ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ 

ରାୟଗଡା: ତା ୯-୧-୨୦୨୫ //      ରାୟଗଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ଜିଲ୍ଲା ସ୍ତରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇଯାଇଛି। ପୂର୍ବାହ୍ନ ଉଦଘାଟନୀ ଉତ୍ସବରେ ରାୟଗଡା ଜିଲ୍ଲା ଶିକ୍ଷାଧିକାରୀ ଡ: ବସନ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନ ଲାଲ ମାଝୀ, ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ, ରାୟଗଡା ଓ ଗଣେଶ ଶବର ଚନ୍ଦ୍ରପୁର, ରାୟଗଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ବଳଦେବ ନାୟକ, ସମଗ୍ର ଶିକ୍ଷାର ସଂଯୋଜକ ଜ୍ଞାନ ରଞ୍ଜନ ସାହୁ, ପ୍ରଦୀପ କୁମାର ସାହୁ ଓ ସୁରେନ୍ଦ୍ର କୁମାର ସାଠୁଆ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଡ: ନାୟକ ନିଜ ବକ୍ତବ୍ୟରେ ପ୍ରବାସୀ ଭାରତୀୟ ଦିବସର ମହାତ୍ମ୍ୟ ବିଷୟରେ ଉଲ୍ଲେଖ କରି ଏହା ଜଗତୀକରଣ ପ୍ରକ୍ରିୟାକୁ ଅଭିପ୍ରେରିତ କରିବା ସହ ଶିକ୍ଷା, ବୃତ୍ତି, ଜ୍ଞାନ ଓ ରୋଜଗାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥାଏ। ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ବିକାଶ ସହ ଜୀବନ ଶୈଳୀରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ବିଦ୍ୟାଳୟ ସ୍ତରରେ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଫର୍ଦ୍ଦ ପ୍ରସ୍ତୁତି, କୁଇଜ, ପ୍ରବନ୍ଧ ଲିଖନ ଓ ସାଇକେଲ ଚାଳନା ଆଦି ପ୍ରତିଯୋଗୀତା ଜିଲ୍ଲା ସ୍ତରରେ ଆୟୋଜିତ ହୋଇଥିଲା। ଏଗାର ଗୋଟି ବ୍ଳକ ସ୍ତରର ପ୍ରତିଯୋଗୀ ଏଠାରେ ଅଂଶ ଗ୍ରହଣ କରିଥିବା ସଂଯୋଜକ ଶ୍ରୀ ସାହୁ କହିଛନ୍ତି। ଗୋଷ୍ଠୀ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ ଓ ଶିକ୍ଷକ ରାଜେଶ ବିଶ୍ଵାଳ ମଞ୍ଚ ପରିଚାଳନା କରିଥିଲେ । ନୀଳାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଲକ୍ଷ୍ମୀକାନ୍ତ ମିଶ୍ର, ଦିଲ୍ଲୀପ କୁମାର ହୋତା ସମେତ ଜିଲ୍ଲା ଶିକ୍ଷାଧିକାରୀ ଓ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜିବୀ ସମ୍ମେଳନ

Sunil Chandra Nayak

କିଆଜୋଡି ଠାରେ ପୋଲ ନାଳରେ କାର ଲେଉଟି ଅଳ୍ପକେ ବର୍ତ୍ତିଲେ ତିନିଜଣ ଯାତ୍ରୀ

masiha

ଡାକ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ସ୍ଵର୍ଗତ ଦେବେନ୍ଦ୍ର ନାଥ ସ୍ବାଇଁଙ୍କ ଶ୍ରଦ୍ଧାଞ୍ଜଳୀ ସଭା

Sunil Chandra Nayak

Leave a Comment

error: Content is protected !!