ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ୧୮ ଦିନରେ ପହଞ୍ଚିଲା ଧାରଣା

ମାଁକୁ ସମ୍ମାନ ଦେଉଥିବା ସରକାର ଯଦି ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦେଲେ ହିଁ ମହିଳା ମାନେ ଉଚିତ ସମ୍ମାନ ପାଇବେ

ଜୁନାଗଡ଼ ୨୬/୯(ମ ନି ସ)କଳାହାଣ୍ଡି ଜିଲ୍ଲାର ସର୍ବ ପୁରାତନ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା ଆଜି ୧୮ ଦିନରେ ପହଁଚିଛି । ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସଂଯୋଜକ ତଥା ଜୁନାଗଡ଼ ନଗରପାଳ ମୂକେଶ ଅଗ୍ରୱାଲଙ୍କ ଆବାହକତ୍ୱରେ ଆଜି ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଜୟ ଶ୍ରୀରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମାଁ ଭଉଣୀ ମାନେ ଧାରଣାରେ ସାମିଲ ହୋଇଥିଲେ । ରାଜ୍ୟ ସରକାର ସବୁବେଳେ ମାଁକୁ ସମ୍ମାନ ଦେଉଥିବା କଥା କହୁଛନ୍ତି । ରାଜନୈତିକ କ୍ଷେତ୍ରରେ ମଧ୍ୟ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି । ଜୁନାଗଡ଼ କୁ ଆଗରୁ ସବୁବେଳେ ସରକାର ଅବହେଳା କରିଆସୁଛନ୍ତି । ଯଦି ଏହି ପୁରାତନ ନଗରୀ ତଥା ପୁରାତନ ରାଜଧାନୀ ଜୁନାଗଡ଼କୁ ଜିଲ୍ଲାର ମାନ୍ୟତା ଦେଲେ ହିଁ ଆମ ଜୁନାଗଡ଼ ଅଞ୍ଚଳର ମହିଳାମାନେ ଉଚିତ ସମ୍ମାନ ପାଇବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉଦବୋଧନ ଦେଇଥିଲେ । ଜୟ ଶ୍ରୀରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ରୀନା ଭାଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ସମ୍ପାଦିକା ଅନାମିକା ନାଏକ, କୌଶଲ୍ୟା ଗହୀର, ଦେବକୀ ରାଉତ, ଦୀପ୍ତି ଗହୀର,ପ୍ରଭାତ ଦାଶ, ଆଦିତ୍ୟ ମହାନ୍ତି, ଭୋକରଧନ ଧଙ୍ଗଡାମାଝୀ, ବ୍ୟମୋକେଶ ପୁରୋହିତ, ରଜନୀକାନ୍ତ ମିଶ୍ର, ସାହେବ ଛତ୍ରୀଆ ଗୟାରାମ ପୁଝାରି ପ୍ରମୁଖ ଉଦବୋଧନ ଦେଇଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଏବିଭିପି ଧର୍ମଗଡ଼ ତରଫରୁ ଝାନ୍ସୀ ରାଣୀ ଲଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ

Sunil Chandra Nayak

ଇତିହାସ ବିଭାଗର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା: କିଛି ସ୍ମୃତି କଲେଜ ପାଇଁ ଇତିହାସ ହୋଇ ରହିଯାଏ  

Sunil Chandra Nayak

ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ଏମ୍‌ସିପି ପାଇବା ପାଇଁ ଦାବୀ 

Sunil Chandra Nayak

Leave a Comment

error: Content is protected !!