ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

ଔପନ୍ୟାସିକ ଭାଗୀରଥି ଦାସ ଆମ ସାହିତ୍ୟ ଜଗତର ଗର୍ଵ ଗୌରଵ : ବିଶିଷ୍ଟ ଶିକ୍ଷାବିତ୍ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା

କଟକ : ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ୪୨ ମୌଜା କଟକ ସଦର ତରଫରୁ ଜଗତସିଂହପୁର ଜିଲା ପାଟେଣୀ ଗାଁରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ୪୨ ମୌଜା ଗୌରଵ ମାନବବାଦୀ ନାରାୟଣ ଚନ୍ଦ୍ର ମହାନ୍ତି ଓ ସମ୍ପାଦିକା କଵୀ ସରୋଜ ନଳିନୀ ପରିଜା ଯୋଗଦେଇ ଓଡ଼ିଶାର ସୁନାମଧନ୍ୟ ତଥା ବିଶିଷ୍ଟ ଔପନ୍ୟାସିକ ଭାଗୀରଥି ଦାସଙ୍କୁ ଦୟାନିଧି ସାହିତ୍ୟ ସେବା ସମ୍ମାନ – ୨୦୨୬ ଉପାଧିରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହାନ୍ ଶିକ୍ଷାବିତ୍ ଗବେଷକ ପରିବେଶବିତ ପ୍ରାଧ୍ୟାପକ ଡ.କଲ୍ଲିମୁଲ୍ଲା,ଆଦର୍ଶ ନାରୀ ପ୍ରତିଭା ପଦ୍ମିନୀ ମହାନ୍ତି, ଶିଳ୍ପୀ ଉପେନ୍ଦ୍ର ବାରିକ,ସୁକାନ୍ତ କୁମାର ସାହୁ,କଳ୍ପନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବାଣପୁର ଥାନା ଅଞ୍ଚଳରେ ପରକ୍ରୀୟା ପ୍ରୀତିର କରୁଣ ପରିଣତି : ସ୍ବାମୀ ଥାଉ ଥାଉ ସ୍ତ୍ରୀ ଫେରାର !!!

Sunil Chandra Nayak

ମୃତ୍ୟୁ ସହିତ ଲଢ଼ୁଛି ଦନ୍ତା, ବନ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

masiha

ଗ୍ରାମାଞ୍ଚଳର ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଅସ୍ମିତାର ବାସ୍ତବ ବାର୍ତ୍ତାବହ : ମନ୍ତ୍ରୀ କୃଷ୍ଣ ପାତ୍ର

masiha

Leave a Comment

error: Content is protected !!