ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ର ସାଇଜ୍ୟୋତି ମହାମହିମ ରାଜ୍ୟପାଳ ଙ୍କ ଠାରୁ ଗ୍ରହଣ କଲେ ସ୍ଵର୍ଣ ପଦକ 

କାମାକ୍ଷାନଗର ର ସାଇଜ୍ୟୋତି ମହାମହିମ ରାଜ୍ୟପାଳ ଙ୍କ ଠାରୁ ଗ୍ରହଣ କଲେ ସ୍ଵର୍ଣ ପଦକ 

କାମାକ୍ଷାନଗର (ମନିସ )13/2/24 // ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ନେତାଜୀ ସୁଭାଷ ପ୍ରେକ୍ଷାଳୟରେ ଆୟୋଜିତ ଦଶମ ସମାବର୍ତ୍ତନ ଉତ୍ସବରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ ଏ ସି ଅନ୍ତର୍ଗତ ନୂଆ ଆଳତୁମାର ଫର୍ମାସି ଛାତ୍ର ସାଇଜ୍ୟୋତି ସାହୁ ଓଡ଼ିଶାର ମହାମହିମ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଶ୍ରୀ ରଘୁବର ଦାଶ ଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସାଲେପୁର ସ୍ଥିତ ଆଇ ପି ଟି ମହାବିଦ୍ୟାଳୟ ରେ ଅଧ୍ୟୟନ କରି ୨୦୨୨- ୨୩ ଶିକ୍ଷା ବର୍ଷ ପାଇଁ ଏମ୍ ଫାର୍ମ ରେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ରାଜ୍ୟପାଳ ସ୍ଵର୍ଣ ପଦକ ପ୍ରଦାନ କରିଛନ୍ତି । ଏହି ଉତ୍ସବ ରେ ଗ୍ରାମ୍ୟ ଉନ୍ନୟନ ,ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ ମୁଖ୍ୟଅତିଥି ରୂପେ ଯୋଗଦେଇଥିଲେ । ସୁଚନା ଯୋଗ୍ୟ ସାଇଜ୍ୟୋତି ସ୍ଥାନୀୟ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ପରେ ନିଜର ଉଚ୍ଚ ଶିକ୍ଷା ଆରମ୍ଭ କରିଥିଲେ । ଏହି ଉଚ୍ଚ ବିଦ୍ୟାଳୟରେ ତାଙ୍କ ବାପା ନିରଞ୍ଜନ ସାହୁ ବର୍ତ୍ତମାନ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟ ରତ ଓ ମା ଗୌରୀ ସାହୁ ସୁ ଗୃହିଣୀ ଅଟନ୍ତି । ଏଥି ପୂର୍ବରୁ ବି ଫାର୍ମ ଦ୍ଵିତୀୟ ବର୍ଷ ରେ ବିଶ୍ୱବିଦ୍ୟାଳୟ ଟପ୍ପର ଓ ଏମ୍ ଫାର୍ମ ଶେଷ ବର୍ଷ ରେ ମହାବିଦ୍ୟାଳୟ ଟପ୍ପର ହୋଇ ସମ୍ବର୍ଦ୍ଧିତ ହୋଇଥିଲେ । ଉକ୍ତ ସଫଳତା ପାଇଁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ , ଇ ଟେକ ମାଧ୍ୟମିକ ଆବାସିକ ବିଦ୍ୟାଳୟ ଚେୟାରମ୍ୟାନ ଡ଼ଃ ସୁରେଶ ପ୍ରସାଦ ମିଶ୍ର ସାଲେପୁର ସ୍ଥିତ ଆଇ ପି ଟି ର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ୱବିଦ୍ୟାଳୟ ର ଡିନ ଡ଼ଃ ସନ୍ତୋଷ ମହାପାତ୍ର , ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ଃ ବିଶ୍ୱରଞ୍ଜନ ମହାନ୍ତି ଙ୍କ ଅବଦାନ ଅତୁଳନୀୟ ବୋଲି ସାଇଜ୍ୟୋତି ପ୍ରକାଶ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କୃତଜ୍ଞତା ଜାଣଇଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜେପି ପକ୍ଷରୁ ବାଣପୁର ପଞ୍ଚୁଦୋଳ ଯାତ୍ରା ପଡିଆକୁ ସଫେଇ !!!

Sunil Chandra Nayak

ଆଦିବାସୀ ଜମି ସୁରକ୍ଷା ପାଇଁ ରାଜ୍ୟପାଳଙ୍କ ସଂବିଧାନିକ ହସ୍ତକ୍ଷେପ ଦାବି

Sunil Chandra Nayak

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜରୁରୀ କାଳୀନ ସଭା ଅନୁଷ୍ଠିତ

masiha

Leave a Comment

error: Content is protected !!