ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫

ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୫ 

କଳାହାଣ୍ଡି ର କଳା,ସଂସ୍କୃତି ଓ ପରମ୍ପରା ର ବାର୍ତ୍ତା ବହ କଳାହାଣ୍ଡି ଉତ୍ସବ ଘୁମୁରା ସମଗ୍ର ଜିଲ୍ଲା ରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ମଧ୍ୟ ରେ ପାଳିତ ହେଉଛି । ଆଜି ଧର୍ମଗଡ ପଞ୍ଚାୟତ ସମିତି ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା -୨୫ ବ୍ଲକ କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି । ଆଜି ମା ଭଣ୍ଡାର ଘରଣୀ ଙ୍କ ପୀଠ ରୁ ମା ଙ୍କ ମଶାଲ କୁ ଭବ୍ୟ ଶୋଭା ଯାତ୍ରା ରେ ବ୍ଲକ କାର୍ଯ୍ୟଳୟ କୁ ଅଣାଯାଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଥିଲା । ସନ୍ଧ୍ୟା ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଂଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବେ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ କୁମାର ବେହେରା ,ତହସିଲଦାର ସଞ୍ଜୟ ସାମନ୍ତରା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଉପାଧ୍ୟକ୍ଷା ମନିଷା ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ, ଶଙ୍କର ପ୍ରସାଦ ଜୁଏଡ଼ , ପ୍ରଣବ କିଶୋର ଉଇଁସାଲ, ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା, ସମିତି ସଭ୍ୟ ସରୋଜ କୁମାର ଶବର ଯୋଗ ଦେଇଥିବା ବେଲେ ଆୟୋଜନ କମିଟି ର ସଭା ନେତ୍ରୀ ତଥା ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରିଥିଲେ । ବିଡ଼ିଓ ଶରତ କୁମାର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ । ସଭା କାର୍ଯ୍ୟ କୁ ସରପଞ୍ଚ ବିଭୁ ଦତ୍ତ ପ୍ରଧାନି ପରିଚାଳନା କରିଥିବାବେଳେ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦେବୀ ଚରଣ ମେହେର, ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି ଅଵସର ରେ ବିଭିନ୍ନ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ମାନ ହୋଇଥିଲା । ବାଜାସାଲ ନୃତ୍ୟ ରେ ଦର୍ଶକ ମାନେ ମତୁଆଲା ହୋଇ ଥିଲେ। ସାସ୍କୃତିକ କାର୍ଯ୍ୟକ୍ରମ କୁ ବରିଷ୍ଠ କିରାଣୀ ଗୋପାଳ ମେହେର ଓ ସିଆରସିସି ରାଜ କୁମାରୀ ନାଏକ ସଂଯୋଜନା କରିଥିଲେ।

ସମସ୍ତ କାର୍ଯ୍ୟକ୍ରମ ରେ ସହକାରୀ ଯନ୍ତ୍ରୀ କରୁଣା କର ମୁର୍ମୁ, ବିଭାଗୀୟ ଅଧିକାରୀ ମନୋଜ ଠାକୁର, ଗୋଷ୍ଠୀ ଅର୍ଥ ଅଧିକାରୀ ନିଖିଲେସ ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେଦାର ନାଏକ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତି ନାଏକ ଓ ବ୍ଲକ କର୍ମଚାରୀ ମାନେ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଆଦିବାସୀ କଲ୍ୟାଣ ପରିଷଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

୧୬ ତାରିଖରେ ଅନୁଷ୍ଠିତ ହେବ ପୁରାତନ ଛାତ୍ର ପରିଷଦର ବନ୍ଧୁ ମିଳନ

masiha

ରାଷ୍ଟ୍ରର ବିକାଶ ଯୁବଶକ୍ତିର ସତ ବିନିଯୋଗ ଦ୍ବାରା ସମ୍ଭବ

Sunil Chandra Nayak

Leave a Comment

error: Content is protected !!