ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନେପାଳ ଏଭରେଷ୍ଟ ସମିଟର ସମିଟରେ ଯୋଗଦାନ କରିବେ ଓଡିଶାରୁ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ 

ନେପାଳ ଏଭରେଷ୍ଟ ସମିଟର ସମିଟରେ ଯୋଗଦାନ କରିବେ ଓଡିଶାରୁ ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ 

ସୋମବାର ନେପାଳ ଅଭିମୁଖେ ଯାତ୍ରା 

ରୁପ୍ରା, 25/5 (ଅଜୟ ସେନାପତି ) : ଆସନ୍ତା ୨୬ ରୁ ୨୮ ମଇ ପର୍ଯ୍ୟନ୍ତ ନେପାଳ ଦେଶର କାଠମାଣ୍ଡୁଠାରେ ଆୟୋଜିତ ହେବାକୁ ଯାଉଛି ବିଶ୍ବସ୍ତରୀୟ ଏଭରେଷ୍ଟ ଆରୋହଣକାରୀ ମାନଙ୍କର ଏଭରେଷ୍ଟ ସମିଟର ସମିଟ ୨୦୨୬, ଉକ୍ତ କାର୍ଯ୍ୟକ୍ରମ କାଠମାଣ୍ଡୁ ସ୍ଥିତ ଏଭରେଷ୍ଟ ଏଲାଏନସ୍ ନାମକ ସଂସ୍ଥା ଆୟୋଜନ କରୁଥିବା ଏଭେରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ସମ୍ବାଦ କୁ ସୂଚନା ପ୍ରଦାନ କରି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ବିଶ୍ବର କୋଣ ଅନୁକୋଣଠାରୁ ପାଖିପାଖି ୨୦୦୦ ଜଣ ଏଭରେଷ୍ଟ ଆରୋହୀ ଏଥିରେ ଯୋଗଦାନ କରିବେ। ତେବେ ଓଡ଼ିଶାରୁ ପ୍ରତିନିଧିତ୍ବ କରିବା ପାଇଁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାର ଏଭରେଷ୍ଟ ଆରୋହୀ ଯୋଗବ୍ୟାସ ଭୋଇ ସୋମବାର ରାୟପୁର ସ୍ବାମୀ ବିବେକାନନ୍ଦ ଆନ୍ତର୍ଜାତିକ ବିମାନ ବନ୍ଦରରୁ ବିମାନ ଯୋଗେ ନୂଆଦିଲ୍ଲୀ ଯାଇ ସେଠାରୁ କାଠମାଣ୍ଡୁ ଯିବା ପାଇଁ ସ୍ଥିର କରିଥିବା କହିଛନ୍ତି । ଦୀର୍ଘ ୧୫ ବର୍ଷ ପରେ ନେପାଳ ଦେଶର କାଠମାଣ୍ଡୁରେ ଏଭରେଷ୍ଟ ଆରୋହୀ ତଥା ଓଡିଶାର ପ୍ରଥମ ଏଭରେଷ୍ଟ ଆରୋହୀ ଶିକ୍ଷକ ଭାବରେ ଏହି ସମିଟରେ ଅତିଥି ଭାବରେ ଯୋଗଦାନ କରିବା ସହିତ ଆନ୍ତର୍ଜାତିକ ସ୍ତରର ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଭାଗ ନେଉଥିବାରୁ ଏହା ମୋର ଜିଲ୍ଲା ତଥା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରକାଶ କରିଛନ୍ତି। ଏହିଭଲି ଆନ୍ତର୍ଜାତିକ ସ୍ତରର ସମିଟରେ ଓଡ଼ିଶାରୁ ଜଣେ ମାତ୍ର ପର୍ବତାରୋହୀ ଭାଗ ନେଇଥିବାରୁ ରୁପ୍ରା ଗ୍ରାମରୁ ନେଇ ସମସ୍ତ ଶୁଭେଛୁ ମହଲରେ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ଜାତୀୟସ୍ତରର ବରିଷ୍ଠ ପର୍ବତାରୋହୀ ରୋମାଞ୍ଚଳ ଭୋଇ, ପର୍ବତାରୋହୀ ହରିଶ ବର୍ଗର୍ତି, ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପର୍ବତାରୋହୀ ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଘନଶ୍ୟାମ ବେହେରା , ଯୁବ କ୍ରୀଡାପ୍ରେମୀ ଜ୍ଯୋତି ରଞ୍ଜନ ସାହୁ, ରାଜ ମାଝୀ, ପ୍ରଜ୍ଞାନନ୍ଦ ଛତର, ସାମ୍ବାଦିକ ଅଜୟ ସେନାପତି ପ୍ରମୁଖଙ୍କ ସମେତ ଦୁଃସାହସିକ କ୍ରୀଡା ଛାତଛାତ୍ରୀମାନେ ଶୁଭେଛା ସହିତ ପ୍ରଶାସନିକ ଅଧୀକାରୀଗଣ ମଧ୍ଯ ଶୁଭେଛା ଜଣାଇଛନ୍ତି।

Related posts

ରାଇରଙ୍ଗପୁର ରେ ତ୍ରିଦିବସୀୟ ବୀର ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଚିହ୍ନଟ ଶିବିର ଅନୁଷ୍ଠିତ 

masiha

ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ରେ ବିଜେଡି ର ବରିଷ୍ଠ ନେତୃବୃନ୍ଦ

masiha

ଜୁନାଗଡ଼ରେ ବିଶ୍ୱକପ ହକି ଟ୍ରଫିକୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!