ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ 

ମୟୂରଭଞ୍ଜ-୮/୨/୨୩ (ମସିହା)ମାଣ୍ଡିଆ ଚାଷ ପାଇଁ ରାଜ୍ୟ ସରକାର ଚାଷୀମାନଙ୍କୁ ବହୁ ଯୋଜନା ପ୍ରଣୟନ କରି ଉତ୍ସାହିତ କରୁଛନ୍ତି ।ରାଜ୍ୟ ସରକାରଙ୍କ ମାଣ୍ଡିଆ ଚାଷ ଯୋଜନା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ଯ ପ୍ରଶଂସା କରିଛନ୍ତି ।ହାଣ୍ଡିରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଆଇଟମ ବରା,ଚକୁଳି,ଚା,ଆଳୁଚପ୍,ସିଙ୍ଗଡା,ଚାପ ବହୁ ସ୍ବାଦିଷ୍ଟ ।ଚାଷୀମାନଙ୍କୁ ସାର,ବିହନ ଯୋଗାଇବା ସହ ଏବଂ କ୍ରୟ କରିବା ପାଇଁ ମଧ୍ୟ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଅନ୍ତର୍ଗତ ବିଜାତଳା ଲ୍ୟାମ୍ପସରେ ମାଣ୍ଡିଆ ମଣ୍ଡି ଉଦଘାଟିତ ହୋଇଯାଇଛି ।ବିଜାତଳା ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ରାଣୀ ମୁର୍ମୁ ଫିତାକାଟି ମାଣ୍ଡିଆ ମଣ୍ଡିର ଉଦ୍ଘାଟନ କରିଥିଲେ। ଲ୍ୟାମ୍ପସ ପରିଚାଳନା ନିର୍ଦେଶକ ଅନିରୁଦ୍ଧ ନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରାଣୀ ମୁର୍ମୁ, ସମ୍ମାନୀୟ ଅତିଥି ଲ୍ୟାମ୍ପସ ପରିଚାଳନା ସଭାପତି ରାମଚନ୍ଦ୍ର ବେଶ୍ରା,ଏଆରସିଏସ ରାମଚନ୍ଦ୍ର ବିଶ୍ୱାଳ, ବିଏଓ ନିହାରିକା ଦଳେଇ, ଏଏଓ ଅଜୟ କୁମାର ମହାନ୍ତି, ଟି ଡିସିସି ଡିମ ଅରୁଣ କୁମାର ଦାସଅଧିକାରୀ ଓ ଦୁଲାଲ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ | ପ୍ରଥମ ଦିନରେ ୨୧ ଜଣ ଚାଷୀଙ୍କଠାରୁ ନବେ କୁଇଂଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା | ଲ୍ୟାମ୍ପସ କର୍ମଚାରୀ ସଞ୍ଜୟ କୁମାର ବେହେରା, ଭାଗିରଥି ମୁର୍ମୁ, ନିରୋଜ କୁମାର ଗିରି, କ୍ଷୀରୋଦ ଧଳ, ଶଙ୍କର ମୁର୍ମୁ, ରାମଜିତ ବେଶ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ଶେଷରେ ନିର୍ଦ୍ଦେଶକ ପାରାଉ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ  ଅକ୍ଷୟ ଵିଶ୍ବାଳଙ୍କ ରିପୋର୍ଟ

Related posts

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

ଥୁଆମୂଳ ରାମପୁର ବ୍ଳରେ ହକି ବିଶ୍ବକପକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା

Sunil Chandra Nayak

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ

masiha

Leave a Comment

error: Content is protected !!