ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତହସିଲଦାରଙ୍କୁ ମଦ୍ୟପ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ

କୋକସରା,୨୮/୮ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଆମପାଣି ପଞ୍ଚାୟତ ବିରିମୁହାଣ ଗ୍ରାମକୁ ଗୁରୁବାର କୋକସରା ତହସିଲଦାର ଦେବବ୍ରତ କରାଟି ସରକାରୀ କାର୍ଯ୍ୟରେ ଯାଇଥିବା ବେଳେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତିଙ୍କ ସହ ସ୍କୁଲର ବିଭିନ୍ନ ଆନୁସଙ୍ଗିକ ସମସ୍ୟା ବିଷୟରେ ଆଲୋଚନା କରିବା ସହ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ କୋଠରିରେ ଭେଟି ଶିକ୍ଷାଦାନ ବିଷୟରେ ପଚାରି ବୁଝିବା ସହ ଫେରିବାକୁ ବାହାରି ଥିବା ବେଳେ ପୂର୍ବରୁ ସେହି ସ୍କୁଲରେ ଶିକ୍ଷକ ଥିବା ବିରଞ୍ଚି ନାରାୟଣ ନାଏକ ମାତାଲ ଅବସ୍ଥାରେ ଆସି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ସୂଚନା ମତେ ବିରିମୁହାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୨୦୧୧ ରୁ ବିରଞ୍ଚି ନାରାୟଣ ନାଏକ ସହକାରୀ ଶିକ୍ଷକ ରହିଥିଲେ ତେବେ ଗତ ୨୦ ତାରିଖରେ ତାଙ୍କୁ ବିରିମୁହାଣରୁ ତେତେଲପଡା ବିଦ୍ୟାଳୟକୁ ବଦଳି ହୋଇଥିବା ବେଳେ ସେ ଆଜି ସ୍କୁଲକୁ ନଯାଇ ବିରିମୁହାଣ ଗାଁ ଆସିଥିଲେ ଓ ମଦ ପିଇ ସ୍କୁଲ ପରିଦର୍ଶନରେ ଆସିଥିବା ତହସିଲଦାରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତିଙ୍କୁ ପଚାରିବାରୁ ଘଟଣାଟି ସତ, ଶିକ୍ଷକ ପୂର୍ବରୁ ମଦ ପିଇ ସ୍କୁଲକୁ ଆସୁଥିଲେ, ବିଇଓଙ୍କୁ ଅଭିଯୋଗ ମଧ୍ୟ ପୂର୍ବରୁ କରାଯାଇଛି ବୋଲି କହିଛନ୍ତି। ଏନେଇ କୋକସରା ବିଇଓ ରଶ୍ମିତା ନେତମଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଅବଗତ ଅଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି। ଏନେଇ ତହସିଲଦାର ଦେବବ୍ରତ କରାଟିଙ୍କ ପ୍ରତିକ୍ରିୟା ନେବାରୁ ଘଟଣାଟି ସତ ଶିକ୍ଷକ ମୋତେ ଦୁର୍ବ୍ୟବହାର କରିଛନ୍ତି ଓ ତାଙ୍କ ବିରୋଧରେ ଡିଇଓ ଓ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବି ବୋଳି କହିଛନ୍ତି।

ମସିହା ନିୟୁକ୍ ସର୍ଭିସ୍ 

Related posts

ଦାଦନ ଋତୁ ଆରମ୍ଭ ରୁ ବେଲପଡା ପୋଲିସ ଉଦ୍ଧାର କଲା ଦାଦନ ଶ୍ରମିକ 

masiha

ଚଳନ୍ତା କାରରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର 

masiha

नबकिशोर को राष्ट्रीय स्तर पर “भारत पीपल रत्न” सम्मान

masiha

Leave a Comment

error: Content is protected !!