ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ବସ ଧକ୍କା ରେ ବାଇକ ଆରୋହୀ ମୃତ 

ମୁଖ୍ୟମନ୍ତ୍ରୀ ବସ ଧକ୍କା ରେ ବାଇକ ଆରୋହୀ ମୃତ 

ବାଲିଗୁଡା, ତା, ୨୪/୦୫(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ସଲାଗୁଡ଼ା ପଞ୍ଚାୟତ ର କୁଡକେଲକିଆ ଘାଟି ବୁଲାଣି ରେ ରବିବାର ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ବସ ଓ ବାଇକ ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ କୁଡକେଲକିଆ ଗାଁ ର ବୀରେନ୍ଦ୍ର ମଳିକ ବୋଲି ଜଣାପଡିଛି l ଯୁବକ ଜଣକ ନିଜ ଗାଁ କୁଡକେଲକିଆ ଗାଁ ରୁ ବାଇକ ରେ ମେଲସିକିଆ ଗାଁ କୁ ଯାଉଥିବା ସମୟରେ ଡାକା ଅଭିମୁଖେ ଯାଉଥିବା ସରକାରୀ ମୁଖ୍ୟମନ୍ତ୍ରୀ ବସ ଧକ୍କା ଦେଇଥିଲା l ତେବେ ଯୁବକ ଙ୍କ ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା l ବସ ଡ୍ରାଇଭର ଘଟଣା ସ୍ଥଳରୁ ଦୁର୍ଘଟଣା ପରେ ଫେରାର ଥିବା ଜଣାପଡିଛି l ମୃତକ ଙ୍କ ପରିବାର କୁ ନ୍ୟାୟ ଓ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ମୃତ ଦେହ କୁ ଶବ ବ୍ୟବଛେଦ ପାଇଁ ହସ୍ତାନ୍ତର ଦେବାକୁ ମନା କରିଥିଲେ l ଏଥିସହ ଦୁର୍ଘଟଣା ଘଟାଇଥିବା ସରକାରୀ ବସ କୁ ମଧ୍ୟ ଅଟକ ରଖିଥିଲେ ଗ୍ରାମବାସୀ l ବାଲିଗୁଡା ପୋଲିସ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତି ପୂରଣ ନେଇ ପ୍ରତିଶୃତି ଦେବା ପରେ ସ୍ଥାନୀୟ ବାସିନ୍ଦା ମୃତ ଦେହ ଛାଡିଥିଲେ l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ମାତୃ ଦିବସ ପାଳନ

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ 

Sunil Chandra Nayak

ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପକ୍ଷରୁ ତୀର୍ଥଯାତ୍ରା ଆରମ୍ଭ:ନବରଙ୍ଗପୁରରୁ ୧୮୫ଜଣ ତୀର୍ଥ ଗଲେ

Sunil Chandra Nayak

Leave a Comment

error: Content is protected !!