ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳ ରାମପୁର ବ୍ଳକ ପିଆଇ ସର୍କଲ ଦୁଇ ନମ୍ବର ଜଳବିଭାଜିକା ବିଭାଗରେ କମ କାମକରି ଅର୍ଥ ହଡପ ଅଭିଯୋଗ

ଥୁଆମୂଳ ରାମପୁର:୨୯/୦୮ – (ମନିସ):- ଜଳବିଭାଜିକା ବିଭାଗ ପକ୍ଷରୁ ଏମଜିଏନଆର ଇଜିଏସ ଯୋଜନାରେ ନିମ୍ନମାନର ଓ କମ କାମ କରି ଗାତଖୋଲା କାର୍ଯ୍ଯରେ ଅର୍ଥ ହଡ ଘଟଣାକୁ ନେଇ ଗ୍ରାମବାସୀ ଅସନ୍ତୋଷ ହୋଇ ଏହାକୁ ନେଇ ଅଭିଯୋଗ କରି ଆସୁଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ମାନେ ଲିଖିତ ଜଣାଇଥିବା ବିଷୟରେ ଜଣାପଡିଛି। ଘଟଣା ଟି ହେଲା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ପିଆଇ ସର୍କଲ (ii)ଜଳବିଭାଜିକା ମନରେଗା ଯୋଜନା ଜରିଆରେ ଗାତଖୋଲା କାମରେ ୮ ଟି ପ୍ରୋଜେକ୍ଟ ପାଇଁ ଆର୍ଥିକ ବର୍ଷ ୨୦୨୨/୨୩ ବର୍ଷରେ ନିମ୍ନମାନ କମ ସହିତ କାମରେ ପୁଣି କମ କାମକରି ଅଧିକ ଟଙ୍କା ଅର୍ଥାତ ୩୮ଲକ୍ଷ ୯୬୦୦୦ ହଜାର ଟଙ୍କା ହଡପର ମହାଦୁର୍ନିତୀ ହୋଇଥିବା ଘଟଣା କୁ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ଜଣାପଡ଼ିଛି। ଅଭିଯୋଗ ପତ୍ରରୁ ଜଣାପଡିଛି ଯେ, ଉକ୍ତ ବ୍ଳକର ମହୁଲପାଟଣା ଗ୍ରାମପଞ୍ଚାୟତ ଅଧିନସ୍ଥ ଉପରଚୋବ୍ରିର ଜନସାଧାରଣ ଙ୍କ ଅଭିଯୋଗ ପତ୍ରରେ ଦର୍ଶାଇ ଥିବା ବିଷୟ ହେଲା ଯେ, ଆର୍ଥିକ ବର୍ଷ ୨୦୨୨/୨୦୨୩ ବର୍ଷରେ କଳାହାଣ୍ଡି ଜିଲ୍ଲା ଜଳବିଭାଜିକା ଥୁଆମୂଳ ରାମପୁର ସର୍କଲ (ii) ଜରିଆରେ ଉପରଚୋବ୍ରି ଗ୍ରାମରେ ମନରେଗା ଯୋଜନାରେ ଗାତଖୋଲା କାମ ୮ ଟି ପ୍ରୋଜେକ୍ଟର ୩୮ ଲକ୍ଷ ୯୬୦୦୦ ଟଙ୍କା ଉକ୍ତ କାମ ବାବଦକୁ ମଞ୍ଜୁର କରି ଗ୍ରାମର ସହଦେବ ନାଏକଙ୍କ ମାଧ୍ୟରେ ଜଳବିଭାଜିକା ବିଭାଗରେ କାମ କରୁଥିବା କର୍ମଚାରୀ ମାନେ ଅଳ୍ପ କାମ ଅର୍ଥାତ ଗୋଟିଏ ପ୍ରୋଜେକ୍ଟ ରେ ୪ ଲକ୍ଷ ୮୭ ହଜାର ଟଙ୍କା ଲେଖାଏଁ କାମ ରଖି ଅଳ୍ପ କାମ ମାନେ ଗୋଟିଏ ପ୍ରୋଜେକ୍ଟ ପ୍ରତି ୨୫ ହଜାର ଟଙ୍କା ରୁ ୩୦ ହଜାର ଟଙ୍କାର କାମକରି ଲକ୍ଷ ଲକ୍ଷ ଟଙ୍କା ସହଦେବ ନାଏକଙ୍କ ମାଧ୍ୟମରେ ଠିକାଦାର ଚୟନ କରି ମହୁଲପାଟଣା ଓ ବଡସୁକୁଲି ଗ୍ରାମର ମଞ୍ଜୁରୀଆଙ୍କ ପାସବୁକ୍ ରେ ଟଙ୍କା ଟ୍ରାନଫର କରା ଯାଇଥିବାବେଳେ ଏହି କାମରେ ୩୮ ଲକ୍ଷ ୯୬ ହଜାର ଟଙ୍କା ହଡପ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏହା ବ୍ୟତୀତ ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଜଣାପଡିଛି ସେହି ପରି ପୁଣିଥରେ ମନରେଗା ଯୋଜନା ରେ ଗାତଖୋଲା କାମ ପାଇଁ ଆହୁରି ୧୬ ଟି ପ୍ରୋଜେକ୍ଟ ଅନୁମୋଦନ କରାଯାଇ ପୁଣି ସେହି ସହଦେବ ନାଏକଙ୍କ ମାଧ୍ୟମରେ ଠିକାଦାର ଚୟନ କରି କାମ ଆରମ୍ଭ କରାଯାଉଅଛି, ପୂର୍ବରେ ଯେଉଁ କାମରେ ଅନିୟମିତତା ହୋଇଥିବା ବେଳେ ପୁଣି କାହିଁକି ଏପରି କାମ ଗୁଡିକକୁ ତ୍ବରାନ୍ବିତ କରାଯାଉଛି। ତେବେ ଯେଉଁ ସବୁ ଗାତଖୋଲା କାମ କରାଯାଉଛି ତାହାର ପ୍ରୋଜେକ୍ଟ ପ୍ରତି କେତେ ଟଙ୍କା ଓ କେତେ ପରିମାଣରେ ଗାତ ଖୋଲିବା କଥା ଓ କେତେ ଖୋଲାଯାଇଛି ଏହାର ଉଚିତ ତଦନ୍ତ କରାଯାଇ ଦୃଢଭାବରେ କାର୍ଯ୍ଯାନୁଷ୍ଠାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଏ ତେବେ ଅସଲ ଘଟଣା ପଦାରେ ପଡିବ ବୋଲି ବିଭିନ୍ନ ମହଲରେ ଆଲୋଚନା କରୁଥିବା ଜଣାପଡିଛି। ଖବର ପ୍ରସାରଣ ପରେ ଏହି ଘଟଣା କୁ ନେଇ ଉଚ୍ଚସ୍ତରୀୟ ଅଧିକାରୀ କେଉଁ ଭଳି ଭାବରେ ଏହାର ତଦନ୍ତ କରୁଛନ୍ତି ଓ କେବେ ଏହି ଦୁର୍ନୀତିରେ ଲିପ୍ତ ରହୁଥିବା କର୍ମଚାରୀ ଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବେ। ସେହି ସମୟକୁ ହିଁ ଦେଖିବାକୁ ବାକି ରହିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କୋକସରା କୁ ଏନଏସସି ଘୋଷଣା ଦାବି ରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

Sunil Chandra Nayak

ବନ୍ଧୁଗାଁ ବ୍ଲକର ବହୁ ଦିନର ସ୍ବପ୍ନ ସଫଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅପଗ୍ରେଡଡେ ହୋଇ +2 ବିଜ୍ଞାନ ପାଠ ପଢା ଚଳିତ ଶିକ୍ଷା ବର୍ଷରୁ ଆରମ୍ଭ  

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ପାଳନ କଲା ଉତ୍କଳ ଦିବସ

Sunil Chandra Nayak

Leave a Comment

error: Content is protected !!