ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭବାନୀପାଟଣା ତା ୨୦. ୭.୨୩ : – ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବୃକ୍ଷରୋପଣ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଧାନଶିକ୍ଷକ ପ୍ରକୃତି ବନ୍ଧୁ ପ୍ରଦୀପ କୁମାର ସାହୁ ଙ୍କ ତତ୍ତ୍ବବଧାନ ଓ ଅଧ୍ୟକ୍ଷତା ରେ ଏକ ବିଶେଷ ଶୈକ୍ଷିକ କାର୍ଯ୍ୟକ୍ରମ ବିଦ୍ୟାଳୟ ସବୁଜ ବାହିନୀ ୟୂକୋକ୍ଲବ ପକ୍ଷ ରୁ ମୁଁ ବି ଗଛ ଟିଏ ଲଗାଇବି – ମୋ କୁନି ହାତରେ ତାହାର ଯନ୍ ନେବି – ମୋ ବିଦ୍ୟାଳୟ ଓ ମୋ ଗାଁ କୁ ସବୁଜ ସୁନ୍ଦର କରିବି ଅନୁଷ୍ଠିତ ହୋଇଥଲା। ଏହି ଅବସରରେ ବିଦ୍ୟାଳୟ କୁ ଗୌରବାନ୍ନିତ କରିଥିବା ଛାତ୍ରୀ ସୁଶ୍ରୀ କେଶିକା ବେହେରା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକ ପରୀକ୍ଷା ରେ ଓ ଛାତ୍ର ଜୋସେଫ୍ ପ୍ରିନ୍ସ ଏ ଡି ନବୋଦୟ ବିଦ୍ୟାଳୟ ର ପ୍ରବେଶିକା ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ନାମ ଲେଖାଇଥିବା ରୁ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ମଞ୍ଜୁରୀ ନାଗ ଙ୍କ ସହ ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷୟିତ୍ରୀ ଛାତ୍ର – ଛାତ୍ରୀ ଦ୍ଵୟ ଙ୍କୁ କସଂବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ର ବରିଷ୍ଟ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ ଓ ସଂଯୁକ୍ତ। ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ସ୍ଥଳେ ଶିକ୍ଷୟିତ୍ରୀ ସୁଚେତା ଦାଶ , ସଭ୍ୟା ମଞ୍ଜରୀ ପଟ୍ଟନାୟକ , ପ୍ରତିଭା ଦାଶ, ନିଶାମଣୀ ଦେଇ ଓ କଲ୍ୟାଣୀ ଦାସ ଙ୍କ ସମେତ ବିଦ୍ୟାଳୟ ର ଶତାବ୍ଦୀକ ଛାତ୍ରଛାତ୍ରୀ ବିଦ୍ୟାଳୟ ପରିସରରେ ବ୍ୟାପକ ବୃକ୍ଷ ରୋପଣ କରିଥିଲେ ସମସ୍ତ ବୃକ୍ଷ ର ଯନ୍ ନେବା ପାଇଁ ସଂଙ୍କଳ୍ପ ନେଇଥିଲେ । ବିଦ୍ୟାଳୟ କ୍ୟାପଟେନ୍‌ ସମିକ୍ଷା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

ମସିହା ନିୟୁଜ ସର୍ଭିସ୍ 

Related posts

ଆମ୍ବୁଲାନ୍ସ କୁ ଧକ୍କା ଦେଲା ତପସ୍ଵିନୀ ଏକ୍ସପ୍ରେସ ଟ୍ରେନ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Sunil Chandra Nayak

ପାତ୍ରବସା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା, ସୁଚନା ଦେଲେ ତହସିଲଦାର

Sunil Chandra Nayak

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!