ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ 

ରାଇରଙ୍ଗପୁରରେ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାବେଶ 

 ମୟୂରଭଞ୍ଜ- ୧୩/୦୨ ( ମସିହା) ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଆଜି ମଙ୍ଗଳବାର ଦିନ ନେସ୍କୋ ପାଓ୍ବାର ଏମ୍ପଲୟଜ୍ ୟୁନିଅନର କର୍ମଚାରୀ ମହାସମାଵେଶ ସଭାପତି ଜଗଦୀଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାଧାରଣ ସଂପାଦକ ଜ୍ଯୋତିକୃଷ୍ନ ବେହେରା,,ବାରିପଦା ଡିଭିଜନ ସଭାପତି ଚନ୍ଦନ ମହାନ୍ତି, ଦେବାଶିଷ ବେହେରା,ଦିପ୍ତୀକାନ୍ତ ଭୂୟାଁ,ସତ୍ଵ ରଂଜନ ପାଣିଗ୍ରାହୀ,ଜ୍ୟୋତିଲାଲ ବିଶ୍ବାଳ, ରାଇରଙ୍ଗପୁର ର ଦୀପକ ମହାନ୍ତ ପ୍ରମୁଖ ଯୋଗ ବରିଷ୍ଠ ନେତୃବୃନ୍ଦ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଭଦ୍ରକ, ବାଲେଶ୍ଵର,ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ରୁ ବହୁ ସଂଖ୍ୟାରେ ସଂଗଠନର ସଦସ୍ୟ ତଥା କର୍ମଚାରୀ ଯୋଗ ଦେଇଥିଲେ । ଟାଟା ପାଓ୍ଵାର – ଟିପିଏନଓଡିଏଲ ସେବେଠାରୁ ଦାୟୀତ୍ଵ ନେଲେଣି ସେବେଠାରୁ ବିଦ୍ୟୁତ କର୍ମଚାରୀବୃନ୍ଦ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।କାର୍ଯ୍ୟ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଉପରେ ଆଲୋକପାତ କରିଥିଲେ ।ବିଶେଷତଃ ସେମାନଙ୍କୁ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କରାଯାଉଛି ସେଥିପାଇଁ ପାରିଶ୍ରମିକ ମିଳୁ ନାହିଁ, ଆବଶ୍ୟକୀୟ ଛୁଟି ମିଳୁ ନାହିଁ,ମନ ଇଛା ବଦଳି କରାଯାଉଛି , ଚାକିରୀ ସ୍ଥାୟୀତ୍ବ କରାଯାଉନାହି, କେଡର ପଦୋନ୍ନତି ନ କରିବା ,ଇପିଏଏଫ,ଇଏସଆଇ ଠିକ୍ ସମୟରେ ଡିପୋଜିଟ କରାଯାଉ ନାହିଁ, ଟାର୍ଗେଟ ପୂରଣ ନ ହେଲେ ଜବରଦସ୍ତ ଦରମା କାଟୁଛନ୍ତି ନହେଲେ ଚାକିରୀ ଛଟେଇ ଧମକ ଚମକ ଦେଉଛନ୍ତି ।ଵିଦ୍ଯୁତ ଠିକା କର୍ମଚାରୀଙ୍କ ଦରମା ୧୮ ହଜାର ଟଙ୍କା ବୃଦ୍ଧି ଓ ସର୍ବନିମ୍ନ ମଜୁରୀ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦିଆ ଯାଇଥିଲା । ନେସ୍କୋ ପାଓ୍ଵାର ଏମ୍ପଲୟଜ ୟୁନିୟନର ଅତୀତରେ ବିଦ୍ୟୁତ କର୍ମଚାରୀଙ୍କ ସ୍ଵାର୍ଥକୁ ନେଇ ଲଢ଼ୁଥିଲା ଏବଂ ଆଗକୁ ଲଢିବ । କାର୍ଯ୍ୟକ୍ରମ ପରିଚାଳନାରେ ଅମୀୟ ସ୍ବାଇଁ,ଦିନେଶ ଗୁପ୍ତା,ଊଦୟଭାନୁ ବେହେରା,ଲମ୍ବୋଦର ମହାନ୍ତ,ଵୀରସିଂ ମାରାଣ୍ଡି, ମହେନ୍ଦ୍ର ନାଥ ମହାନ୍ତ, ଗୋପିନାଥ ଗିରି, ଇନ୍ଦ୍ରଜିତ ସାହୁ,ଜୟ ନାରାୟଣ ପରିଡା, ରଞ୍ଜନ ସେଠୀ,ସରୋଜ ମହାନ୍ତ,ଶ୍ୟାମ ସୁନ୍ଦର ପାତ୍ର, ଦିଗବିଜୟ ମହାନ୍ତ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା ଗଡଚଣ୍ଡୀ ୪ର୍ଥ ବାର୍ଷିକ ବିଶ୍ବଶାନ୍ତି ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ଅଲ୍ ଓଡିଶା ଇ.ପି.ଏଫ ପେନସନ୍ ଆସୋସିଏସନ୍ ତରଫରୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

masiha

ଡ଼ା. ତିରୁପତି ସାହୁ ଜାତୀୟ କଳା ରତ୍ନରେ ବିଭୁଷିତ

Leave a Comment

error: Content is protected !!