ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଇଡାରେ ସିଆଇଟିୟୂ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ 

କୋଇଡାରେ ସିଆଇଟିୟୂ ଆନୁକୁଲ୍ୟରେ ବିଶ୍ବ ଶ୍ରମିକ ଦିବସ ପାଳିତ 

କୋଇଡା – ସୁନ୍ଦରଗଡ଼ ଜିଲ୍ଲାର କୋଇଡା ବ୍ଳକର କୋଇଡା ସିଟୁ କାର୍ଯ୍ୟାଳୟ ପରିସରରେ ସିଆଟିୟୂ ତରଫରୁ ସିଟୁ ରାଜ୍ୟ ସଂପାଦକ ପ୍ରଭାତ ପଣ୍ଡାଙ୍କ ସଭାପତିତ୍ବରେ ଏକ ବିଶାଳ ଶ୍ରମିକ ଦିବସ ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା , ଯୁବ ଆଇନଜୀବୀ ବାଦଲ ବାରିକ,କୋଇଡା ଡିଗ୍ରୀ କଲେଜ ଅଧ୍ୟାପକ ପ୍ରଦୀପ ପଟ୍ଟନାୟକ,ସିଟୁ ନେତା ଅଶୋକ ସାମଲ, ସିଟୁର ନେତୃବୃନ୍ଦ ପ୍ରମୁଖ ସାମିଲ ହୋଇଥିଲେ ।ପ୍ରାରମ୍ଭରେ ସିଟୁ ଦଳୀୟ କର୍ମୀ ବୃନ୍ଦ ଏକ ବିଶାଳ‌ ଶୋଭାଯାତ୍ରାରେ  କୋଇଡଆସିଟୁ କାର୍ଯ୍ୟାଳୟରୁ ବାହାରି ବଜାର ପରାକ୍ରମା କରି ବସଷ୍ଟାଣ୍ଡ ନିକଟସ୍ଥ ରୁଙ୍ଗଟା ମାର୍କେଟ ପଡ଼ିଆରେ ପହଞ୍ଚି ଥିଲେ । ସେଠାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇ ଦେଶ ନିର୍ମାଣରେ ଶ୍ରମିକ ମାନଙ୍କର ଯୋଗଦାନ ଅନନ୍ୟ ଓ ଅବର୍ଣ୍ଣନୀୟ ।ଘାତ ପ୍ରତିଘାତ କୁ ଖାତିର ନ କରି ନିଜର ଲହୁ,ଝାଳ ଓ ଶ୍ରମ ଦାନରେ ସେମାନେ ଦେଶର ପ୍ରଗତିକୁ ଆଗେଇ ନେଇଛନ୍ତି । ଦୁଃଖର ବିଷୟ ଶ୍ରମିକମାନେ ଆଜି ଶୋଷଣର ଶିକାର ହେବାକୁ ଯାଉଛନ୍ତି । ବର୍ତମାନର ସରକାର ଶ୍ରମ ନିୟମକୁ ଦଳି ଚକଟି ମାଲିକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆଇନ ପ୍ରଣୟନ‌ କରିବାକୁ ଯାଉଛନ୍ତି । ଶ୍ରମିକମାନେ ୮ ଘଣ୍ଟା ଶ୍ରମ ଦାନ ନିୟମ ଥିବାବେଳେ ବର୍ତ୍ତମାନ ୧୨ ଘଣ୍ଟା ଶ୍ରମଦାନ ପାଇଁ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି । ଶ୍ରମିକମାନଙ୍କ ମୌଳିକ ଅଧିକାର ଛଡ଼ାଇ ନେବାକୁ ବସୁଛନ୍ତି ।ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ପାଇଁ ଆଇନ କାନୁନ କାଟଛାଟ କରାଯାଉଛି । ଅଧିକାଂଶ ଲାଭଜନକ ସରକାରୀ ଶିଳ୍ପାନୁଷ୍ଠାନ,ରେଳ, ବ୍ୟାଙ୍କ,ଏରୋଡ୍ରମ, ସେଲ୍,ହାଲ୍ ,ଏଲଆଇସି,ଵିଏସ ଏନେଲ, ଶିକ୍ଷାନୁଷ୍ଠାନକୁ ଘରୋଇକରଣ କରିବାକୁ ଯାଉଛନ୍ତି । ତେଣୁ ଏହା ବିରୋଧରେ ଆସନ୍ତା ମେ ୨୦ ତାରିଖ ଦିନ ସର୍ବଭାରତୀୟ ସ୍ତରରେ ଭାରତ ବନ୍ଦ ଡାକରା ବିଭିନ୍ନ ଟ୍ରେଡ ୟୂନିଅନ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଛି । ତେଣୁ ସମସ୍ତ ଶ୍ରମିକ ଏହି ବନ୍ଦରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନକୁ ସଫଳ କରିବାକୁ ନିଷ୍ପତ୍ତି ନିଆଯାଇଛି ।ସିଟୁ ସବୁବେଳେ ସର୍ବହରା ଶ୍ରମିକମାନଙ୍କ ସ୍ବାର୍ଥ ସହିତ ଅଛି । ଶ୍ରମିକମାନଙ୍କ ନାର୍ଯ୍ଯ ଦାବି ପାଇଁ ସବୁବେଳେ ଲଢେଇ ଜାରି ରଖିଛି ଏବଂ ରଖୁଥିବ । ତେଣୁ ସମସ୍ତେ ସିଟୁ ଛାତ ତଳେ ରହି ଶ୍ରମିକର ହକ୍ ପାଇଁ ଲଢେଇ କରିବା ପାଇଁ ଆଗେଇ ଆସିବାକୁ ଆହ୍ଵାନ ଦେଇଥିଲେ ।

କୋଇଡାରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୁଆଁରମୁଣ୍ଡା ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ସଚେତନତା କାର୍ଯ୍ୟକ୍ରମ 

masiha

ଖାଟୁଶ୍ୟାମ ବାବା ଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା,

masiha

କେରଳା ପବ୍ଲିକ ସ୍କୁଲରେ ଓଡିଶା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ 

masiha

Leave a Comment

error: Content is protected !!