ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ସାହୁ ପଡ଼ା ରସ୍ତା ଜବର ଦଖଲ ପ୍ରସଙ୍ଗ, ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

ଜୁନାଗଡ଼,୨୯/୮(ନି.ପ୍ର): ଜୁନାଗଡ ତହସିଲ୍ ଅଧିନ ଚାରବାହାଲ ସାହୁ ପଡ଼ା ରାସ୍ତା ପ୍ରସଙ୍ଗରେ ଆଜି ଗ୍ରାମବାସୀ ଏକ ହେଇଛନ୍ତି। ସରପଞ୍ଚ ସତ୍ୟଭାମା ପଣ୍ଡାଙ୍କ ପ୍ରତିନିଧିତ୍ଵରେ ଗାଁର ଏକାଧିକ ନିର୍ବାଚିତ ପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ସାହୁପଡ଼ା ଏଵଂ ମାଳି ପଡ଼ା ବାସିନ୍ଦା ତହସିଲଦାର ଶୁଭଦିତା ମହାନ୍ତିଙ୍କୁ ସାକ୍ଷାତ୍ କରି ଲିଖିତ ଅଭିଯୋଗ କରିଛନ୍ତି। ବର୍ତ୍ତମାନ୍ ଏହି ରାସ୍ତା ନିର୍ମାଣ ପାଇଁ ଅନୁଦାନ ଆସି ଥିବାରୁ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବା ପାଇଁ ତହସିଲଦାରଙ୍କ ନିକଟରେ ସେମାନେ ଦାବୀ କରିଥିଲେ। ଅଭିଯୋଗର ଗୁରୁତ୍ୱକୁ ଉପଲବ୍ଧି କରି ଆସନ୍ତା ମାସକ ମଧ୍ୟରେ ଉଚ୍ଛେଦ କରାଯିବ ବୋଲି ତହସିଲଦାର ପ୍ରତିଶୃତି ଦେଇଛନ୍ତି। ସେହିପରି ସେଠାରେ ଥିବା ସରକାରୀ ଜମି ଚିହ୍ନଟ କରି ରିପୋର୍ଟ ଦେବାକୁ ଚାରବାହାଲ ରାଜସ୍ବ ନୀରିକ୍ଷକଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ସୂଚନା ଅନୁସାରେ ଚାରବାହାଲ ସାହୁ ପଡ଼ା – ମାଲି ପଡ଼ା ରାସ୍ତାରୁ ଜାତୀୟ ରାଜପଥ -୨୬ କୁ ସଂଯୋଗ କରୁଥିବା ସରକାରୀ ଜାଗାରେ ଜଣେ ବିଜେପି ନେତା ଜୋରଜବଦସ୍ତି ଘର ନିର୍ମାଣ କରିଛନ୍ତି। ପଡ଼ାବାସି ବିରୋଧ କରିଥିଲେ ସୁଦ୍ଧା ବାହୁବଳ ଦେଖାଇ ଏହି ବିଜେପି ନେତା ଧମକ ଚମକ ଦେଉଥିଲେ। ଏଭଳି ଜବରଦଖଲ ଯୋଗୁଁ ପଡ଼ା ରାସ୍ତାରେ ଥିବା ଡ୍ରେନ ପୋତି ହୋଇ ଯାଉଥିଲା। ବର୍ଷା ସମୟରେ ରାସ୍ତାରେ ପ୍ରାୟ ୧ ଫୁଟ ପାଣି ଜମି ରହୁଥିଲା। ଦୀର୍ଘ ବର୍ଷ ହେବ ଏହି ପଡ଼ାବାସି ବହୁ ହଇରାଣ ହରକତ ହେଉଥିଲେ। ନିକଟରେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ରାସ୍ତା ସମସ୍ୟା ସମ୍ପର୍କରେ ଜଣାଇଥିଲେ। ପରେ ପଞ୍ଚାୟତ କତୃପକ୍ଷ ସ୍ୱତନ୍ତ୍ର ଅନୁଦାନ ଦେଇ ରାସ୍ତା ତିଆରି ପାଇଁ ପଦକ୍ଷେପ ନେଇଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି। ପଞ୍ଚାୟତର ହସ୍ତକ୍ଷେପ ପରେ ରାସ୍ତାର ଗୋଟାଏ ପାର୍ଶ୍ୱରେ ଜବରଦଖଲ କରିଥିବା ଜଣେ ବ୍ୟକ୍ତି ଉଚ୍ଛେଦ କରିସାରିଛନ୍ତି। ହେବେ ବିଜେପି ନେତା ଜଣକ କିନ୍ତୁ ଉଚ୍ଛେଦ କରୁ ନାହାନ୍ତି। ଫଳରେ ଗ୍ରାମବାସୀ ସରପଞ୍ଚ ସତ୍ୟଭାମା ପଣ୍ଡା ଙ୍କ ନେତୃତ୍ୱରେ ତହସିଲଦାରଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି। ଭୂମିଶୁତା ଦଳପତି, ବିଜେଡି ନେତା ପ୍ରଦ୍ୟୁମ୍ନ ସାହୁ, ଆଶିଷ ପଣ୍ଡା, ଭୁଜବଳ ନାଏକ, ଏକା ଦଶି ନାଏକ, ଝଶକେତନ ନାଏକ, କାହୁଁଚରଣ ସାହୁ, ଗୌତମ ସାହୁ ପ୍ରମୁଖଙ୍କ ଅନ୍ୟମାନେ ସାମିଲ ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଵାସିଙ୍ଗୀରେ ମା’ ମନସା ଦେବୀଙ୍କ ପୂଜା ଓ ଘଟ ଶୋଭାଯାତ୍ରା

Sunil Chandra Nayak

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ଉପବିଧି ସଂଶୋଧନ ଓ ନିର୍ବାଚନୀ ମାର୍ଗଦର୍ଶିକା ପ୍ରସ୍ତୁତି ସଭା

Leave a Comment

error: Content is protected !!