ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଫଏମୟୁରେ ପ୍ରାକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଚୟନ ଶିବିର

ବାଲେଶ୍ୱର, ୨୮/୮/୨୩ – ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ଆନୁକୁଲ୍ୟରେ ବିଶ୍ଵବିଦ୍ୟାଳୟ ସ୍ତରୀୟ ପ୍ରାକ୍ ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଚୟନ ଶିବିର ବିଶ୍ଵବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ମାନଙ୍କର ବ୍ୟକ୍ତିତ୍ଵ ବିକାଶର ପ୍ରମୁଖ ମାଧ୍ୟମ ବୋଲି ସେ ଉପସ୍ଥିତ ସ୍ଵେଚ୍ଛାସେବୀ ମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଅମୁଲ୍ୟ କୁମାର ଆଚାର୍ଯ୍ୟ ଏହି ଶିବିରରେ ଯୋଗଦେଇଥିବା ସ୍ବେଚ୍ଛାସେବୀ ମାନଙ୍କୁ ପ୍ରାକ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ଚୟନ ଶିବିରର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ । ଏନସିସି ଇନଷ୍ଟ୍ରାକ୍ଟର ହରିହର ସାହୁ ଓ ବିଶ୍ଵବିଦ୍ୟାଳୟର ଫିଜିକାଲ ଏଜୁକେଶନ ଅଫିସର ସଂଗ୍ରାମ ବିଷୋୟୀ ପ୍ରମୁଖ ଏହି ଶିବିରରେ ସ୍ଵେଚ୍ଛା ସେବୀ ମାନଙ୍କୁ ଚୟନ କରିଥିଲେ । ବାଲେଶ୍ୱର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା, ଭଦ୍ରକ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କମଳାକାନ୍ତ ଓଝା, ପ୍ରୋଗ୍ରାମ ଅଫିସର ଡଃ ପ୍ରତିମା ପ୍ରଧାନ, ପଦ୍ମାଳୟା ଖଟୁଆ ପ୍ରମୁଖ ସ୍ଵେଚ୍ଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ଓ ଉପାଦେୟତା ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ପ୍ରୋଗ୍ରାମ ଅଫିସର ମୌସୁମୀ ଭୋଳ, ମଧୁଛନ୍ଦା ନାୟକ, ତ୍ରିବେଣୀ ଧଡ଼ା, ରାଜଶ୍ରୀ ମହାନ୍ତି, ସୁଶାନ୍ତ କୁମାର ମହାଳିକ, ଗୋପୀନାଥ ଦାଶ ଓ ଅଫିସ ସହାୟକ ତାପସ କୁମାର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ସ୍ବେଚ୍ଛାସେବୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ଦୌଡ, ପ୍ୟାରେଡ଼, ସାକ୍ଷାତକାର, ସଙ୍ଗୀତ ଓ ନୃତ୍ୟ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରୁ କୋଡ଼ିଏ ଜଣ ସ୍ବେଚ୍ଛାସେବୀ ରାଜ୍ୟସ୍ତରୀୟ ଚୟନ ଶିବିରରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

ଜିଲ୍ଲା ଓକିଲ ସଙ୍ଘ ର ଅସମ୍ପୂର୍ଣ୍ଣ ଅଫିସ କାର୍ଯ୍ୟାଳୟ ଗୃହ ନିର୍ମାଣ କରିବା ନେଇ ଜିଲ୍ଲାପାଳ ଙ୍କୁ ଭେଟିଲେ ପ୍ରତିନିଧି ଦଳ

Leave a Comment

error: Content is protected !!