ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶାର ପ୍ରସିଦ୍ଧ ଲୋକସାହିତ୍ୟବିତ୍, ଭାଷାବିତ୍ ତଥା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଆଜି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି

ଓଡ଼ିଶାର ପ୍ରସିଦ୍ଧ ଲୋକସାହିତ୍ୟବିତ୍, ଭାଷାବିତ୍ ତଥା ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଆଜି ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି

ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ୨୦୨୬ ମସିହାର ପ୍ରଥମ ନାଗରିକ ଅଳଙ୍କରଣ ସମାରୋହରେ ତାଙ୍କୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। 

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଶ୍ରୀ ମିଶ୍ରଙ୍କ ଆଜୀବନ ଅବଦାନକୁ,ବିଶେଷକରି ଆଦିବାସୀ ମୌଖ୍ୟକ ସାହିତ୍ୟର ସଂରକ୍ଷଣ ଏବଂଆଦିବାସୀ ଶିଶୁଙ୍କ ପାଇଁ ମାତୃଭାଷା ଆଧାରିତ ଶିକ୍ଷା ପ୍ରୋତ୍ସାହନ ଦିଗରେ ତାଙ୍କର ନିଷ୍ଠାକୁ ସ୍ବୀକୃତି ସ୍ବରୂପ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଅବିଭକ୍ତ କଳାହାଣ୍ଡି (ବର୍ତ୍ତମାନ ନୂଆପଡ଼ା) ଜିଲ୍ଲାର ବାସିନ୍ଦା ଡକ୍ଟର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପାଠ ପଢ଼ି ୧୯୮୭ରେ ପିଏଚଡି ହାସଲ କରିଥିଲେ। ସେ ଓଡ଼ିଶା ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟରେ ସହକାରୀ ନିର୍ଦ୍ଦେଶକ ଏବଂ ଅନୁସୂଚିତ ଜନଜାତି ଓ ଜାତି ଶିକ୍ଷା ପାଇଁ ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିଛନ୍ତି।

ବହୁଭାଷୀ ଶିକ୍ଷା (MLE): ସେ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ବିଲୁପ୍ତପ୍ରାୟ ଆଦିବାସୀ ସ୍ୱର ଓ ସ୍ଥାନୀୟ ଜ୍ଞାନକୁ ଆଧୁନିକ ଶିକ୍ଷା ପ୍ରଣାଳୀରେ ସାମିଲ କରିବା ପାଇଁ କାମ କରିଛନ୍ତି। ଓଡ଼ିଶାରେ ୨୧ଟି ଆଦିବାସୀ ଭାଷାରେ ବହୁଭାଷୀ ଶିକ୍ଷା କାର୍ଯ୍ୟକ୍ରମର ସେ ନେତୃତ୍ୱ ନେଇଥିଲେ। ପରବର୍ତ୍ତୀ ସମୟରେ ଏହାକୁ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ରାଜସ୍ଥାନ ଏବଂ ଆସାମ ଭଳି ରାଜ୍ୟକୁ ମଧ୍ୟ ବିସ୍ତାର କରାଯାଇଛି।

 ତାଙ୍କର ଏହି ପରିବର୍ତ୍ତନକାରୀ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ମାତୃଭାଷାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରିଥାଏ, ଯାହା ଆଦିବାସୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି କରିବାରେ ସହାୟକ ହୋଇଛି।

ସାରସ୍ୱତ ସାଧନା: ସେ କଳାହାଣ୍ଡିର ମୌଖିକ ମହାକାବ୍ୟ, ସାଓରା ଟେଲ୍ସ ଆଣ୍ଡ୍ ଗୀତସ୍, ପାହାଡ଼ିଆ ମୌଖିକ ପରମ୍ପରା ଭଳି ପ୍ରମୁଖ କୃତି ମାଧ୍ୟମରେ ସମୃଦ୍ଧ ଲୋକକଥାକୁ ସଂରକ୍ଷଣ କରିଛନ୍ତି। ଏହାସହ ଫିନଲ୍ୟାଣ୍ଡର ବିଶ୍ୱସ୍ତରୀୟ ମହାକାବ୍ୟ ‘କାଲେୱାଲା’କୁ ସେ ଓଡ଼ିଆରେ ଅନୁବାଦ କରିଛନ୍ତି।

 ସେ ନେପାଳର ଏମଏଲଇ ନୀତି ଉପରେ ପରାମର୍ଶ ଦେବା ସହ ଚୀନ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ରୁଷର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବକ୍ତୃତା ଦେଇଛନ୍ତି। ୟୁନେସ୍କୋ ସହଯୋଗରେ ସେ ବାଂଲାଦେଶରେ ଭାରତୀୟ ସଂସ୍କୃତିର ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି।

 ସେ ୨୦୦୩ ମସିହାରେ ୟୁନେସ୍କୋ ଅନ୍ତର୍ଜାତୀୟ ମାତୃଭାଷା ପୁରସ୍କାର ପାଇବାରେ ପ୍ରଥମ ଭାରତୀୟ ଅଟନ୍ତି। ଏହା ବ୍ୟତୀତ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, କଲେୱାଲା ପୁରସ୍କାର (୨୦୦୨) ଏବଂ ବୀର ଶଙ୍କର ଶାହା ରଘୁନାଥ ଶାହା ପୁରସ୍କାର (୨୦୦୯) ମିଳିସାରିଛି।

ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ଅନ୍ୟ ତିନି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ରାଷ୍ଟ୍ରପତି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। ସେମାନେ ହେଲେ ସୀମାଞ୍ଚଳ ପାତ୍ର (କଳା କ୍ଷେତ୍ର),ଶରତ କୁମାର ପାତ୍ର (ବୁଣାକାର),ଚରଣ ହେମ୍ୱମ୍ (ସାହିତ୍ୟ ଓ ଶିକ୍ଷା).

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶତାୟୁ, ପି ଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳିତ

masiha

ଢେ଼ଙ୍କାନାଳ ଜିଲ୍ଲା ୱେବ୍ ମିଡ଼ିଆ ସାମ୍ବାଦିକ ସଙ୍ଘ ର କାମାକ୍ଷାନଗର ଉପଖଣ୍ଡ ସ୍ତରୀୟ ବୈଠକ ଅନୁଷ୍ଠିତ 

masiha

ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠନ 

Sunil Chandra Nayak

Leave a Comment

error: Content is protected !!