ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଭରଟେକ କରୁଥିବା ବେଳେ ବସ ଓ ଟ୍ରକ ଦୁର୍ଘଟଣା ,nଜଣେ ମୃତ, ୪ ଗୁରୁତର

ଓଭରଟେକ କରୁଥିବା ବେଳେ ବସ ଓ ଟ୍ରକ ଦୁର୍ଘଟଣା ,nଜଣେ ମୃତ, ୪ ଗୁରୁତର

 ଜୁନାଗଡ଼,୫/୬(ମନୀ ସ) ରଘୁନାଥ ଟ୍ରାଭେଲ ର ଗୌବର ନାମକ ଏକ ଘରୋଇ ବସ ଭୁବନେଶ୍ୱର ରୁ ଉମରକୋଟ ଯାଉଥିବେଳେ ଭୋର ସକାଳ ୪ଟା ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଚାରବାହାଲ ଠାରେ ଏକ ଆଳୁ ବୋଝେଇ ଟ୍ରକକୁ ଓଭରଟେକ କରି ଆଗକୁ ଯିବା ପାଇଁ ଚେଷ୍ଟା କରୁଥୁବେ ବେଳେ ବସଟି ଟ୍ରକ ପଛପଟେ ପିଟିଦେଇଥିଲା । ଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ପ୍ରଥମେ ଜୁନାଗଡ଼ ଡାକ୍ତରଖାନା ଓ ପରେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତି ଜଣଙ୍କ ବିନୋଦ କୁମାର ବେହେରା ଏବଂ ସେ ନବରଙ୍ଗପୁର ଜିଲ୍ଲାର ଜଣେ ଯନ୍ତ୍ରୀ ବୋଲି ଜଣାପଡିଛି ।କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରିଛି।ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ଏସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଚାଲିଥିବ ପ୍ରକାଶ କରିଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ – 2023 ଉପଲକ୍ଷେ ଭବାନୀପାଟଣା ଠାରେ ବିଭିନ୍ନ ପ୍ରତିଯୋଗିତା

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୪ ଅନୁଷ୍ଠିତ

masiha

ଟ୍ରକ ର ସିରିଜ ଦୁର୍ଘଟଣାରେ ପୃଥକ ପୃଥକ ସ୍ଥାନରେ ୪ ମୃତ ଓ ୩ ଗୁରୁତର! ଯାଇଥିଲେ ରୋଗୀ ହୋଇ ଫେରିଲେ ଶବ ହୋଇ !

masiha

Leave a Comment

error: Content is protected !!