ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପରିବହନ ବିଭାଗ ର ଅଜବ ନିତି, ନବରଙ୍ଗପୁର ମଟର ଚାଳକ ଙ୍କ ଚାଲାଣ କଟିଲା ବଲାଙ୍ଗୀର ରେ 

ନବରଙ୍ଗପୁର(ମସିହା )-ନବରଙ୍ଗପୁର ଜିଲ୍ଲାରେ ରହୁଥିବା ଜଣେ ମଟର ଚାଳକ, ସେ ପୁଣି ପେଶାରେ ଜଣେ ସରକାରୀ ଶିକ୍ଷକ ତାଙ୍କର ଚାଲାଣ କଟିଛି ବଲାଙ୍ଗୀର ରେ |ଯାହାକୁ ନେଇ ଶିକ୍ଷକ ଜଣକ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି |ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ର କୋଡୀଙ୍ଗା ଗ୍ରାମ ନିବାସୀ ନିରଞ୍ଜନ ଧଳ ସହିତ |ନିରଞ୍ଜନ ଧଳ ଡ଼ଙ୍ଗରା ସ୍କୁଲରେ ଦୀର୍ଘ ବର୍ଷ ହେବ ଶିକ୍ଷକତା କରିଆସୁଛନ୍ତି |ସେ ବୁଲାବୁଲି କରିବା ପାଇଁ 2015ମସିହାରେ ନବରଙ୍ଗପୁର ସ୍ଥିତ ହିରୋ ସୋରୁମ କୁ ଯାଇ ନୀଳ ରଙ୍ଗ ର ଏକ ସ୍କୁଟି କିଣି ଆଣିଥିଲେ |ଯାହାର ଗାଡି ନମ୍ବର ହେଉଛି OD 24 A 8407 |ନିରଞ୍ଜନ ଙ୍କ କହିବା ପ୍ରକାରେ ସେ ନବରଙ୍ଗପୁର ଜିଲ୍ଲା ବାହାରେ ସ୍କୁଟି ନେଇ କେବେ ହେଲେ ଯାଇନାହାନ୍ତି |ପୁଣି ସାତ/ଆଠ ମାସ ହେବ ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଟିଏ ମଧ୍ୟ ଭାଙ୍ଗିଯାଇଛି |ଆଉ ଦୁର୍ଘଟଣା ପରଠୁ ସେ ସ୍କୁଟି କୁ ଘରୁ ପଦାକୁ ମଧ୍ୟ କାଢ଼ିନାହାନ୍ତି |ହେଲେ ଚଳିତ ମାସ ର 1ତାରିଖରେ ନିରଞ୍ଜନ ଙ୍କ ମୋବାଇଲ କୁ ଏକ ମେସେଜ ଆସିଛି କି ତୁମ ସ୍କୁଟି ର (OD 24 A 8407)6000ଟଙ୍କା ଚାଲାଣ କଟିଛି |ଭେଲିଡ଼ DL ନଥିବା ଯୋଗୁଁ 5000ଟଙ୍କା ଓ ହେଲମେଟ ନ ପିନ୍ଧିଥିବା ଯୋଗୁଁ 1000ଟଙ୍କା |ସ୍କୁଟି ଘରେ ପଡିଛି, ସ୍କୁଟି ଚାଳକ ଘରେ ଅଛନ୍ତି, ତେବେ ବଲାଙ୍ଗୀର ଆର ଟି ଓ ଚାଲାଣ କାଟିଲା କେମିତି? ଗାଡିର ସମସ୍ତ ଦସ୍ତାବିଜ ମଧ୍ୟ ନିରଞ୍ଜନ ସାଇତି କି ରଖିଛନ୍ତି |ତେଣୁ ଓଡ଼ିଶା ପରିବହନ ବିଭାଗ ଏହାର ଉଚିତ ତଦନ୍ତ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କୁ ରାଉରକେଲା ଠାରେ ଭବ୍ୟ ସମ୍ବର୍ଦ୍ଧନା

masiha

ଜନଗଣନା ରଥର ଶୁଭାରମ୍ଭ

Sunil Chandra Nayak

ତେରେସିଂହା କଲେଜ୍ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

masiha

Leave a Comment

error: Content is protected !!