ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବିଡିଓଙ୍କ ଦୁର୍ଗମ ତିଜମାଳି ଗସ୍ତ

ଥୁଆମୂଳ ରାମପୁର:୧୫/୦୧- (ମ.ନି.ସ):- କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ତିଜମାଳି ଗସ୍ତରେ ତା ୧୫/୦୧/୨୦୨୩ ରିଖ ରବିବାର ଦିନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭକାନ୍ତ ନାଏକ, ଡବ୍ଳୁଇଓ ଶ୍ରୀ ଗଙ୍ଗାଧର ବେହେରା, ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶ୍ରୀ ଜ୍ଞାନରଞ୍ଜନ ଭୋଇ ତଲାମପଦର ଗ୍ରାମପଞ୍ଚାୟତ ତିଜମାଳି ଗ୍ରାମକୁ ସବୁଦିନିଆ ରାସ୍ତାର ଅଭାବ ରହିଛି ସେହି ପାହାଡ ପର୍ବତ ବାଟ ଅତିକ୍ରମ କରି ପହଞ୍ଚି ଥିଲେ। ଏହି ଦୁର୍ଗମ ଅଞ୍ଚଳ ବାସୀଙ୍କ ବହୁ ଦିନ ଅପେକ୍ଷାର ଅନ୍ତଘଟିଥିବା ଜଣାପଡିଛି। ତିଜମାଳି ଗ୍ରାମକୁ ନା ରହିଛି କୌଣସି ପାଦଚଲା ରାସ୍ତା, ଗ୍ରାମ ପାଇଁ ପିଚୁ ରାସ୍ତା ତୋ ସାତ ସପନ ଏହି ସବୁ ସମସ୍ୟା ଗୁଡିକକୁ ନେଇ ଖବର କାଗଜରେ ପ୍ରସାରିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଅଗମ୍ଯ ଗ୍ରାମଗୁଡିକର ପରିଦର୍ଶନ ପାଇଁ ବିଡିଓ ତାଙ୍କ ସହ କର୍ମୀଙ୍କ ସହିତ ବାହାରିଥିଲେ। ଯେଉଁ ସ୍ଥାନଟି କି ସମୁଦ୍ର ପତ୍ତନ ଠାରୁ ୧୧୪୨ ମିଟର ଉଚ୍ଚତା ରହିଛି। ତିଜମାଳି ଗ୍ରାମକୁ ଯିବାକୁ ହେଲେ ନାକରୁଣ୍ତି ଗ୍ରାମପଞ୍ଚାୟତ ଆମଝୋଲାର ଘାଟି ରାସ୍ତାକୁ ଅତିକ୍ରମ କରିବାକୁ ପଡେ ତାହାପୁଣି ପ୍ରାୟ ୬ କିଲୋମିଟର ଘାଟିରାସ୍ତା ତିଜମାଳିର ନିଜସ୍ୱ ଗ୍ରାମପଞ୍ଚାୟତ ତଲାମପଦର କିନ୍ତୁ ଗ୍ରାମପଞ୍ଚାୟତ କୁ ସଂଯୋଗ ହେଲା ଭଳି କୌଣସି ରାସ୍ତା ନଥିଲେ ହେଁ ଉପର ଆମପଦର ଗ୍ରାମରୁ ତିଜମାଳି ପର୍ଯ୍ୟନ୍ତ MGNREGS ତରଫରୁ ହୋଇଥିବା ରାସ୍ତା କାମ ଅଧାରେ ବନ୍ଦ ହୋଇ ପଡିଛି। ଲୋକଙ୍କ ପଡିଏସ ଚାଉଳ ଓ ଅନ୍ଯାନ୍ଯ ସାମଗ୍ରୀ ଇତ୍ୟାଦି ପାଇଁ ନାକରୁଣ୍ତିରୁ ବିପଦ ସଙ୍କୁଳ ଘାଟି ରାସ୍ତାରେ ଯିବାକୁ ପଡୁଛି। ଏଭଳି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ତିଜମାଳି ଗ୍ରାମକୁ ବିଡିଓ ମହାଶୟ ପହଞ୍ଚି ଥିଲେ। ସ୍ଥାନୀୟ ଲୋକଙ୍କ ସହିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ପାନୀୟ ଜଳ ସୁବିଧା ପାଇଁ ପ୍ରାୟତଃ ଲୋକେ ଅଭିଯୋଗ କରିଥିବାରୁ ତା ଉପରେ ଶୀଘ୍ର ପ୍ରକଳ୍ପ ଆରମ୍ଭ କରାଯିବ ବୋଲି ବିଡିଓ ଶ୍ରୀ ନାଏକ ଜଣାଇଥିଲେ। ରାସ୍ତା ସଂଯୋଗୀକରଣ ପାଇଁ ତିଜମାଳି ଠାରୁ ଆମଝୋଲା ଗ୍ରାମର MGNREGA ନିରୀକ୍ଷଣ କରିଥିଲେ। ଆଗାମୀ ଦିନରେ କିଭଳି ସୂଚାରୁ ରୂପେ ଗ୍ରାମବାସୀ ସମସ୍ତ ମୌଳିକ ଦରକାରୀ ଜିନିଷ ପାଇପାରିବେ ତଥା ରାସ୍ତା ସଂଯୋଗୀକରଣ ପାଇଁ କିଭଳି ପ୍ରଚେଷ୍ଟା ରହିବ ସେ ବିଷୟରେ ଏକ ଆଲୋଚନା ଗ୍ରାମବାସୀଙ୍କ ଗହଣରେ ହୋଇଥିଲା ଏବଂ ଆଗାମୀ ଦିନରେ ସମସ୍ତ ସୁବିଧା ସୁଗମରେ କିଭଳି ଉପଲବ୍ଧ ହେବ ସେବିଷୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚେଷ୍ଟା ରହିବ ଦେଖିବାକୁ ବାକି ରହିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଭୂମି ଅଧିକାର ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Biswabandini, Police officer in Rayagada excells in performance indicators

Sunil Chandra Nayak

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

masiha

Leave a Comment

error: Content is protected !!