ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ

ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ଯସ୍ତ

୨୦୨୧ ମସିହାରେ ଧର୍ମଗଡ଼ ଥାନା ଅନ୍ତର୍ଗତ ପର୍ଲା ସିନାପଡ଼ା ଗ୍ରାମର ଗୌତମ ଗୋପାଳ ନିଜର ହଜି ଯାଇଥିବା ବଳଦ କୁ ଖୋଜିବାକୁ ଯାଇ ରାସ୍ତାରେ ଅନ୍ୟଜଣେ ବ୍ୟକ୍ତିଙ୍କୁ ପଚରା ଉଚରା କରୁଥିବା ସମୟରେ ସେହି ଗ୍ରାମର ଡିଲର୍ ଗୋପାଳ ଓ ଯଦୁମଣୀ ଗୋପାଳ ହଠାତ୍ ଗୌତମ କୁ ଅତର୍କିତ ମରଣାନ୍ତକ ଆକ୍ରମଣ କରି ମାଡ ମାରିବା ସହ ପଥର ସାହାଯ୍ୟରେ ମୁଣ୍ଡରେ ରକ୍ତାକ୍ତ ଆଘାତ କରିଥିଲେ l ଏନେଇ ପୀଡିତ ର ପୁଅ ଅବିନ ଗୋପାଳ ୨୪.୦୪.୨୦୨୧ ତାରିଖରେ ଧର୍ମଗଡ଼ ଥାନାରେ ଏକ ଲିଖିତ ଏତଲା ପ୍ରଦାନ କରିଥିଲେ l ଧର୍ମଗଡ଼ ପୋଲିସ ଏହାର ତଦନ୍ତ କରି ଥାନା କେଶ ନମ୍ବର ୫୯/ ୨୦୨୧ ବଳରେ ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୪୧/୨୯୪/ ୩୨୩/୩୦୭/୫୦୬ ଓ ୩୪ ଲାଗୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲା ଧର୍ମଗଡ଼ ସହାୟକ ଦୌରା ଜଜ୍ ଙ୍କ ଅଦାଲତରେ ସାକ୍ଷ୍ୟ ଗ୍ରହଣ ଓ ବିଚାର ନିମନ୍ତେ ଚାଲିଥିଲା। ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ,ସାକ୍ଷୀ ମାନଙ୍କ ବୟାନ ଓ ମାମଲାର ପାରିପାର୍ଶ୍ବିକ ପରିସ୍ଥିତିକୁ ବିଚାରକୁ ନେଇ ଧର୍ମଗଡ଼ ସହାୟକ ଦୌରା ଜଜ୍ ଶ୍ରୀମତୀ ଇପ୍ସି ମହାନ୍ତି ମାମଲା ର ଚୂଡାନ୍ତ ଶୁଣାଣି କରି ଅଭିଯୁକ୍ତ ଡିଲର୍ ଗୋପାଳ ଓ ଯଦୁମଣୀ ଗୋପାଳ କୁ ଭାରତୀୟ ପିଙ୍ଗଲ କୋଡ଼ ଦଫା ୩୨୩ ଓ ୩୪ ବଳରେ ଦୋଷୀ ସାବ୍ୟସ୍ତ କରିବା ସହ ଆର୍ଥିକ ଦଣ୍ଡାଦେଶ ପାଇଁ ରାୟ ପ୍ରଦାନ କରିଛନ୍ତି l ରାଜ୍ୟ ସରକାର ଙ୍କ ତରଫରୁ ଅତିରିକ୍ତ ସରକାରୀ ଓକିଲ ରାଜେନ୍ଦ୍ର କୁମାର ମୁନି ମାମଲା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା

Sunil Chandra Nayak

ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ସୁପରଭାଇଜର।

masiha

ବିବାହ ର ପ୍ରଲୋଭନ ଦେଖାଇ ପ୍ରତାରଣା

masiha

Leave a Comment

error: Content is protected !!