ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଙ୍କ ଶୈବ ପୀଠ ପରିଦର୍ଶନ

ଭବାନୀପାଟଣା :- ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିଭିନ୍ନ ଶୈବପୀଠ ଠାରେ ପ୍ରବଳ ଭିଡ଼ ଲାଗିବା ସହ ଭକ୍ତିମୟ ପରିବେଶ ଦେଖିବାକୁ ମିଳୁଛି। ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେସିଙ୍ଗା ବ୍ଲକର ବେଲଖଣ୍ଡି ସ୍ଥିତ ଦ୍ବାଦଶ ଶତାବ୍ଦୀର ଐତିହାସିକ ବାବା ଧବଳେଶ୍ଵର ଶୈବପୀଠ, କଶୃପଡା ପଞ୍ଚାୟତ ଅନ୍ତର୍ଗତ ବିନେକେଲା ଠାରେ ଥିବା ପୁରାତନ ବାବା ସ୍ବପ୍ନେଶ୍ବର ମନ୍ଦିର, କନ୍ତେଶୀର ପଞ୍ଚାୟତର ଶ୍ରୀ ଶ୍ରୀ କପିଳେଶ୍ୱର ମନ୍ଦିର ଆଦି ଶୈବପୀଠ ଯାଇ ମହାଦେବଙ୍କ ଦର୍ଶନ କରିବାସହ ସ୍ଥାନୀୟ ଅଧିବାସୀ ମାନଙ୍କ ସହ ମନ୍ଦିର ଉନ୍ନତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ଅବସରରେ ମନ୍ଦିର କମିଟି ଓ ଯୁବକମାନଙ୍କ ସହ ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଛି । ଐତିହାସିକ ଧବଳେଶ୍ଵର ଶୈବପୀଠ ବେଲଖଣ୍ଡିକୁ ୫ଟି ମନ୍ଦିର ରୁପାନ୍ତରିକରଣ ପ୍ରକ୍ରିୟାରେ ସାମିଲ କରି ୪ କୋଟି ୨ଲକ୍ଷ ଟଙ୍କା ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ଅବିନାଶ ଠାକୁର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାରେ ‘”ପି ଏମ କିସାନ ” ଯୋଜନା ରେ କୃଷକ ମାନଙ୍କୁ ୨୧ ତମ ସହାୟତା ପ୍ରଦାନ 

Sunil Chandra Nayak

“ଖଣି-ନିର୍ଦ୍ଧେଶଳୟରେ ପୃଷ୍ଟି ମ୍ୟାଡମ କିଏ” ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ତୁରନ୍ତ ସମାଧାନ କରିବ ନା ଚାପି ବସିଥିବ ?

masiha

ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସ ଦିବସ

masiha

Leave a Comment

error: Content is protected !!