ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା

ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା 

କଟକ : ସୁଭଦ୍ରା ଟ୍ରକ ମାଲିକ ମହାସଂଘ ଓଡିଶାର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ମାନ୍ୟବର ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ,ମାନ୍ୟବର ଇସ୍ପାତ କମର୍ସ ଓ ଶିଳ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତିଭୂଷଣ ଜେନା ଏବଂ ପରିବହନ କମିଶନର ଶ୍ରୀଯୁକ୍ତ ଅମିତାଭ ଠାକୁରଙ୍କୁ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟ ମୂଳକ ସାକ୍ଷାତ କରି ଡିଜେଲ ଓ ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ,ରାଜ୍ୟରେ ସାଧାରଣ ଟ୍ରକ ମାଲିକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇ,ଟ୍ରକ ଭଡା ବଢ଼ାଇବାପାଇଁ ଅନୁରୋଧ ଜଣାଇ ଏକ ଲିଖିତ ଦାବିପତ୍ର ମହାସଂଘ ତରଫରୁ ଦିଆଯିବା ସହିତ ଭିନ୍ନ ଭିନ୍ନ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ମହିଳା ଟ୍ରକ ମାଲିକମାନେ କିଭଳି ଭାବରେ ଆଗାମୀ ଦିନରେ ସ୍ୱାବଲମ୍ବୀ ହୋଇପାରିବେ, ସେଥି ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ଅବସରରେ,ମହାସଂଘର ସଭାପତି, ସମ୍ପାଦିକା ଓ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ କି, ଏହି ଟ୍ରକ ମାଲିକ ମହାସଂଘ ଓଡିଶାର ୩୦ ଟି ଯାକ ଜିଲ୍ଲାକୁ ନେଇ ଗଠିତ ହୋଇଅଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀକୁ ଦୁଇଜଣ ଶିକ୍ଷକ: କିପରି ଚାଲିବ ଶିକ୍ଷାଦାନ ?

masiha

କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମାନେ ହିଁ ସାଧାରଣ ଜନତା ଙ୍କ ରକ୍ଷା କବଚ ‘ ଉପାନ୍ତ ଖବର ର ଚତୁର୍ଥ ବାର୍ଷିକ ଉତ୍ସବ ରେ ଅତିଥି ମାନଙ୍କ ମତ 

masiha

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!