ବବି ଆଣ୍ଡ ପ୍ରିୟା ଜୁମ୍ବୋ କ୍ଲାସ ର ଦାଣ୍ଡିଆ ନୃତ୍ୟ ପରିବେଷଣ
ରାଉରକେଲା: ବବି ଆଣ୍ଡ ପ୍ରିୟା ଜୁମ୍ବୋ କ୍ଲାସ ତରଫରୁ ସେକ୍ଟର ୭ ସ୍ଥିତ ପ୍ରଜାପତି ମଣ୍ଡପ ଠାରେ ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରିୟା ସ୍ବାଇଁ, ସମ୍ପାଦିକା ପ୍ରବୀଣା ଜେନାଙ୍କ ଆବାହକତ୍ୱ ଆୟୋଜିତ ଏହି ପ୍ରତିଯୋଗିତାରେ ୨ଶହରୁ ଉର୍ଦ୍ଧ୍ବ ମହିଳା ଅଂଶଗ୍ରହଣ କରିଥିଲେ। କବିତା ମହନ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହରିହର ରାଉତରାୟ, ପ୍ରକାଶ ମହାନ୍ତି, ଜିତେନ୍ଦ୍ର ପ୍ରସାଦ, ପ୍ରଜ୍ଞା ପରମିତା ଦାସ,ଅମିତାଭ ସାମଲ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଦାଶ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ,ରବି ରାୟ,ପିଙ୍କୁ ଜୟସ୍ବାଲ, କଳ୍ପନା ଶତପଥୀ, କାମିନୀ ମହନ୍ତ, ଜୟନ୍ତୀ ଦାସ,ଡା ମୀନତି ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସେହିପରି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ କର୍ମକର୍ତ୍ତା ସୁମତୀ ନାୟକ, ବନ୍ଦିତା ମାହତୋ, ଗୈ।ରୀ କୁମ୍ଭାର, ପୁଷ୍ପଲତା ପୁହାଣ, ଗାୟତ୍ରୀ ମହାନ୍ତି, ପ୍ରତିଭା ପ୍ରିୟଦର୍ଶିନୀ, ରଞ୍ଜତା ଶତପଥୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ସମ୍ପାଦିକା ପ୍ରବୀଣା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

