦେଖିବେ “ଶାନ୍ତି ଆପାର୍ଟମେଣ୍ଟ”

masiha

ପ୍ରୟାସ ପ୍ରାୟୋଜିତ ଚିନ୍ତା ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଚତୁର୍ଥ ଦିବସ ରେ ତିମିର ତୀର୍ଥରେ ଏକ ରାତ୍ରି ମଞ୍ଚସ୍ଥ 

masiha

Leave a Comment

error: Content is protected !!