ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

ମୟୁରଭଞ୍ଜ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ (ଦିଶା )କମିଟିର ଅଷ୍ଟମ ବୈଠକ ଅନୁଷ୍ଠିତ.

କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟାଲୋଚନା

  ମୟୂରଭଞ୍ଜ – ୨୫/୦୨ // ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟି ର ଅଷ୍ଟମ ବୈଠକ ଆଜି ପୂର୍ବାହ୍ନ 11 ଘଟିକା ସମୟ ରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ମାନ୍ୟବର ଲୋକସଭା ସାଂସଦ ତଥା ଜିଲ୍ଲା ଦିଶା କମିଟି ର ଅଧ୍ୟକ୍ଷ ଶ୍ରୀ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି.।

ଉକ୍ତ ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା, ବାରିପଦା ବିଧାୟକ ଶ୍ରୀ ପ୍ରକାଶ ସୋରେନ, ସାରସକଣା ବିଧାୟକ ଶ୍ରୀ ଭାଦବ ହାଁସଦା, କରଞ୍ଜିଆ ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ,ବାଙ୍ଗରିପୋଷୀ ବିଧାୟିକା ସୁଶ୍ରୀ ସଞ୍ଜଳୀ ମୁର୍ମୁ, ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟ, ଜ଼ିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

ବୈଠକ ର ପ୍ରାରମ୍ଭ ରେ ମାନ୍ୟବର ସାଂସଦ ଶ୍ରୀ ନବ ଚରଣ ମାଝୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଯୋଜନା ସହାୟତା ରେ ରାଜ୍ୟ ରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଉନ୍ନୟନ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଗୁଡିକ ର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ ଆଲୋଚନା ରେ ଜିଲ୍ଲା ଦିଶା କମିଟି ର ସମସ୍ତ ଲୋକପ୍ରତିନିଧି ସଭ୍ୟ- ସଭ୍ୟା ଏବଂ ସମ୍ପୃକ୍ତ ସରକାରୀ ଲାଇନ ବିଭାଗ ର ଅଧିକାରୀଗଣ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରାଯିବା ଆବଶ୍ୟକତା ଉପରେ ପରାମର୍ଶ ଦେଇଥିଲେ. ।

ଉକ୍ତ ବୈଠକ ରେ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଦ୍ୱାରା ଉପସ୍ଥାପିତ କାର୍ଯ୍ୟ ସୂଚୀ ଅନୁସାରେ ପ୍ରଥମେ ପୂର୍ବ ଦିଶା କମିଟି ବୈଠକର ଆଲୋଚନା ରେ ସାଂସଦ /ବିଧାୟକ ଓ ଅନ୍ୟାନ୍ୟ ଜନପ୍ରତିନିଧି ମାନଙ୍କ ଦ୍ୱାରା ଉତଥାପିତ ବିଭିନ୍ନ ଆପତ୍ତି ଅଭିଯୋଗ ତଥା ପ୍ରସ୍ତାବ ଉପରେ ସମ୍ପୃକ୍ତ ବିଭାଗ ର ଅଧିକାରୀ ମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥବା କାର୍ଯ୍ୟାନୁଷ୍ଠାନ ର ଅନୁପାଳନ ସମ୍ପର୍କିତ ସବିଶେଷ ସମୀକ୍ଷା ମୂଳକ ଆଲୋଚନା କରାଯାଇ ବିବରଣୀ କୁ ଦୃଢ଼ୀକରଣ କରାଯିବା ପାଇଁ ନିଷ୍ପତି ନିଆଯାଇଥିଲା.।

ତତ୍ପରେ ବିଶେଷକରି କେନ୍ଦ୍ର ସରକାର ଙ୍କ ଯୋଜନା ଅନ୍ତର୍ଭୁକ୍ତ ଯଥା ପାନୀୟ ଜଳ ଯୋଜନା ଅନ୍ତର୍ଗତ ଜଲ ଜୀବନ ମିଶନ, ଜାତୀୟ ରାଜପଥ ଭିତ୍ତି ଭୂମି ବିକାଶ, ସମନ୍ୱିତ ଶିଶୁବିକାଶ ଯୋଜନା, ବେଟି ବଚାଅ ବେଟି ପଢାଅ ମଧ୍ୟାହ୍ନ ଭୋଜନ, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜାଲା ଯୋଜନା, ରାଜପଥ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ସଏଲ ହେଲଥ କାର୍ଡ, ଫସଲ ବୀମା ଯୋଜନା ଜାତୀୟ ସ୍ୱାସ୍ଥ୍ୟ ମିଶନ, ବିଦ୍ୟୁତ ଯୋଜନା ଇତ୍ୟାଦି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମ ର ଅଗ୍ରଗତି ସ୍ଥିତି ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ମୂଳକ ସମୀକ୍ଷା କରାଯାଇଥିଲା. ।

ଅନୁଷ୍ଠିତ ଉକ୍ତ ବୈଠକ ରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗ ର ଅଧିକାରୀ, ଜିଲ୍ଲା ର ପଂଚାୟତ ସମିତି ର ଅଧ୍ୟକ୍ଷ -ଅଧ୍ୟକ୍ଷା, ସରପଞ୍ଚ ତଥା ଅନ୍ୟାନ୍ୟ ଜନପ୍ରତିନିଧି ତଥା ଦିଶା କମିଟି ର ସଦସ୍ୟ /ସଦସ୍ୟା, ସ୍ବେଛାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ସମାଜସେବୀ ଯୋଗ ଦେଇ ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ.

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସରକାରୀ ଯୋଜନା ରୁ ବଞ୍ଚିତ ,ଭଙ୍ଗାକୁଡିଆ ରେ ଅସହାୟ ବୃଦ୍ଧ ଦମ୍ପତି

Sunil Chandra Nayak

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କର୍ମଚାରୀଙ୍କ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ 

masiha

Leave a Comment

error: Content is protected !!