ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସରେ ଲାଗିଲା ନିଆଁ

ପାପଡାହାଣ୍ଡି,29/8, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ନୂଆସାହି ରାସ୍ତାରେ ମଙ୍ଗଳବାର ଏକ 108 ଆମ୍ବୁଲାନ୍ସରେ ହଟାତ ନିଆଁ ଲାଗି ଯାଇଥିବା ବେଳେ ଏଥିରୁ ଅଳ୍ପକେ ରୋଗି ସହ ଆମ୍ବୁଲାନ୍ସ କର୍ମଚାରୀ ବର୍ତ୍ତି ଯାଇଛନ୍ତି | ତେବେ ସ୍ଥାନୀୟ ଲୋକେ ପାଣି ମାରି ନିଆଁକୁ ଆୟତ କରିଥିଲେ | ସୂଚନା ମୁତାବକ ବେତଝରଣ ଗ୍ରାମରୁ 108 ଆମ୍ବୁଲାନ୍ସ ନମ୍ବର OD 02 BJ 9647ଟି ଚନ୍ଦ୍ରସେନ ଖରା ଙ୍କୁ ଧରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିବା ସମୟରେ ଶିବ ମନ୍ଦିର ପଛ ପଟେ ଗାଡିର ବାମ ପାଖର ଆଗ ଟାୟାରରେ ନିଆଁ ଲାଗି ଯାଇଥିଲା | ଧୂଆଁ ଦେଖା ଯିବାରୁ ଆମ୍ବୁଲାନ୍ସ କର୍ମଚାରୀ ଗାଡିଟି କୁ ରଖି ଦେଖିଥିଲେ | ପରେ ସ୍ଥାନୀୟ ଲୋକ ଦେଖିବା ପରେ ପାଣି ଢାଳି ନିଆଁ କୁ ଆୟତ କରିଥିଲେ | ଏକ ଅଟୋ ସାହାଯ୍ୟରେ ରୋଗିଙ୍କୁ ମେଡିକାଲ ପଠାଯାଇଥିଲା | ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ଦୀର୍ଘ ଦିନ ଧରି ବେରିଙ୍ଗ କାମ ହୋଇ ନଥିବା ଚାଳକ ସୂଚନା ଦେଇଛନ୍ତି | ବେରିଙ୍ଗ ଖରାପ ଥିବାରୁ ସେଥିରୁ ଘର୍ଶଣ ହୋଇ ଟାୟାରରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋକସରା ଥାନାରେ ଯୋଗଦେଲେ ନୂତନ ମହିଳା ଥାନା ଅଧିକାରୀ

Sunil Chandra Nayak

ଉତ୍କଳ ପରିଷଦ ତରଫରୁ ଓଡ଼ିଶା ଦିବସ ପାଳନ

masiha

ଆଇନସେବା ପ୍ରାଧିକରଣ ରୟଗଡ ଦ୍ୱାରା ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!