ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ସହରର ବିଭିନ୍ନ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳ ଲାଗି ଓ ଶ୍ରାବଣ ଉତ୍ସବ

ମୟୂରଭଞ୍ଜ- ୨୯/୮ ( ମସିହା)ପବିତ୍ର ଶ୍ରାବଣ ମାସ ଶେଷ ସୋମବାର ଦିନ ରାଇରଙ୍ଗପୁରର ବିଭିନ୍ନ ଶୈବପୀଠ ଓ ମନ୍ଦିରରେ ଜଳଲାଗି ପାଇଁ କାଉଡ଼ିଆ ଓ ଶିବ ଭକ୍ତଙ୍କ ଗହଳି ଲାଗିଥିଲା ।ଖିଚିଂ ଵୈତରଣୀ ନଦୀ,ଖଡଖାଇ, ବୁଢାବଳଙ୍ଗ ନଦୀ,ବାଙ୍କବଳ ନଦୀ,କାତରତା ନଦୀ ତଥା ବହୁ ଦୂର ଦୂରଦୂରାନ୍ତରୁ କାଉଡ଼ିଆ ମାନେ ବହୁ ବାଧାବିଘ୍ନ ସହି ରାଇରଙ୍ଗପୁରର ଶୈବ ପୀଠ ଐଶ୍ବାନେଶ୍ବର ମନ୍ଦିର, ପୂର୍ଣେଶ୍ଵର ମନ୍ଦିର, ଖଡଗେଶ୍ବର,ଲୀଳେଶ୍ବର,ସିଦ୍ଧେଶ୍ଵର,ହରିହରଙ୍କଠାରେ ବୋଲବମ ,ହର ହର ମହାଦେବ,ଜଟିଆ ବାବା ପାର କରେଗା, ନାରା ଦେଇ ପହଞ୍ଚି ଜଳା ଭିଷେକ କରିଥିଲେ । ଚଳିତ ବର୍ଷ ମଳମାସ ପଡ଼ିଥିବାରୁ ୪ ପାଳିରେ ବୋଲବମ ଭକ୍ତମାନଙ୍କ ଦ୍ଵାରା ଜଳଲାଗି କରାଯାଇଥିଲା ।ମଳମାସ ପୂର୍ବରୁ ୨ ଟି ଓ ପରେ ୨ ଟି ସୋମବାରରେ ଭକଵୃନ୍ଦ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରିଥିଲେ ।ଶେଷ ସୋମବାର ଥିବାରୁ ଜଳ ଲାଗି ପାଇଁ ଗହଳି ଲଗାଇଥିଲେ ବହୁ ସଂଖ୍ୟାରେ କାଉଡିଆମାନେ।ବୋଲବମ ଭକ୍ତଙ୍କ ସମାଗମରେ ଶିବ ମନ୍ଦିର ଗୁଡିକ ଲୋକାରଣ୍ୟ ହୋଇ ଉଠିଥିଲା ।କାଉଡିଆମାନଙ୍କ ସମାଗମ, ଓ ଶିବ ସ୍ତୁତି ସହରରେ ଭକ୍ତିପୂତ ଓ ଭାବ ଗମ୍ଭୀର ପରିବେଶ ସୃଷ୍ଟି କରିଥିଲା ।କମିଟି ତରଫରୁ ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିଲା ।ତଦସହ ରାତିରେ ଶ୍ରାବଣ ଉତ୍ସବ ମନ୍ଦିର ମାନଙ୍କରେ କରାଯାଇଥିଲା । ଶିବଙ୍କୁ ଆକର୍ଷଣୀୟ ବେଶରେ ସଜାଇ କରି ଯାଇଥିଲା ।କମିଟି ତରଫରୁ ମନ୍ଦିର ପ୍ରାଙ୍ଗଣରେ ଭଜନ, କୀର୍ତ୍ତନ,ଓ ମାଗଣାରେ ଅନ୍ନପ୍ରସାଦ,ଖେଚୁଡ଼ି,ମାଲପୁଆ, ମିଷ୍ଟାନ୍ନ,କ୍ଷିରୀ,ରସାବଳୀ ବଣ୍ଟନ କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାଣପୁର ଝିଅ ଜାଇ: ଚିଲିକା ମଝିରେ ଏବେ ସେ ମା, କାଳୀଜାଈ !!!

Sunil Chandra Nayak

ବେଦବ୍ୟାସ ଗୀତା ଜ୍ଞାନ ମହାଯଜ୍ଞ ଅନୁଷ୍ଠିତ 

masiha

ରାଇରଙ୍ଗପୁରରେ ମଥୁରାସିନୀ ମା’ଙ୍କ ୧୮ ତମ ବାର୍ଷିକ ପୂଜାତ୍ସୋବ ଧୂମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!