ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିପା ସଂଘ ଦ୍ଵାରା ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ 

ନବରଙ୍ଗପୁର—(ମସିହା)ନବରଙ୍ଗପୁର ଏଣ୍ଟର ଡିନମିନେସନାଲ ପାଷ୍ଟର ଆସୋସିଏସନ (ନିପା ) ତରଫରୁ ଯୀଶୁ ଭକ୍ତି ଦିବସ (INDIAN CHRISTIAN DAY )ଉତ୍ସବ 03 ଜୁଲାଇ 2023 କୋଷାଗୁମୁଡାସ୍ଥିତ ଡ୍ରିମ୍ ଇଣ୍ଡିଆ ଚର୍ଚ୍ଚରେ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଡାବୁଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମନୋହର ରନ୍ଧାରି , ସମ୍ମାନୀୟ ଅତିଥି ଧର୍ମଗଡ଼ ଜୟନ ଫେଲୋସିପର ନିର୍ଦେଶକ ରେଭ କେ. ଜୟ କୁଟି ଓ ମୁଖ୍ୟ ବକ୍ତା କୋଷାଗୁମୁଡା ଡ୍ରିମ୍ ଇଣ୍ଡିଆର ନିର୍ଦେଶକ ରେଭ ପଙ୍କଜ ସିପା ଯୋଗ ଦେଇ ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ଉପଲକ୍ଷେ ପବିତ୍ର ଧର୍ମଶାସ୍ତ୍ର ବାଇବେଲରୁ କିଛି ଅଂଶ ପାଠ କରି ସମସ୍ତ ପାଳକ ମାନଙ୍କୁ ବାକ୍ୟ ମାଧ୍ୟମରେ ଉତ୍ସାହିତ କରିଥିଲେ l ରେଭ ପ୍ରଦୀପ କୁମାର ନନ୍ଦ ସଭାପତି ପ୍ରଦୀପ ପ୍ରଜ୍ଜଳନ କରି ଏକତା ଓ ଇଣ୍ଡିଆନ ଖ୍ରୀଷ୍ଟିଆନ ଡେ ବିଷୟରେ ଆଲୋକ ପାତ କରିଥିଲେ l ଜିଲ୍ଲା ସଂଯୋଜକ ରେଭ ମାହେର ହିଆଲ ଏହି ଦିନକୁ ସେଣ୍ଟ ଥୋମାସ୍ ଙ୍କ ସାକ୍ଷ୍ୟ ମର ଦିବସକୁ ଇଣ୍ଡିଆନ ଖ୍ରୀଷ୍ଟିଆନ ଡେ ଭାବରେ ପାଳନ କରାଯାଉଛି ଵୋଲି ବ୍ୟକ୍ତବ୍ୟ ରଖିଥିଲେ l ବିଷପ ଡ଼ଃ ଖ୍ରୀଷ୍ଟଦାନ ନାଗ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବଦ୍ଧନା କରିଥିଲେ l ରେଭ ପ୍ରଦୀପ କୁମାର ନନ୍ଦ ମଞ୍ଚ ପରିଚାଳନା କରିଥିବାବେଳେ ରେଭ ଡ଼ଃ ଶାମୁଏଲ ଲିମା ଉପସ୍ଥିତ ସମସ୍ତ ଅତିଥି ଓ ପାଳକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ରେଭ ଗାବ୍ରିଏଲ ସେନାପତି ଇଣ୍ଡିଆନ ଖ୍ରୀଷ୍ଟିଆନ ଡେ ର ଘୋଷଣା ପତ୍ର ପାଠ କରିଥିଲେ, ନିପାର ଉପଦେଷ୍ଟା ରେଭ ମୋହନ ଦାସ ସେଣ୍ଟ ଥୋମାସ୍ ଙ୍କ ଜୀବନୀ ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ lଖ୍ରୀଷ୍ଟିଆନ ସମାଜର ସଭାପତି ରେଭ ଉଇଲିଅମ ସିପା ଖ୍ରୀଷ୍ଟିଆନ ମିଶେନାରୀ ମାନଙ୍କ ଅବଦାନ ସମନ୍ଧରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ରେଭ ପ୍ରଦୀପ କୁମାର ନନ୍ଦ ସଭାପତି, ରେଭ ଏନ. କେ. ଖୋସଲା ଉପ ସଭାପତି,ରେଭ ଖ୍ରୀଷ୍ଟଦାନ ନାଗ ସାଧାରଣ ସମ୍ପାଦକ, ରେଭ ଗାବ୍ରିଏଲ ସେନାପତି ସହ ସମ୍ପାଦକ, ରେଭ ଶାମୁଏଲ ଲିମା କୋଷାଧକ୍ଷ, ରେଭ ସରୋଜ କର୍କରା ପବ୍ଲିକ ରିଲେସନ ସମ୍ପାଦକ, ଫାଦେର ତେଜମୟ ଦଣ୍ଡିଆ ରିଲିଫ ସମ୍ପାଦକ, ରେଭ ସୁଜିତ କୁମାର ବାଘ ସୋସିଆଲ କଂସେର୍ଣ ସମ୍ପାଦକ, ରେଭ ବାବୁଲା ପରିଛା ୟୁଥ ସମ୍ପାଦକ, ରେଭ ପିତର ଖୁରା ଓ ମୋହନ ଦାସ ଉପଦେଷ୍ଟା, ରେଭ ପି. ଡି. ହିଆଲ ବୋର୍ଡ ମେମ୍ବର, ବୋର୍ଡ ମେମ୍ବର, ରେଭ ତେଜବିନ ନାୟକ ପ୍ରୋଗ୍ରାମ ସମ୍ପାଦକ, ରେଭ ସଂଜୀବ କୁମାର ମନବୋଧ ଟ୍ରେନିଙ୍ଗ ସମ୍ପାଦକ, ରେଭ ଦିବାକର ଚେଟି ମିଶନ ସମ୍ପାଦକ, ରେଭ ସୁବାଷ ରନ୍ଧାରୀ ଲିଟେରେଚର ସମ୍ପାଦକ, ରେଭ କେଶବ ମୂର୍ତ୍ତି ଷ୍ଟାଟିସଷ୍ଟିକ ସମ୍ପାଦକ, ରେଭ ଭୁବନ କଛପ କମ୍ୟୁନି କେସନ ସମ୍ପାଦକ, ଅନ୍ୟ ମାନଙ୍କ ମଧ୍ୟରେ ନବରଙ୍ଗପୁର ବ୍ଲକର ନେତା ପାଳକ ଜେପସନ ସୁନା ଓ ପାଳକ ନିକୁଞ୍ଜ କର୍କରା,ନବରଙ୍ଗପୁର ମୁନିସିପାଲିଟି ନେତା ରେଭ ପି. ଡି. ହିଆଲ, ରେଭ ଡ଼ଃ ବାବୁଲା ନାଗ, ରାଇଘର ବ୍ଲକର ନେତା ଭି. ବୋଇରା ମୁଥୁ ଓ ରେଭ ମୋହନ ଦାସ, ଉମରକୋଟ ବ୍ଲକର ନେତା ରେଭ ବେନ୍ୟାମୀନ ଉପାସି ଓ ରେଭ ରଞ୍ଜିତ ଗରଡା, ଡାବୁଗାଁ ବ୍ଲକର ରେଭ ବିଜୟ କୁମାର ସୁନ୍ଦରମଣି ଓ ରେଭ ବିପିନ ଡ଼ଙ୍ଗରି, ପାପଡାହାଣ୍ଡି ବ୍ଲକର ନେତା ପାଳକ ଗାବ୍ରିଏଲ କର୍କରା ଓ ରେଭ ନାଜରିତ ହିଆଲ, ତେନ୍ତୁଳୀଖୁଣ୍ଟି ବ୍ଲକର ନେତା ରେଭ ରମେଶ ଗରଡା ଓ ପାଳକ ଜାବେଶ ଖୁରା, ନନ୍ଦାହାଣ୍ଡି ବ୍ଲକର ନେତା ରେଭ ବିଜୟ ବସନ୍ତ ନାୟକ ଓ ରେଭ ସାଲେମ ରାଜୁ ଖୁରା, କୋଷାଗୁମୁଡା ବ୍ଲକର ନେତା ରେଭ ସୁମନ ହିଆଲ ଙ୍କ ସହିତ ସମସ୍ତ ବ୍ଲକର ପାଳକ ମାନେ ଉପସ୍ଥିତ ଥିଲେ l ଡ୍ରିମ ଇଣ୍ଡିଆ ନିର୍ଦେଶକ ଦ୍ଵାରା ନିପାର ବରିଷ୍ଠ ପାଳକ ମାନଙ୍କୁ ସୁନ୍ଦର ହସ୍ତତନ୍ତ୍ର ଦ୍ଵାରା ନିର୍ମିତ ଗାମୁଛା ଓ ସୁନ୍ଦର କପ୍ ଉପହାର ପ୍ରଦାନ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଏସ୍ ଟି ଏସ୍ ସି ନିର୍ଯାତନା ଆଇନ ସଂଶୋଧନ ଆଦେଶ ପ୍ରତ୍ୟାହାର ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଦାବୀପତ୍ର

Sunil Chandra Nayak

ପଦୋନ୍ନତି ସଂରକ୍ଷଣ ନିର୍ଦ୍ଦେଶକୁ ଅସିଦ୍ଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

Sunil Chandra Nayak

ତିରିଂ ହାଇସ୍କୁଲ ପଡ଼ିଆରେ ବ୍ଳକ ସ୍ତରୀୟ ୭୭ ତମ ସ୍ବାଧିନତା ଦିବସ ଆନନ୍ଦ ଓ ଉଲ୍ଲାସର ସହ ପାଳିତ

masiha

Leave a Comment

error: Content is protected !!